ଜାମିନରେ ମୁକ୍ତ କଏଦୀଙ୍କ ଉପରେ ରହିବ ନଜର

Above Post Content

ଆସିଗଲା ଜିପିଏସ୍ ଟ୍ରାକର ଆଙ୍କଲେଟ୍ । ଏହି ଡିଭାଇସ୍ ଆତଙ୍କବାଦୀ ଏବଂ ଜାମିନରେ ମୁକ୍ତ ହୋଇଥିବା କଏଦୀଙ୍କ ପାଦରେ ଫିଟ୍ କରାଯିବ । ତେବେ ପୂର୍ବରୁ ୟୁରୋପ ଏବଂ ଆମେରିକାରେ ସମାନ ଭାବେ ଅଭିଯୁକ୍ତମାନଙ୍କ ଉପରେ ନଜର ରଖିବା ପାଇଁ ଏହି ଟ୍ରାକର ବ୍ୟବହାର କରାଯାଉଛି । ଜମ୍ମୁ କଶ୍ମୀର ପୋଲିସ ନିକଟରେ ଏକ ହାଇ-ଟେକ୍ ପଦକ୍ଷେପ ନେଇଛି । ଯାହା ପରେ ଜାମିନରେ ମୁକ୍ତ ହୋଇଥିବା ଅଭିଯୁକ୍ତମାନେ ଆଉ ପୋଲିସକୁ ଭୁଆଁ ବୁଲାଇ ପାରିବେ ନାହିଁ । ଜମ୍ମୁ-କାଶ୍ମିର ପୋଲିସ ଜିପିଏସ୍ ଟ୍ରାକର ଆଙ୍କଲେଟର ଏକ ଡିଭାଇସକୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ଡିଭାଇସ୍ ଆତଙ୍କବାଦୀ ଏବଂ ଜାମିନରେ ମୁକ୍ତ ହୋଇଥିବା କଏଦୀଙ୍କ ପାଦରେ ଫିଟ୍ କରାଯିବ । ତେବେ ପୂର୍ବରୁ ୟୁରୋପ ଏବଂ ଆମେରିକାରେ ସମାନ ଭାବେ ଅଭିଯୁକ୍ତମାନଙ୍କ ଉପରେ ନଜର ରଖିବା ପାଇଁ ଏହି ଟ୍ରାକର ବ୍ୟବହାର କରାଯାଉଛି । ଜମ୍ମୁ କାଶ୍ମିର ପୋଲିସ ବର୍ତ୍ତମାନ ଜିପିଏସ୍ ଟ୍ରାକର ଆଙ୍କଲେଟରକୁ ଟ୍ରାଏଲ ଭାବରେ ଆରମ୍ଭ କରିଛି ।

Middle post content

ଆସିଗଲା ଜିପିଏସ୍ ଟ୍ରାକର ଆଙ୍କଲେଟ୍‌

After 2nd paragraph post ads

ଜମ୍ମୁ କଶ୍ମୀର ପୋଲିସ ପ୍ରଥମେ ଜିପିଏସ୍ ଟ୍ରାକର ଆଙ୍କଲେଟକୁ ଗୁଲାମ ମହମ୍ମଦ ଭଟ ନାମକ ଜଣେ କଏଦୀଙ୍କ ପାଦରେ ଲଗାଇଛି । ରିପୋର୍ଟ ଅନୁଯାୟୀ, ଜେଲରୁ ମୁକ୍ତ ହେଉଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ତାଙ୍କ ଗୋଡରେ ଏକ ଟ୍ରାକର ଲଗାଯାଉଛି । ଏହି ଟ୍ରାକର ପୋଲିସ କଣ୍ଟ୍ରୋଲ ରୁମ୍ ସହିତ କନେକ୍ଟ ରହିବ । ଯଦି ଆବଶ୍ୟକ ହୁଏ ତେବେ ପୋଲିସ ଅଭିଯୁକ୍ତକୁ ଖୋଜି ବାହାର କରିପାରିବ ଏବଂ ଯେକୌଣସି ସମୟରେ ତାଙ୍କ ପାଖରେ ପହଞ୍ଚି ପାରିବ । ଏହା ବ୍ୟତୀତ ଟ୍ରାକର ଦ୍ୱାରା ଲୋକଙ୍କ ଗତିିବିଧି ଉପରେ ମଧ୍ୟ ନଜର ରଖାଯାଇପାରିବ । ଆତଙ୍କବାଦ ସହ ଜଡିତ ଲୋକମାନଙ୍କ ବିଷୟରେ, ସେମାନେ କେଉଁଠାକୁ ଯାଆନ୍ତି ଏବଂ କାହାକୁ ଭେଟନ୍ତି ସେ ସମ୍ବନ୍ଧରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇପାରିବ । ପୋଲିସ ଆଶା କରୁଛି ଯେ ଏହା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବ ଏବଂ ସେମାନଙ୍କର ଅପରାଧିକ କାର୍ଯ୍ୟ କଳାପକୁ ମଧ୍ୟ କଣ୍ଟ୍ରୋଲ କରି ହେବ । ଯଦି ଜିପିଏସ୍ ଟ୍ରାକରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଏ କିମ୍ବା ଏହାକୁ ବାହାର କରିବାକୁ ଚେଷ୍ଟା କରାଯାଏ, କଣ୍ଟ୍ରୋଲ୍ ରୁମକୁ ସିଗନାଲ୍ ମିଳିବ । ଏହା ଦ୍ୱାରା ଅପରାଧୀମାନେ ପୋଲିସ ନଜରରୁ ବଞ୍ଚି ପାରିବେନି ଏବଂ ଅପରାଧ କରିବା ପୂର୍ବରୁ ୧୦୦ ଥର ନିଶ୍ଚିତ ଚିନ୍ତା କରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami