କତାର ଓ ଭାରତ ମଧ୍ୟରେ ଯୁଦ୍ଧ ହେଲେ କିଏ ପଡ଼ିବ ଭାରି ?

Above Post Content

କତାରରେ ୮ ଜଣ ପୂର୍ବତନ ଭାରତୀୟ ନୌସୈନିକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ୮ ଜଣଙ୍କ ବିରୋଧରେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ରହିଛି । ସମସ୍ତ ଆଠ ଜଣ ଭାରତୀୟ ନୌସେନାର ଯୁଦ୍ଧ ମେଡାଲ ପ୍ରାପ୍ତ ସୈନିକ । ଏମିତିରେ ଭାରତରେ ଏହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କତାର ଓ ଭାରତ ମଧ୍‌ଯରେ ସମ୍ପର୍କ ଭଲ ଥିବାରୁ ଏଭଲି ହେବ ବୋଲି କେହି ଆଶା କରିନଥିଲେ । ଗତେ ଏକ ବର୍ଷ ଧରି କତାର ଜେଲରେ ବନ୍ଦ ଥିବା ଏହି ଭାରତୀୟ ସୈନିକ ମାନେ ନିଜ ଦେଶକୁ ଫେରିବେ ବୋଲି ଆଶା କରାଯାଉଥିଲା । ଭାରତ ସରକାର ନିଜର ପୂର୍ବତନ ସୈନିକଙ୍କୁ ଫେରାଇ ଆଣିବା ପାଇଁ ସବୁ ଉଦ୍ୟମ କରିବେ ବୋଲି କହି ସାରିଛନ୍ତି । ତେବେ ଇସ୍ରାଏଲ –ହମାସ ଯୁଦ୍ଧରେ ଭାରତର ଇସ୍ରାଏଲକୁ ସମର୍ଥନ କାରଣରୁ କତାର ଜାଣିଶୁଣି ଏମିତି କରିଛି ବୋଲି କୁହାଯାଉଛି । ଏମିତିରେ ଯଦି ଭାରତ ଓ କତାର ମଧ୍‌ଯରେ ସମ୍ପର୍କ ଖରାପ ହୁଏ ଏବଂ ଯୁଦ୍ଧ ହୁଏ ତେବେ କ’ଣ ହେବ ?

Middle post content

ଆସନ୍ତୁ ନଜର ପକାଇବା କାହାର ଶକ୍ତି କେତେ ?

After 2nd paragraph post ads

-୨ଶହ ଦେଶ ମଧ୍ୟରେ ସାମରିକ ଶକ୍ତି ମାମଲାରେ ଭାରତ ଚତୁର୍ଥ ସ୍ଥାନରେ ଥିବା ବେଳେ କତାରର ସ୍ଥାନ ହେଉଛି ୬୫ ।
-ଭାରତର ମୋଟ ସୈନିକ ସଂଖ୍ୟା ୧୪ ଲକ୍ଷ ହୋଇଥିବା ବେଳେ କତାରର ସୈନିକଙ୍କ ସଂଖ୍ୟା ୮୫ ହଜାର
– ଭାରତ ପାଖରେ ୪ହଜାରରୁ ଅଧିକ ଟ୍ୟାଙ୍କ ଥିବା ବେଳେ କତାର ପାଖରେ ଅଛି ୧୩୮ ଟ୍ୟାଙ୍କ ।
-କତାର ସେନାର ମୋଟ ମିଲିଟାର ଗାଡି ସଂଖ୍ୟା ୮୨୦୮ ହୋଇଥିବା ବେଳେ ଭାରତ ପାଖରେ ଅଛି ୧୦୦୮୮୨ ମିଲିଟାରି ଗାଡି ।
– ଭାରତ ପାଖରେ ୨୨୧୦ ବିମାନ ରହିଥିବା ବେଳେ କତାର ପାଖରେ ଅଛି ୧୯୮ ବିମାନ ।
– କତାର ପାଖରେ ୬୮ଟି ଲଢୁଆ ବିମାନ ଥିବା ବେଳେ ଭାରତ ପାଖରେ ଅଛି ୫ଶହରୁ ଅଧିକ
-କତାର ପାଖରେ ୧୨ ପରିବହନ ବିମାନ ଓ ୫୨ ଟ୍ରେନର ବିମାନ ରହିଛି । ଭାରତ ପାଖରେ ଅଛି ୨୫୪ଟି ପରିବହନ ବିମାନ ଓ ୩୫୩ଟି ଟ୍ରେନର ବିମାନ ରହିଛି ।
– କତାର ପାଖରେ ୬୦ ହେଲିକପ୍ଟର ଅଛି । ତା’ମଧ୍ୟରୁ ୨୪ଟି ଆଟାକ ହେଲିକପ୍ଟର । ଭାରତ ପାଖରେ ମୋଟ ୮୦୭ ହେଲିକପ୍ଟର ଅଛି ଯାହା ମଧ୍‌ଯରୁ ୩୬ ହେଉଛି ଆଟାକ ହେଲିକପ୍ଟର ।
– କତାର ପାଖରେ ଗୋଟିଏ ମଧ୍‌ଯ ବିମାନବାହକ ପୋତ ନାହିଁ । ଅନ୍‌ଯପକ୍ଷରେ ଭାରତ ପାଖରେ ଦୁଇଟି ଏୟାରକ୍ରାପ୍ଟ କ୍‌ଯାରିୟର ରହିଛି ।
– କତର ନୌସେନା ପାଖରେ ଗୋଟିଏ ମଧ୍ୟ ବିଧ୍ୱଂସକ ଜାହାଜ ନାହିଁ । ଭାରତ ପାଖରେ ଅଛି ୧୧ ବିଧ୍ୱଂସକ ଜାହଜ ।
-କତର ପାଖରେ ଗୋଟିଏ ବି ଫ୍ରିଗେଟ୍ ନାହିଁ । ଭାରତ ପାଖରେ ଅଛି ୧୨ଫ୍ରିଗେଟ୍ ।
– କତର ନୌସେନା ପାଖରେ ଗୋଟିଏ ବି ବୁଡା ଜାହଜ ନାହିଁ । ଭାରତ ପାଖରେ ୧୮ ବୁଡା ଜାହଜ ରହିଛି ।
-କତର ପାଖରେ ୨୦ ପେଟ୍ରୋଲିଂ ସିପ୍ ଥିବା ବେଳେ ଭାରତ ପାଖରେ ଅଛି ୧୩୮ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami