୧୧,୪୭୮ ଦିନ ବଞ୍ଚିଥିବା ‘ବବି’ର ମୃତ୍ୟୁ

Above Post Content

ଚାଲିଗଲା ଦୁନିଆର ସବୁଠୁ ବୟସ୍କ କୁକୁର । ପୃଥିବୀରେ ସର୍ବାଧିକ କାଳ ବଞ୍ଚିଥିବା କୁକୁର ‘ବବି’ ୩୧ ବର୍ଷ ୧୬୫ ଦିନର ବୟସରେ ମୃତ୍ୟୁବରଣ କରିଛି । ବବି ଥିଲା ‘ରାଫେଇରୋ ଦୋ ଆଲେନ୍ତେଓ’ ଜାତିର ଏକ କୁକୁର । ପର୍ତ୍ତୁଗାଲ୍‌ରେ ପାଳିତ ଏହି କୁକୁରଟି ଗତ ଫେବ୍ରୁଆରି ସବୁଠାରୁ ବୟସ୍କ କୁକୁର ଭାବେ ଗିନିସ୍ ୱାଲର୍ଡ଼ ରେକର୍ଡ କରିଥିଲା । ବବି ପୂର୍ବରୁ ଅଷ୍ଟ୍ରେଲିଆର ‘ବ୍ଲୁଇ’ ନାମକ ଏକ କୁକୁର ୨୯ ବର୍ଷ ପାଞ୍ଚ ମାସରେ ମୃତ୍ୟୁବରଣ କରି ଏହି ରେକର୍ଡ ସ୍ଥାପନ କରିଥିଲା ।

Middle post content

ନିରୋଗରେ କାଟିଥିଲା ଜୀବନ

After 2nd paragraph post ads

ପର୍ତ୍ତୁଗାଲର ବାସିନ୍ଦା ଲିଓନେଲ୍ କୋଷ୍ଟା । ତାଙ୍କୁ ଯେତେବେଳେ ୮ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଘରକୁ ବବିକୁ ଆଣିଥିଲେ । ଘର ଲୋକଙ୍କୁ ନ ଜଣାଇ ଲୁଚାଇ ରଖିଥିଲେ । ଘର ଲୋକ ବବି ବିଷୟରେ ଜାଣିବା ପରେ ସେ ତାଙ୍କ ପରିବାରର ସଦସ୍ୟ ପାଲଟିଥିଲା । ସମସ୍ତେ ତାକୁ ଖୁବ୍ ଭଲ ପାଇବା ସହ ପରିବାରର ସଦସ୍ୟ ଭାବେ ଯତ୍ନ ନେଲେ । ଇତିହାସର ସବୁ କୁକୁରଙ୍କୁ ପଛରେ ପକାଇ ୧୧,୪୭୮ ଦିନ ବଞ୍ଚିଥିଲା ‘ବବି’ । ୨୦୧୮ରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହେବା ଛଡ଼ା ବଳକା ଜୀବନ ସେ ନିରୋଗରେ କାଟିଥିଲା । ବବିର ଦୀର୍ଘ ଜୀବନ ପଛରେ ଶାନ୍ତ ପରିବେଶର ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ତା’ ମାଲିକ ଲିଓନେଲ୍ ପ୍ରକାଶ କରିଛନ୍ତି । ବବିର ମୃତ୍ୟୁ ପରେ ପରିବାର ଲୋକେ ପୁରା ଭାଙ୍ଗି ପଡ଼ିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami