ଜଳିଲା ୨ଟି ସୁପରଫାଷ୍ଟ ଏକ୍ସପ୍ରେସ, ୧୯ ଆହତ

Above Post Content

ନୂଆଦିଲ୍ଲୀ: ଗତକାଲି ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଲାଗିଛି ଭୟଙ୍କର ନିଆଁ । ହୁତୁହୁତୁ ହୋଇ ଜଳି ଯାଇଛି ସୁପରଫାଷ୍ଟ ଏକ୍ସପ୍ରେସର ଗୋଟିଏ ଯାତ୍ରୀବାହୀ ବଗି । ନିଆଁରେ ବଗିଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି । ନିଆଁ ଲାଗିଥିବା ଦେଖି ଯାତ୍ରୀମାନେ ତଳକୁ ଡ଼େଇଁ ପଡ଼ିଥିଲେ । ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି  । ସେହିପରି ବିଳମ୍ବିତ ରାତିରେ ଦିଲ୍ଲୀ- ସାହାରସା ବୈଶାଳୀ ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଫଳରେ ୧୯ ଜଣ ଆହତ ହୋଇଛନ୍ତି ।

ବଗିରୁ ଡ଼ିଆଁ ମାରିଲେ ଯାତ୍ରୀ

After 2nd paragraph post ads

ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେର ଗୋଟିଏ ବଗି ଉତ୍ତର ପ୍ରଦେଶର ଇଟାୱା ଠାରେ ଜଳି ଯାଇଛି । ଟ୍ରେନଟି ସରାଇ ଭୂପାଟ ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଗୋଟିଏ ସ୍ଲିପର କୋଚ୍‌ରୁ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା ।ଷ୍ଟେସନ ମାଷ୍ଟର ଧୂଆଁ ଦେଖି ତୁରନ୍ତ ଲୋକୋ ପାଇଲଟଙ୍କୁ ଖବର ଦେଇଥିଲେ । ଲୋକୋ ପାଇଲଟ ଓ ଗାର୍ଡ ତୁରନ୍ତ ଟ୍ରେନକୁ ଅଟକାଇ ଦେଇଥିଲେ । ସଙ୍ଗେ ସଙ୍ଗେ ଯାତ୍ରୀମାନେ ମଧ୍ୟ ବଗିରୁ ଡିଆଁ ମାରିଥିଲେ । ଆଉ କିଛି ଯାତ୍ରୀଙ୍କୁ ବାହାର କରାଯାଇଥିଲା । ଯାତ୍ରୀମାନେ ବାହାରିବା କ୍ଷଣି ବଗିଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା । କୁହାଯାଉଛି ଯେ ସ୍ଲିପର କୋଚରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିଲେ । ତଥାପି ସମସ୍ତେ ସୁରକ୍ଷିତ ରହିଛନ୍ତି । କିନ୍ତୁ ସେମାନଙ୍କ ଆସବବାପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ରେଳ କର୍ମଚାରୀ ଓ ଅଗ୍ନିଶମ ବାହିନୀ ଘଣ୍ଟା ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

Middle post content

ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର

ଟ୍ରେନ୍‌ଟି ଦିଲ୍ଲୀରୁ ବିହାରର ସାହରସା ଅଭିମୁଖେ ଯାତ୍ରା କରୁଥିଲା । ରାତି ପ୍ରାୟ ଅଢେଇଟାରେ ପ୍ରଥମେ ଟ୍ରେନ୍‌ର ପ୍ୟାଣ୍ଟ୍ରି କାର ନିକଟ ଏସ୬ ବଗିରେ ନିଆଁ ଲାଗି ଯାଇଥିଲା । ନିଆଁ ହୁତୁହୁତୁ ହୋଇ ସମ୍ପୂର୍ଣ୍ଣ ବଗିକୁ ମାଡ଼ି ଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।ତେବେ ଏହି ଅଗ୍ନିକାଣ୍ଡରେ ମୋଟ ୧୯ ଜଣ ଆହତ ହୋଇଛନ୍ତି । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବଶିଷ୍ଟ ୮ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami