ଏହି ଷ୍ଟେଶନରୁ ପାଦରେ ଚାଲି ଚାଲି ଭାରତରୁ ବିଦେଶକୁ ଯାଇ ପାରିବେ !

Above Post Content

ଭାରତରୁ ଚାଲି ଚାଲି ବିଦେଶରେ ପହଞ୍ଚି ପାରିବେ!

ଚାଲି ଚାଲି ଯାଇପାରିବେ ବିଦେଶ । ଭାରତର ଏମିତି ଏକ ରେଳ ଷ୍ଟେସନ ରହିଛି ଯେଉଁଠାରୁ ଆପଣ ସହଜରେ ଚାଲି ଚାଲି ବିଦେଶରେ ପହଞ୍ଚି ପାରିବେ । ଏକଥା ଅନେକଙ୍କୁ ବିଶ୍ବାସ ହେଉନଥିବ । ବାସ୍ତବରେ କିନ୍ତୁ ଏହା ନିରାଟ ସତ । ସବୁଠାରୁ ବଡ଼ କଥା ହେଉଛି କି, ଆପଣ ବିଦେଶକୁ ଯିବା ପାଇଁ ଭିସାର ମଧ୍ୟ ଆବଶ୍ୟକ ପଡ଼ିନଥାଏ । ମାତ୍ର ଦେଶର ଶେଷ ରେଳ ଷ୍ଟେସନରୁ ଚାଲି ଚାଲି ବିଦେଶରେ ଅତି ସହଜରେ ପହଞ୍ଚିପାରିବେ । କିନ୍ତୁ ଆପଣଙ୍କୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ଏମିତିକି ଆପଣଙ୍କର ଭିସା କିମ୍ବା ପାସପୋର୍ଟର ଆବଶ୍ୟକ ପଡ଼ିବ ନାହିଁ । ତେବେ ଆସନ୍ତୁ ଜାଣିବା ଏହା କେଉଁ ଦେଶ । ଆଉ କେଉଁ ରେଳ ଷ୍ଟେସନରୁ ଯାଇପାରିବେ ଆପଣ ।

After 2nd paragraph post ads
Middle post content

ଭାରତୀୟ ରେଳ ବିଶ୍ବର ଚତୁର୍ଥ ଏବଂ ଏସିଆର ଦ୍ବିତୀୟ ବୃହତମ ରେଳ ନେଟଓ୍ବର୍କ । ଦେଶରେ ୮ ହଜାରରୁ ଅଧିକ ରେଳ ଷ୍ଟେସନ ରହିଛି । ଭିନ୍ନ ଭିନ୍ନ କାରଣ ପାଇଁ ରେଳ ଷ୍ଟେସନ ଗୁଡ଼ିକ ପ୍ରସିଦ୍ଧି ଲାଭ କରିଛନ୍ତି । ଭାରତର ଶେଷ ରେଳ ଷ୍ଟେସନଭାବେ ଯଦିଓ ଏହି ରେଳ ଷ୍ଟେସନକୁ ଘୋଷଣା କରାଯାଇନାହିଁ ତଥାପି ଏଠାରୁ ଆପଣ ସହଜରେ ଚାଲି ଚାଲି ବିଦେଶରେ ପହଞ୍ଚି ପାରିବେ । ବିହାରର ଏକ ରେଳ ଷ୍ଟେସନ ରହିଛି । ଏଠାରୁ ଆପଣ ଷ୍ଟେସନ ବାହାରକୁ ଯାଇ ନେପାଳରେ ପହଞ୍ଚି ପାରିବେ । ତେବେ ବିହାରର ଅରରିଆ ଜିଲ୍ଲାରେ ଥିବା ଏହି ରେଳ ଷ୍ଟେସନର ନାଁ ହେଉଛି ଜୋଗବନୀ । ଏହି ରେଳ ଷ୍ଟେସନରୁ ନେପାଳ ମାତ୍ର ନାମକ ମାତ୍ର ଦୂର । ରେଳ ଷ୍ଟେସନରୁ ଓହ୍ଲାଇବାର ମାତ୍ରେ ନେପାଳରେ ପହଞ୍ଚି ପାରିବେ । ନେପାଳ ଯିବା ପାଇଁ ଭାରତୀୟ ଲୋକଙ୍କୁ ଭିସା କିମ୍ବା ପାସପୋର୍ଟ ଆବଶ୍ୟକ ହେଉନଥିବାବେଳେ ଆପଣଙ୍କ ବିମାନ ଟଙ୍କା ସହଜରେ ବଞ୍ଚି ପାରିବ ।

ପଶ୍ଚିମ ବଙ୍ଗରେ ମଧ୍ୟ ଏକ ରେଳ ଷ୍ଟେସନ ରହିଛି । ଯାହାକୁ ଦେଶର ଶେଷ ରେଳ ଷ୍ଟେସନ ବୋଲି ମଧ୍ୟ ମାନାଯାଏ । ଅନ୍ୟପଟେ ଦକ୍ଷିଣ ଭାରତର ଏକ ଷ୍ଟେସନ ରହିଛି ଯେଉଁଠାରୁ ଦେଶର ସାମୁଦ୍ରିକ ସୀମା ଆରମ୍ଭ ହୁଏ । ଏହାକୁ ମଧ୍ୟ ଦେଶର ଶେଷ ଷ୍ଟେସନଭାବେ ବିବେଚନା କରାଯାଏ । ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ହବିପୁର ଅଂଚଳର ଏକ ରେଳ ଷ୍ଟେସନ ରହିଛି । ଯାହାର ନାମ ହେଉଛି ସିଂହାବାଦ । ଏହା କୋଲକାତାରୁ ଢ଼ାକା ମଧ୍ୟରେ ସଂଯୋଗ କରୁଥିଲା । ପୂର୍ବରୁ ଏହି ଷ୍ଟେସନ ଦେଇ ଅନେକ ଯାତ୍ରବାହୀ ଟ୍ରେନ ଯାତାୟତ କରୁଥିଲା । ଏହାସହ ଯାତ୍ରୀଙ୍କ ପ୍ରବଳ ଭିଡ଼ ମଧ୍ୟ ଜମୁଥିଲା । କିନ୍ତୁ ଏବେ ଏହା ଏକ ନିଛାଟିଆ ସ୍ଥାନ ପାଲଟିଛି । ଏଠାରେ କୌଣସି ଯାତ୍ରୀବାହି ଟ୍ରେନ ଅଟକୁ ନାହିଁ । ଯେଉଁ କାରଣରୁ ଏହି ଷ୍ଟେସନ ଜନଶୂନ୍ୟ ହୋଇଛି । କେବଳ ଏହି ଷ୍ଟେସନ ଦେଇ ମାଲବାହୀ ଟ୍ରେନ ଦେଇ ଯାଇଥାଏ । ବ୍ରିଟିସ ଶାସନ କାଳରୁ ଏହା ନିର୍ମିତ ହୋଇଛି । ପାକିସ୍ତାନ ସହ ଯାତାୟତ ବିଚ୍ଛିନ୍ନ ହେବା ପରେ ଏଠାରେ ଜନଶୂନ୍ୟ ହୋଇଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami