ଉତ୍ସାହର ସହ କ୍ରିକେଟ ଖେଳୁଥିଲେ ବାପୁ

Above Post Content

ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ବି କ୍ରିକେଟର ଜଣେ ବଡ ପ୍ରଶଂସକ ଥିଲେ । ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନା ପ୍ରକୃତରେ ଏହା କଣ ସତ । ଆମ ପ୍ରିୟ ବାପୁ ଥିଲେ ଜଣେ ବଡ କ୍ରିକେଟ ପ୍ରେମୀ । ପିଲାବେଳେ ସେ କ୍ରିକେଟ ଖେଳିବାକୁ ବହୁତ ପସନ୍ଦ କରୁଥିଲେ । ନିଜ ସ୍କୁଲ ସମୟରେ ମଧ୍ୟ ସେ କ୍ରିକେଟ ବେଶ ଉତ୍ସାହର ସହ ଖେଳିଥାନ୍ତି । ତାଙ୍କର ଉଚ୍ଚତା ଓ ସ୍ୱାସ୍ଥ୍ୟ ସାଧାରଣ ହୋଇଥିଲେ ମଧ୍ୟ ଏହି ଖେଳରେ ସେ ବେଶ୍ ନିପୁଣ ଥିଲେ । ଉଭୟ ବୋଲିଂ ଓ ବ୍ୟାଟିଂରେ ସେ ବେଶ ପାରଙ୍ଗମ ଥିଲେ । ଖେଳ ପଡିଆରେ ସେ ଜଣେ ଅଲରାଉଣ୍ଡର ଥିଲେ କହିଲେ ମଧ୍ୟ ଚଳିବ ।

Middle post content

ପ୍ରସିଦ୍ଧ ଲେଖକ କୌଶିକ ବନ୍ଦୋପାଧ୍ୟାୟଙ୍କ ଦ୍ୱାରା ଲେଖାଯାଇଥିବା “ମହାତ୍ମା ଅନ ପିଚ: ଗାନ୍ଧୀ ଏଣ୍ଡ କ୍ରିକେଟ ଇନ ଇଣ୍ଡିଆ” ରେ ଏ ବିଷୟରେ ଭଲ ଭାବେ ବର୍ଣ୍ଣନା କରାଯାଇଛି । ଏହି ପୁସ୍ତକର ଲେଖକ ନେଉଥିବା ଏକ ସାକ୍ଷାତକାର ସମୟରେ ଗାନ୍ଧୀଜିଙ୍କ ପିଲା ବେଳର ସାଙ୍ଗ ଏସମ୍ପର୍କରେ କହିଥିଲେ । ବାପୁଙ୍କର ସେହି ପିଲା ବେଳର ସାଙ୍ଗ ଥିଲେ ରତିଲାଲ ଗୋଲା ଭାଇ ମେହେଟା । ସେ ତାଙ୍କର ସ୍କୁଲ ବେଳର ସାଙ୍ଗ ଥିଲେ । ତାଙ୍କ ଅନୁସାରେ ଗାନ୍ଧୀ ନିଜ ସ୍କୁଲ ବେଳୁ ହିଁ କ୍ରିକେଟ ଖେଳିବାକୁ ବେଶୀ ପସନ୍ଦ କରିଥାନ୍ତି । ଏହି ଖେଳ ପ୍ରତି ଯେମିତି ତାଙ୍କର ଏକ ଅଦ୍ଭୁତ ଆକର୍ଷଣ ଥିଲା । ବାପୁ ଓ ରତିଲାଲଜି ଏକା ସାଥିରେ ନିଜ ସ୍କୁଲ ତରଫରୁ କ୍ରିକେଟ ଖେଳୁଥିଲେ । ଟିମରେ ଗାନ୍ଧୀ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ ଭାବେ ଖେଳିଥାନ୍ତି ।

After 2nd paragraph post ads

କୌଶିକ ବନ୍ଦୋପାଧ୍ୟାୟଙ୍କ ଏହି ପୁସ୍ତକରେ ଗାନ୍ଧୀଙ୍କର କ୍ରିକେଟ ଖେଳର ପୁର୍ବାନୁମାନ ସମ୍ପର୍କରେ ମଧ୍ୟ କୁହାଯାଇଛି । ରାଜକୋଟ ଠାରେ ଖେଳା ଯାଇଥିବା ଏକ ମ୍ୟାଚ ସମ୍ପର୍କରେ ମଧ୍ୟ ଏଠାରେ ବର୍ଣ୍ଣନା କରାଯାଇଛି । ଏହି ମ୍ୟାଚ ଟିରେ ଗାନ୍ଧୀ ବ୍ୟାଟ୍ସମ୍ୟାନଙ୍କ ଆଉଟ ହେବା ପୂର୍ବରୁ କହିଦେଇଥିଲେ କି ସେ ଆଉଟ ହୋଇଯିବେ । ସତକୁ ସତ କିଛି ସମୟ ମଧ୍ୟରେ ହିଁ ସେ ଆଉଟ ହୋଇଯାଇଥିଲେ । ୧୯୩୩ ମସିହାରେ ଇଂଲଣ୍ଡର ସବୁଠୁ ପୁରୁଣା ‘ମୋରିଲିୟମ କ୍ରିକେଟ କ୍ଲବ’ ଭାରତକୁ ଖେଳିବା ପାଇଁ ଆସିଥିଲେ । ଏହି ଖେଳ ପରେ ପୂର୍ବ କ୍ରିକେଟ କ୍ୟାପଟେନ ବିଜୟ ମରଚାଣ୍ଟ ଙ୍କ ଭଉଣୀ ଲକ୍ଷ୍ମୀ ମରଚାଣ୍ଟଙ୍କ ଭଉଣୀ ୧୬ ଜଣ ଖେଳାଳିଙ୍କ ଦସ୍ତଖତ ନେଇଥିଲେ । ସେ ଯେତେବେଳେ ଗାନ୍ଧୀଜିଙ୍କର ଅଟୋଗ୍ରାଫ ନେବାକୁ ଆସିଥିଲେ ସେ ଜଣେ ୧୭ ତମ ଖେଲାଳି ଭାବେ ସେଠାରେ ଅଟୋଗ୍ରାଫ ଦେଇଥିଲେ । ଏହି ପରି ଗାନ୍ଧୀ ଏଥିପାଇଁ କରିଥିଲେ କି ସେ ଜଣାଇବାକୁ ଚାହୁଁଥିଲେ ସେ ଜଣେ ବ୍ରିଟିଶ ବିରୋଧୀ ହୋଇଥିଲେ ମଧ୍ୟ ଖେଳାଳି ଙ୍କ ପ୍ରତି ତାଙ୍କ ମନରେ ସେପରି କୌଣସି ବିରୋଧୀ ଭାବନା ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami