ଟ୍ରମ୍ପଙ୍କୁ ଟକ୍କର ଦେଉଛନ୍ତି ଭାରତୀୟ ବଂଶୋଦ୍ଭବ ରାମାସ୍ୱାମୀ, କହିଲେ ମୁଁ ହିନ୍ଦୁ ତେଣୁ ଧାର୍ମିକ ସ୍ୱାଧିନତା ରକ୍ଷା କରିପାରିବି

Above Post Content

ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ ସାମିଲ ଅଛନ୍ତି । ପ୍ରାର୍ଥୀ ଦୌଡରେ ଥିବା ତିନି ଜଣଙ୍କ ମଧ୍ୟରୁ ଟ୍ରମ୍ପ 50 ପ୍ରତିଶତରୁ ଅଧିକ ମତ ସହିତ ଆଗରେ ଥିବା ବେଳେ ରାମାସ୍ୱାମୀ 10 ପ୍ରତିଶତ ସମର୍ଥନରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଗତ ତିନିରୁ 4 ସପ୍ତାହ ମଧ୍ୟରେ ତିନି ପ୍ରତିଦ୍ୱନ୍ଦ୍ୱୀଙ୍କ ସମର୍ଥନ ପ୍ରତିଶତ । ଟ୍ରମ୍ପ ଆଗରେ ଅଛନ୍ତି କିନ୍ତୁ ତାଙ୍କ ପ୍ରତିଶତ କମିବାରେ ଲାଗିଛନ୍ତି । ଅନ୍ୟପକ୍ଷରେ ତୃତୀୟ ସ୍ଥାନରେ ଥିବା ରାମାସ୍ୱାମୀ 8 ପ୍ରତିଶତ ଅଧିକ ସମର୍ଥନ ହାସଲ କରିଛନ୍ତି । ଆଉ ଗୋଟିଏ ବଡ଼ କଥା ହେଉଛି ଟ୍ରମ୍ପ ସମର୍ଥକ ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଛନ୍ତି ।

ନିଜ ହିନ୍ଦୁତ୍ୱକୁ ନେଇ ଗର୍ବିତ ରାମାସ୍ୱାମୀ

After 2nd paragraph post ads

ମୁଁ ଜଣେ ହିନ୍ଦୁ, ମୁଁ ଅନ୍ୟମାନଙ୍କର ଧାର୍ମିକ ସ୍ୱାଧୀନତା ରକ୍ଷା କରିପାରିବି। ଏଭଳି କିଛି କହିଛନ୍ତି ଆମେରିକା ରାଷ୍ଟ୍ରପତି ଦୌଡରେ ସାମିଲ ହୋଇଥିବା ଭାରତୀୟ-ଆମେରୀକିୟ ଉଦ୍ୟୋଗି ବିବେକ ରାମାସ୍ୱାମୀ ।

ଆସନ୍ତାବର୍ଷ 2024ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଦୌଡରେ ଭାରତୀୟ-ଆମେରୀକିୟ ଉଦ୍ୟୋଗି ବିବେକ ରାମାସ୍ୱାମୀ ସାମିଲ ହୋଇଛନ୍ତି । ରିପବ୍ଲିକନ୍ ପାର୍ଟିର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ କଡା ଟକ୍କର ଦେବେ ବିବେକ ରାମସ୍ୱାମୀ। ଦଳର ପ୍ରାର୍ଥୀତା ରେସ୍ ରେ ଲୋକପ୍ରିୟ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିବା ରାମାସ୍ୱାମୀ ପ୍ରଥମ ହିନ୍ଦୁ ପ୍ରାର୍ଥୀ ଅଟନ୍ତି । ସେ ହିନ୍ଦୁ ବିଶ୍ୱାସ ଏବଂ ପରିଚୟକୁ ନେଇ ଗର୍ବିତ ଅଛନ୍ତି । ହିନ୍ଦୁ ଧର୍ମକୁ ନେଇ ରାମାସ୍ୱାମୀଙ୍କ ରହିଛି ମହାନ ବିଚାର । ତେବେ ଆସନ୍ତୁ ଜାଣିବା ହିନ୍ଦୁ ଧର୍ମ ଏବଂ ଭାରତକୁ ନେଇ କଣ କହିଛନ୍ତି ରାମାସ୍ୱାମୀ ।

ରାମାସ୍ୱାମୀ ଏକ ସାକ୍ଷାତାକାରରେ କହିଛନ୍ତି ଯେ, ମୁଁ ହିନ୍ଦୁ ଧର୍ମକୁ ବିଶ୍ୱାସ କରେ । ଏହା ମତେ ପରିବାରଠାରୁ ପ୍ରାପ୍ତ ହୋଇଛି । ଆମେରିକା ଖ୍ରୀଷ୍ଟିଆନ ଧର୍ମର ଉପରେ ପ୍ରତିଷ୍ଠିତହିନ୍ଦୁ ଧର୍ମ ଭଳି ମଧ୍ୟ ଖ୍ରୀଷ୍ଟିଆନ ଧର୍ମ ହୋଇଥାଏ । ଏଥିରେ ସମାନ ତ୍ୟାଗ, କର୍ମ, ବିଧିର ବିଧାନ କଥା ଶିକ୍ଷା ଦିଆ ଯାଇଥାଏ। ହିନ୍ଦୁ ଧର୍ମ ଅନୁଯାୟୀ, ଇଶ୍ୱର ଆମ ଭିତରେ ଅଛନ୍ତି । ଖ୍ରୀଷ୍ଟିଆନ ଧର୍ମ ଅନୁଯାୟୀ, ଇଶ୍ୱର ଆମକୁ ତାଙ୍କ ଛବି ଅନୁସାରେ ଗଢିଛନ୍ତି ।

ଆହୁରୀ ମଧ୍ୟ କହିଛନ୍ତି, ମୁଁ ଜଣେ ହିନ୍ଦୁ ହିସାବରେ ଅନ୍ୟ ରାଜନେତାଙ୍କ ଅପେକ୍ଷା ଅନ୍ୟମାନଙ୍କର ଧାର୍ମିକ ସ୍ୱାଧୀନତା ଅଧିକାରକୁ ଭଲ ଭାବରେ ରକ୍ଷା କରିପାରିବି। ମୋର ଉଦ୍ଦେଶ୍ୟ ହେଉଛି ଆମେରିକୀୟ ସମାଜରେ ପରିବାର, ବିଶ୍ୱାସ ଏବଂ ଦେଶପ୍ରେମର ମୂଲ୍ୟବୋଧ ସୃଷ୍ଟି କରିବା । ଧିରେ ଧିରେ ଆମେରିକୀୟ ସମାଜ ଏହି ମୂଲ୍ୟକୁ ହରାଉଛି ।

ଆମେରିକାରେ ମୂଳ ସମସ୍ୟା ହେଉଛି, ବିଭିନ୍ନ ଧର୍ମରେ ନୁହେଁ ବରଂ ଯେଉଁମାନେ ପାରମ୍ପରିକ ଧର୍ମରେ ବିଶ୍ୱାସ କରନ୍ତି ଏବଂ ଧର୍ମନିରପେକ୍ଷତାକୁ ଧର୍ମ ଭାବରେ ବିଶ୍ୱାସ କରନ୍ତି ସେମାନଙ୍କ ମଧ୍ୟରେ । ଧର୍ମନିରପେକ୍ଷତା ଭାବରେ ଏଭଳି କିଛି ଲୋକ ଅଛନ୍ତି ଯିଏକି ଆଜି ମଧ୍ୟ ଉଦରବାଦତା, ଗ୍ଲୋବାଲିଜିମ, ଟ୍ରାନ୍ସଜେଣ୍ଡରବାଦ ଏବଂ ଏପରିକି କୋଭିଡିଜିମ୍ ଉପରେ ବିଶ୍ୱାସ କରନ୍ତି ।

ଆମେରିକାରେ ଏହି ସମସ୍ୟା ସେତେବେଳେ ଜନ୍ମିଥାଏ ଯେତେବେଳେ ଧର୍ମନିରପେକ୍ଷତା ନାଁରେ ଅଲଗା ଅଲଗା ବିଚାରଧାରାକୁ ବିଶ୍ୱାସ କରୁଥିବା ଲୋକମାନେ ଏହାକୁ ନିଜ ଧର୍ମ ଭାବରେ ଗ୍ରହଣ କରନ୍ତି ଏବଂ ଅନ୍ୟ ଧର୍ମର ଅସ୍ତିତ୍ୱ ଗ୍ରହଣ କରିବାକୁ ମନା କରନ୍ତି।

Middle post content

ଯେତେବେଳେ ରାମସ୍ୱାମୀଙ୍କୁ ଭାରତର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ପଚାରା ଯାଇଥିଲା କଣ କହିଥିଲେ ଜାଣନ୍ତୁ..

ରାମାସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶାଂସ କରିଥିଲେ । କହିଥିଲେ ଯେ, ଭାରତରେ ଦାରିଦ୍ର୍ୟ ଦୂର କରିବା ପାଇଁ ସେ ଫ୍ରି ମାର୍କେଟିଂ ଅର୍ଥନୀତିକୁ ଗ୍ରହଣ କରିଛନ୍ତି । ଆମେରିକା ମଧ୍ୟ ଏହି ରାସ୍ତାରେ ସମୃଦ୍ଧି ହାସଲ କରିଛି। ଆମେରିକା ମୋଦିଙ୍କ ଠାରୁ ଏହା ଶିକ୍ଷିବା ଦରକାର, କେମିତି ଜଣେ ନେତା ନିଜ ରାଷ୍ଟ୍ରର ପରିଚୟକୁ ସବୁଠାରୁ ଉପରେ ରଖନ୍ତି । ଆଜି ଆମେରିକାରେ ଜଣେ ଏମିତି ରାଷ୍ଟ୍ରପତି ଦରକାର ଯିଏ ଗର୍ବର ସହିତ ନିଜ ରାଷ୍ଟ୍ରର ପରିଚୟକୁ ଉପସ୍ଥାପନ କରିପାରିବ। ଆମେରିକା ରାଷ୍ଟ୍ରପତି ବାଇଡେନ ଏହା କରିବାରେ ବିଫଳ ହୋଇଛନ୍ତି।

ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱ କ୍ରମରେ ଭାରତର ଭୂମିକାକୁ କେମିତି ଦେଖନ୍ତି ରାମାସ୍ୱାମୀ

ରାମାସ୍ୱାମୀ କହିଛନ୍ତି ଯେ, ଚାଇନା ଆକ୍ରମଣରୁ ତାଇୱାନ ବଂଚାଇବାକୁ ହେଲେ ଆମକୁ ଭାରତର ସମର୍ଥନ ନେବାକୁ ପଡିବଆଣ୍ଡାମାନ ନିକୋବର ଏବଂ ମଲାକା ସ୍ଟ୍ରେଟରେ ଚୀନ୍ ଜାହାଜଙ୍କ ଗତିବିଧି ବନ୍ଦ କରିବା ପାଇଁ ଭାରତ ସହିତ ରଣନୀତି ପ୍ରସ୍ତୁତ କରିବା ସହିତ ଏହା ଉପରେ କାର୍ଯ୍ୟ କରିବା ଦରକାର ।

ଉଭୟଙ୍କ ମଧ୍ୟରେ ଏକ ବିଶ୍ୱାସ-ଆଧାରିତ ସମ୍ୱନ୍ଧ ହେବା ଉଚିତ୍ | ଯଦି ମୁଁ ରାଷ୍ଟ୍ରପତି ହେବି, ତେବେ ପ୍ରଥମେ ଏହା ଉପରେ କାମ କରିବା ଆରମ୍ଭ କରିବି । ଏହାବ୍ୟତୀତ ୨୦୨୫ରେ ମସ୍କୋ ଯାଇ ଋଷ ସହିତ ରାଷ୍ଟ୍ରପତି ନସ୍କନ ଭଳି ଚୁକ୍ତି କରିବି ଯେମିତି ସିଏ ଦିନେ ଚୀନ ଯାଇ କରିଥିଲେ । ଏହାସହ ମୁଁ ଚୀନ ସହିତ ଋଷର ଗଠବନ୍ଧନକୁ ଭାଙ୍ଗି ୟୁକ୍ରେନ ଯୁଦ୍ଧକୁ ଶେଷ କରିବି।

ଭାରତ-ଆମେରିକା ସମ୍ପର୍କକୁ କିପରି ଦେଖନ୍ତି ରାମାସ୍ୱାମୀ?

ସେ କହିଛନ୍ତି, ମୋର ବିଶ୍ୱାସ ଯେ ଭାରତ ଏବଂ ଆମେରିକା ସ୍ୱଭାବିକ ସହଯୋଗୀ ଅଂଶୀଦାର ଅଟନ୍ତି। ଆମେରିକା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି | ଆମକୁ ସବୁଠୁ ବଡ ବିପଦ କମ୍ୟୁନିଷ୍ଟ ଚୀନ୍ ପ୍ରତି ରହିଛି। ଏବେ ସମୟ ଆସିଛି ଆମେରିକା ଚୀନ୍ ଉପରେ ନିଜର ନିର୍ଭରତାର ସ୍ୱାଧିନତା ଘୋଷଣା କରିବା ଉଚିତ୍।

ଆମେରିକା ଭାରତ ସମେତ ଜାପାନ ଏବଂ ଦକ୍ଷିଣ କୋରିଆ ଉପରେ ଆର୍ଥିକ ଏବଂ ଭୌଗଳିକ ନିର୍ଭରଶୀଳତା ବୃଦ୍ଧି କରିବା ଉଚିତ୍ | ଏହା ଭାରତ ପାଇଁ ମଧ୍ୟ ଲାଭଦାୟକ ହେବ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami