ଏଥର ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍‌ହମ୍‌ରେ ନାହିଁ ଉତ୍ସାହ

Above Post Content

ବେଥଲ୍‌ହମ୍‌: ଜେରୁଜେଲମ୍‌ର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍‌ହମ୍ । ଚଳିତ ବର୍ଷ ବଡ଼ଦିନ ଅବସରରେ ବେଥଲହମ୍ ପୁରା ଖାଁ ଖାଁ । ଏଠାରେ କୌଣସି ସାଜ୍ଜସଜ୍ଜା କି ଆଲୋକମାଳା ଦେଖିବାକୁ ମିଳିନାହିଁ । ଏମିତିକି ଉତ୍ସବମୁଖର ଦିଶୁନାହିଁ । ଇସ୍ରାଏଲ୍ ଅଧିକୃତ ପାଲେଷ୍ଟାଇନ୍ ନଗରୀ ୱେଷ୍ଟ୍‌ବ୍ୟାଙ୍କ୍‌ର ହୋଟେଲ୍‌, ରେସ୍ତୋରାଁ ଓ ଉପହାର ବା ସ୍ମାରକୀ ସାମଗ୍ରୀ ଦୋକାନରେ ଗହଳ ଚହଳ ନାହିଁ । ଇସ୍ରାଏଲ୍‌-ହମାସ୍ ଯୁଦ୍ଧ ସମସ୍ତଙ୍କୁ ଭୟଭୀତ କରିଛି ।

କେଉଁଠି ବଡ଼ଦିନ ଗଛ ବି ନାହିଁ

After 2nd paragraph post ads
Middle post content

୪ ପିଢ଼ି ହେବ ବେଥଲ୍‌ହମ୍‌ରେ ରହି କାମ କରୁଥିବା ପରିବାରର ଅନ୍ୟତମ ଦାୟାଦ ତଥା ଆଲେକ୍‌ଜେଣ୍ଡର ହୋଟେଲ୍‌ର ମାଲିକ ଜୋଏ କ୍ୟାନାୱାଟି କହିଛନ୍ତି, ଆମ ହୋଟେଲ୍‌ରେ କୌଣସି ଗ୍ରାହକ ନାହାନ୍ତି । ଜଣେ ହେଲେ ବି ଆସୁନାହାନ୍ତି । ଏଭଳି ବିପର୍ଯ୍ୟସ୍ତ ବଡ଼ଦିନ କେବେ ହୋଇ ନ ଥିଲା । ବଡ଼ଦିନ ଅବସରରେ ବେଥଲ୍‌ହମ୍ ବନ୍ଦ ରହିଛି । ବଡ଼ଦିନ ଗଛ ନାହିଁ, ଆନନ୍ଦ ନାହିଁ, କି ବଡ଼ଦିନର ଉତ୍ସାହ ବି ନାହିଁ ।

ହୋଟେଲଗୁଡ଼ିକରୁ ବୁକିଙ୍ଗ୍ କ୍ୟାନସଲ କରିନେଲେ ପର୍ଯ୍ୟଟକ

ଯୀଶୁଙ୍କର ଜନ୍ମଭୂମିରେ ଥିବା ‘ଚର୍ଚ ଅଫ୍ ନେଟିଭିଟି’ ଦେଖିବା ଲାଗି ବିଶ୍ୱର ସବୁ ଅଞ୍ଚଳରୁ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ବେଥଲ୍‌ହମ୍ ଆସିଥାନ୍ତି । ଖାସଖ କରି ବଡ଼ଦିନରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ । ତାଙ୍କରି ଉପରେ ହିଁ ବେଥଲ୍‌ହମ୍‌ର ଆୟ ନିର୍ଭର କରେ । କ୍ୟାନାୱାଟି କହିଛନ୍ତି, ଅକ୍ଟୋବର ୭ ତାରିଖ ଆଗରୁ ବଡ଼ଦିନ ଲାଗି ହୋଟେଲ୍ ସବୁ ସମ୍ପୂର୍ଣ୍ଣ ‘ବୁକ୍‌’ ହୋଇଯାଇଥିଲା ଓ ପର୍ଯ୍ୟଟକମାନେ ସହରରେ ଅନ୍ୟ କେଉଁଠି ରହିବାକୁ ଜାଗା ଖୋଜୁଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ, ଯୁଦ୍ଧ ଆରମ୍ଭ ହୋଇଯିବାରୁ ଗ୍ରାହକମାନେ ‘ବୁକିଙ୍ଗ୍‌’ କ୍ୟାନ୍‌ସଲ୍ କରିଦେଲେ । ଇମେଲ୍‌ରେ ଖାଲି ‘କ୍ୟାନ୍‌ସଲ୍‌’ ପରେ ‘କ୍ୟାନସଲ୍‌’ ଆସିଲା । ହୋଟେଲ୍‌ରେ ପ୍ରତି ରାତିରେ ଅନ୍ୟୂନ ୧୨୦ଜଣ ଲୋକ ଏଠାରେ ରାତ୍ରଭୋଜନ କରନ୍ତି । ଲୋକଙ୍କ ଗହଳି ଚହଳି ହୋଟେଲ୍ ଉଛୁଳି ପଡ଼େ । କିନ୍ତୁ, ଏଥର ବଡ଼ଦିନ ଜଳଖିଆ ନାହିଁ, ରାତ୍ରଭୋଜନ ନାହିଁ କି, ବଡ଼ଦିନ ବୁଫେ ବି ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami