ହାଇ ବ୍ଲଡ୍‌ପ୍ରେସର ରୋକିବେ କେମିତି, ଜାଣନ୍ତୁ ଏହାର କାରଣ ଓ ନିରାକରଣ

Above Post Content

ସାଧାରଣତଃ ବ୍ଲଡପ୍ରେସର ଦୁଇ ପ୍ରକାରର-ହାଇ ବ୍ଲଡ୍‌ପ୍ରେସର ଏବଂ ଲୋ ବ୍ଲଡପ୍ରେସର । ତେବେ ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବର୍ତ୍ତମାନ ପ୍ରାୟ ଲୋକଙ୍କ ଠାରେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍‌ପ୍ରେସର ସମସ୍ୟା ଦେଖାଦେଉଛି । ଅଧିକାଂଶ ଯୁବପିଢ଼ି ଏବେ ଏହି ଘାତକ ବେମାରିର ଶିକାର ହେଉଛନ୍ତି । ହାଇ ବିପିକୁ ଏକ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ । ମାତ୍ର ଏବେ ବି କିଛି ଲୋକ ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି । ଠିକ୍ ସମୟରେ ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ବ୍ୟକ୍ତିର ମୃତ୍ୟୁ ହେବା ଆଶଙ୍କା ବି ରହିଛି ।

ବ୍ଲଡପ୍ରେସର ଦୀର୍ଘ ଦିନ ରହିଲେ ହାର୍ଟଆଟାକ୍ ସମ୍ଭାବନା

After 2nd paragraph post ads

ହାଇବିପି ପାଇଁ ଏଲୋପ୍ୟାଥିକ୍‌ରେ ଅନେକ ଔଷଧ ରହିଛି । ହେଲେ ଅଧିକାଂଶ ଲୋକ ଏଲୋପ୍ୟାଥିକ ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେବେ ଜାଣି ଖୁସି ହେବେ ଯେ ଆପଣ ଆୟୁର୍ବେଦିକ ଔଷଧ ମାଧ୍ୟମରେ ମଧ୍ୟ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ । ହୃଦ୍‌ଘାତ, ପକ୍ଷାଘାତ ଭଳି ଅନେକ ବଡ଼ ବଡ଼ ରୋଗର କାରଣ ହେଉଛି ଉଚ୍ଚ ରକ୍ତଚାପ । ରକ୍ତଚାପ ନିୟନ୍ତ୍ରଣରେ ନ ରହିଲେ ଏହା ବିଭିନ୍ନ ରୋଗକୁ ଡାକିଆଣେ । ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ମାନସିକ ଚାପ, ଜୀବନଶୈଳୀ ତଥା ଖାଦ୍ୟପେୟରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ । ଉଚ୍ଚ ରକ୍ତଚାପ ଆଜି ଏକ ମୁଖ୍ୟ ସମସ୍ୟା ପାଲଟି ଯାଇଛି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଉଚ୍ଚ ରକ୍ତଚାପ ( ହାଇ ବ୍ଲଡ୍ ପ୍ରେସର) ଥରେ ପ୍ରଭାବ ବିସ୍ତାର କଲେ ଶୀଘ୍ର ଏହାର ଉପଶମ ହୋଇପାରେ ନାହିଁ । ଏହାପରେ ସଂପୃକ୍ତ ବ୍ୟକ୍ତି ଔଷଧ ଖାଇବାକୁ ଲାଗେ । ଆଉ ମଧ୍ୟ ଯଦି ଏହି ବ୍ଲଡପ୍ରେସର ଦୀର୍ଘ ଦିନ ଧରି ଲାଗି ରହେ ଏହା ହାର୍ଟଆଟାକ୍ ପାଇଁ ବାଟ ତିଆରି କରେ ।

ଶୀତଦିନେ ଉଚ୍ଚ ରକ୍ତଚାପ କେମିତି କରିବେ ନିୟନ୍ତ୍ରଣ

ଶୀତଦିନେ ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଶାରୀରିକ କାର୍ଯ୍ୟକଳାପ ଜାରି ରଖିବା ଉଚିତ୍ । ବିଶେଷକରି ନିୟମିତ ଯୋଗ ଏବଂ ବ୍ୟାୟାମ କରିବା ଉଚିତ୍ । ଏହାସହିତ ଆପଣଙ୍କ ଖାଦ୍ୟରେ ଗାଜର, ମୂଳା, ବିଲାତି ବାଇଗଣ ଏବଂ ସବୁଜ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ । ସେଥିରେ ପୋଟାସିୟମ୍‌, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ମ୍ୟାଗ୍ନେସିୟମ୍ ପରି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ ହ୍ରାସ କରିବା ସହିତ ବିପି ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ଶୀତଦିନେ ଅଧିକ ସମୟ ବାହାରେ ରୁହନ୍ତୁ ନାହିଁ ଏବଂ ଠିକ୍ ସମୟରେ ଖାଦ୍ୟ ଖାଇବା ସହିତ ଅଧିକ ଲୁଣ ଖାଆନ୍ତୁ ନାହିଁ ।

ଉଚ୍ଚ ରକ୍ତଚାପର ଲକ୍ଷଣ

Middle post content

ଅନେକ ଲୋକଙ୍କୁ ଏକଥା ଜଣା ନ ଥାଏ ଯେ, ସେମାନେ ଯେଉଁ ରୋଗରେ ପିଡ଼ିତ ତାହା ନୀରବ ଘାତକ । ଏହି ରୋଗକୁ ଜାଣିବା ପାଇଁ ବର୍ଷକରେ କମ୍‌ସେ କମ୍ ଥରେ ବା ଦିଥର ବ୍ଳଡ଼ପ୍ରେସର ଯାଞ୍ଚ କରିନେବା ଉଚିତ୍ । ତେବେ ଉଚ୍ଚ ରକ୍ତଚାପର ଲକ୍ଷଣ କ’ଣ ଜାଣନ୍ତୁ । ଯଦି ଅଧିକାଂଶ ସମୟ ମୁଣ୍ଡବିନ୍ଧିବା ଓ ବୁଲେଇବା, ଛାତିରେ ଯନ୍ତ୍ରଣା ହେବା, ଶ୍ୱାସ ନେବାରେ ଅସୁବିଧା, ପରିସ୍ରାରେ ରକ୍ତ ପଡ଼ିବା, ଅଳ୍ପ ପରିଶ୍ରମ କରିବା ପରେ ଥକା ଲାଗିବା, ରାତିରେ ନିଦ ନ ହେବା ଆଦି । ସବୁଠୁ ବଡ଼ କଥା, ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଁ ଚିନ୍ତା ହେଉଛି ଅନ୍ୟତମ ଏକ ମୁଖ୍ୟ କାରଣ । ଆବଶ୍ୟକତାଠାରୁ ଅଧିକ କାମ କରିବାର ନିଶା, ଅଧିକ ଧନ ଅର୍ଜନ କରିବାର ପ୍ରୟାସ ହିଁ ମଣିଷକୁ ଚିନ୍ତାରେ ପକାଉଛି । ଚିନ୍ତାରେ ରହିବା ଯୋଗୁଁ ବ୍ୟକ୍ତିଠାରେ ଉଚ୍ଚ ରକ୍ତଚାପ ବୃଦ୍ଧି ପାଏ ।

ଉଚ୍ଚ ରକ୍ତଚାପ ହ୍ରାସ କରିବାର ଉପାୟ

ଉଚ୍ଚ ରକ୍ତଚାପରୁ ରକ୍ଷା ପାଇବା ପାଇଁ ପ୍ରଥମେ ଖାଦ୍ୟ ପେୟରେ ନିୟନ୍ତ୍ରଣ ରହିବା ଦରକାର । ଯେତେସମ୍ଭବ ଲୁଣ କମ୍ ଖାଇବା ଦରକାର । ଦିନକୁ ମାତ୍ର ୫ ଗ୍ରାମ ଲୁଣ ଖାଆନ୍ତୁ । ଏହାଠାରୁ ଅଧିକ ଖାଇବା ଅସୁବିଧା । ତେଲମସଲା, ଫାଷ୍ଟଫୁଡ୍ ଓ ଜଙ୍କଫୁଡ୍ ପରି ଖାଦ୍ୟଠାରୁ ଦୂରେଇ ରହନ୍ତୁ । ସବୁଜ ପନିପରିବା ଓ ତଟକା ଖାଦ୍ୟ ଖାଆନ୍ତୁ । ମଦ୍ୟପାନ ବନ୍ଦ କରନ୍ତୁ ବା ହ୍ରାସ କରନ୍ତୁ । ଏଥିସହିତ ଧୂମପାନ ସମ୍ପୂର୍ଣ୍ଣ ଛାଡ଼ିବା ନିହାତି ଦରକାର । କାରଣ ଏହା ଶୀରାପ୍ରଶୀରାକୁ ସଙ୍କୁଚିତ କରିଦିଏ । ଯାହାଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା ବଢିଯାଏ । ଚିନ୍ତା, ଅତ୍ୟଧିକ କାମଠାରୁ ଦୂରରେ ରହି ଉପଯୁକ୍ତ ପରିମାଣ ତଥା ୬ରୁ ୮ ଘଣ୍ଟା ଶୋଇବା ଦରକାର । ଉଚ୍ଚ ରକ୍ତଚାପ ଶିକାର ହୋଇଥିବା ବ୍ୟକ୍ତି ୨-୩ ମାସରେ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । କାରଣ ଔଷଧ ଡୋଜ୍ ପରିବର୍ତ୍ତନ କରିବାକୁ ପଡିପାରେ । ସବୁଠୁ ବଡ଼ କଥା, ଉଚ୍ଚ ରକ୍ତଚାପ ଶିକାର ହୋଇଥିବା ବ୍ୟକ୍ତି ନିୟମିତ ଭାବରେ ଔଷଧ ଖାଇବା ଦରକାର । ଦିନେ ବି ବନ୍ଦ କରିବା ଉଚିତ୍ ନୁହେଁ । ମେଡ଼ିସିନ୍ ଗୋଟିଏ ଦିନ ବନ୍ଦ ହେଲେ ବି ବ୍ରେନ୍ ଷ୍ଟ୍ରୋକ୍‌, ହୃତଘାତ ହେବାର ଆଶଙ୍କା ବଢିଯାଏ । ଏଣୁ ରୋଗୀ ଭୁଲ୍ ରେ ବି ଔଷଧ ବନ୍ଦ କରିବା ଉଚିତ୍ ନୁହେଁ ।

ଉଚ୍ଚ ରକ୍ତଚାପ ରୋଗୀ ଖାଆନ୍ତୁ ଏହି ଜିନିଷ

ଶରୀରର ସ୍ନାୟୁ ଉପରେ ଚାପ ପଡ଼ିବା ଯୋଗୁ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଦେଇଥାଏ । ଏହି ରୋଗୀମାନେ ଏହାକୁ ନିୟନ୍ତ୍ରଣ ରଖିବା ପାଇଁ ଖାଇବା ପିଇବାରେ ବିଶେଷ ଯତ୍ନ ନେବା ଦରକାର । ଏଣୁ ଆଜି ଆମେ ଜାଣିବା କିପରି ବିନା ଅସୁବିଧାରେ ଏହି ଉଚ୍ଚ ରକ୍ତଚାପକୁ ଆୟତ୍ତ କରିପାରିବା । ଏହାର ସବୁଠୁ ପ୍ରମୁଖ ମାଧ୍ୟମ ହେଲା ଯୋଗ ଓ ନିୟମିତ ବ୍ୟାୟାମ କରିବା । ଏହାସହିତ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ ଆଣିବା ଦରକାର । ତେବେ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କିଛି ଉତ୍ତମ ଖାଦ୍ୟ,ଯାହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବ ।

ଦହି: ଉଚ୍ଚ ରକ୍ତଚାପ ରୋଗୀମାନେ ଦହି ଖାଇବା ଜରୁରୀ । ଏଥିରେ ଭିଟାମିନ୍ ବି୬, ବି୧୨ ପ୍ରୋଟିନ୍‌, କ୍ୟାଲସିୟମ, ଗୁଡ଼୍ ଭିକ୍ଟୋରିୟା ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହେବା ସହିତ ଆପଣ ଦିନସାରା ଏନର୍ଜିଟିକ ଅନୁଭବ କରିବେ ।
ମୂଳା: ଖାଦ୍ୟରେ ମୂଳା ଅନ୍ତର୍ଭୁକ୍ତ କରିବା ଜରୁରୀ । ମୂଳାରେ ପୋଟାସିୟମ୍ ମିଳିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ । ଉଚ୍ଚ ରକ୍ତଚାପର ରୋଗୀ ମୂଳା ଖାଇବା ଜରୁରୀ । ମୂଳା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ । ମୂଳାରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ସି ମିଳିଥାଏ । ଯାହାଫଳରେ କାଶ ଏବଂ ଥଣ୍ଡା ସମସ୍ୟା ଆପଣଙ୍କୁ ବ୍ୟଥିତ କରେ ନାହିଁ ।
ତରଭୁଜ: ତରଭୁଜରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଜଳ ରହିଥାଏ । ଏହା ରକ୍ତଚାପ ନିୟନ୍ତ୍ରଣ କରିବା ସହିତ ଡ଼ିହାଇଡ଼୍ରେସନରୁ ମୁକ୍ତି ଦେଇଥାଏ । ଏଥିସହ ଏହାର ମଞ୍ଜିରେ ମ୍ୟାଗ୍ନେସିୟମ୍ ରହିଥିବାରୁ ଏହାକୁ ଖାଇବା ଲାଭଦାୟକ ହୋଇଥାଏ ।
ପଇଡ଼ପାଣି:ନଡ଼ିଆ ପାଣିରେ ଭିଟାମିନ୍ ସି,ପୋଟାସିୟମ,ମ୍ୟାଗ୍ନେସିୟମ ଏବଂ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ । ଏହାକୁ ପିଇବା ଦ୍ୱାରା ଜଳ ଅଭାବ ସହିତ ରକ୍ତଚାପ କମିଥାଏ ।
ଲେମ୍ବୁପାଣି: ଲେମ୍ବୁରେ ଭିଟାମିନ୍ ସି ଏବଂ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ । ନିୟମିତ ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଶରୀରରେ ଫ୍ରି ରେଡ଼ିକାଲକୁ ଦୂର କରି ରକ୍ତଚାପ କମ କରିବାରେ ସାହାଯ୍ୟ କରିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami