ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡାଇ ଆଣିଲା ରୋହିତ୍ ବାହିନୀ

Above Post Content

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ରେ ବାଜି ମାରିଛି ଭାରତ । ଏଥିସହ ନ୍ୟୁଜିଲାଣ୍ଡଠୁ ୨୦୧୯ ସେମିର ବଦଲା ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ସେମି ଫାଇନାଲ ମହାଲଢେଇରେ ଦମଦାର ବିଜୟ ହାସଲ କରିଛି ରୋହିତ ସେନା । ଲମ୍ବା ସଂଘର୍ଷ ପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଭାରତ ଫାଇନାଲ ପାଇଁ ଟିକେଟ ହାସଲ କରିଛି । ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ପହଂଚିବା ପରେ ଚାରିଆଡୁ ଶୁଭେଛାର ସୁଅ ଛୁଟିଛି । ସାରା ଦେଶରେ ଖୁସିର ମାହୋଲ୍ ।

ବିରାଟଙ୍କ ଶତକ ସହ ଶାମୀଙ୍କ ସ୍ୱିଙ୍ଗ୍‌

After 2nd paragraph post ads
Middle post content

ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ରୁ ହିଁ ନ୍ୟୁଜିଲାଣ୍ଡ ୱିକେଟ ହରାଇଥିଲା । ରବିନ୍ଦ୍ର ଓ କନୱେ ସାମିଙ୍କ ବୋଲ କୁ ଖେଳିପାରି ନ ଥିଲେ । ପାୱାର ପ୍ଲେରେ ହିଁ ଦୁଇ ୱିକେଟ ହରାଇ ଥିଲା ନ୍ୟୁଜିଲାଣ୍ଡ । ହେଲେ ପାଲି ସମ୍ଭାଳି ଥିଲେ ୱିଲିୟମସନ୍ ଓ ମିଚେଲ୍ । ହେଲେ ୱିଲିୟମସନଙ୍କ ୱିକେଟ ନେଇଥିଲେ ସାମି । ୨୨୨ ରନରେ ଦଳର ତିନୋଟି ୱିକେଟ ଯାଇଥିଲା । ହେଲେ ଟିମକୁ ସମ୍ଭାଳି ଥିଲେ ମିଚେଲ । ତାଙ୍କ ୱିକେଟ ପରେ ମ୍ୟାଚ ନ୍ୟୁଜିଲାଣ୍ଡ ହାତରୁ ଖସିଥିଲା । ସାମି ତାଙ୍କ ୱିକେଟ ନେଇଥିଲେ ।ଏହା ସହ ସାମିଙ୍କ ନାମରେ ଆଉ ଏକ ରେକର୍ଡ଼ ଯୋଡ଼ି ହୋଇଛି । ସେ ଆଜି ୭ଟି ୱିକେଟ ନେଇଛନ୍ତି । ବିଶ୍ୱକପରେ ସର୍ବାଧିକ ଥର ସେ ୫ଟି ୱିକେଟ ନେଇଛନ୍ତି । ସେ ୪ ଥର ଏହି କାମ କରିଛନ୍ତି ।

୧୨ ବର୍ଷ ପରେ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ

ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଦୃତ ବୋଲର ମିଚେଲ ଷ୍ଟ୍ରାକ ଏହି କାମ ତିନି ଥର କରିଥିଲେ । କହିବାକୁ ଗଲେ ବିରାଟ ଏବଂ ଶ୍ରେୟସଙ୍କ ଶତକ ପରେ ମହମ୍ମଦ ଶାମୀଙ୍କ ଘାତକ ବୋଲିଂରେ ଭାରତ ବିଶ୍ୱକପ ଫାଇନାଲରେ ପହଞ୍ଚିଛି । ନ୍ୟୁଜିଲାଣ୍ଡ ହାତରୁ ଏହି ବିଜୟକୁ ଛଡ଼ାଇ ଆଣିବାରେ ସଫଳ ହୋଇଛି ରୋହିତ ସେନା । ୨୦୧୧ ପରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । ଏହାପୂର୍ବରୁ ୨୦୧୫ ଏବଂ ୨୦୧୯ ଦିନିକିଆ ବିଶ୍ୱକପରେ ଭାରତକୁ ସେମି ଫାଇନାଲରୁ ହିଁ ଫେରିଥିଲା । ତେବେ ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ସେମି ଫାଇନାଲ ଅତିକ୍ରମ କରି ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଏହି ବିଜୟର ସୂତ୍ରଧର ସାଜିଛନ୍ତି କିଙ୍ଗ ବିରାଟ କୋହଲି ଏବଂ ଷ୍ଟାର ବୋଲର ମହମ୍ମଦ ଶାମୀ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami