ବିମାନରେ ନିଶ୍ୱାସ ନେଇପାରିଲାନି ଶିଶୁ, ଦେବଦୂତ ସାଜିଲେ ବିମାନରେ ଥିବା ୨ ଡାକ୍ତର

Above Post Content

ନୂଆଦିଲ୍ଲୀ: ରଖେ ହରି ତ ମାରେ କିଏ ? ଓଡ଼ିଶାର ଘରେ ଘରେ ପରିଚିତ ଏହି ଢଗର ଅର୍ଥ ହେଲା ଭଗବାନ ଯାହାକୁ ସାହା ହେବେ ତାକୁ କେହି କ୍ଷତି ପହଞ୍ଚାଇ ପାରିବେ ନାହିଁ । ଠିକ ଏମିତି ଏକ ଘଟଣା ଘଟିଛି ମଝି ଆକାଶରେ ଉଡୁଥିବା ବିମାନ ଭିତରେ । ଜଣେ ୬ମାସର ଶିଶୁ ବିମାନରେ ଅଣନିଶ୍ୱାସୀ ହୋଇଯିବାରୁ ଯାତ୍ରୀମାନଙ୍କ ଭିତରେ ଥିବା ୨ ଜଣ ଡ଼ାକ୍ତର ଦେବଦୂତ ସାଜି ଶିଶୁଟିର ଜୀବନ ବଞ୍ଚାଇଛନ୍ତି ।

ରାଞ୍ଚିର ଏକ ଦମ୍ପତି ନିଜ ୬ ମାସର ଶିଶୁକୁ ନେଇ ଇଣ୍ଡିଗୋ ବିମାନରେ ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ । ଏହି ଶିଶୁଟି ଜନ୍ମରୁ ହୃଦରୋଗରେ ପୀଡିତ ଥିବାରୁ ଦିଲ୍ଲୀସ୍ଥିତ ‘ଏମ୍‌ସ୍‌’ରେ ଚିକିତ୍ସା କରାଇବା ଲାଗି ସେମାନେ ବିମାନରେ ଯାଉଥିଲେ । ବିମାନଟି ଉଡ଼ୁଥିବା ବେଳେ ହଠାତ୍ ଶିଶୁଟି ନିଶ୍ୱାସ ନେବାରେ ସମସ୍ୟା ଉପୁଜିଥିଲା । ଏହା ଦେଖି ଶିଶୁଟିର ବାପା , ମା ବ୍ୟସ୍ତବିବ୍ରତ ହୋଇପଡିଥିଲେ । କ’ଣ କରିବେ କିଛି ଭାବି ପାରି ନ ଥିଲେ । ହଠାତ ବିମାନଟି ଲ୍ୟାଣ୍ଡ କରିବା ବି ସମ୍ଭବ ନ ଥିଲା । ପରେ ଇଣ୍ଡିଗୋ ବିମାନର କ୍ରୁ ସଦସ୍ୟମାନେ ସେହି ବିମାନରେ କେହି ଡାକ୍ତର ଉପସ୍ଥିତ ଅଛନ୍ତି ବୋଲି ଆନାଉନ୍ସ କରିଥିଲେ । ଭାଗ୍ୟକୁ ସେହି ଫ୍ଲାଇଟରେ ଆଇଏଏସ ଅଧିକାରୀ ତଥା ଡାକ୍ତର ନିତିନ କୁଲକର୍ଣ୍ଣି ଏବଂ ରାଞ୍ଚିି ସଦର ଡାକ୍ତରଖାନାର ଡାକ୍ତର ମୋଜାମ୍ମିଲ୍ ଫେରୋଜ୍ ଉପସ୍ଥିତ ଥିଲେ ।

After 2nd paragraph post ads
Middle post content

ଏହି ଦୁଇ ଡ଼ାକ୍ତର ଦେବଦୂତ ସାଜି ଦୀର୍ଘ ସମୟ ଚେଷ୍ଟା କରିବା ପରେ ଶିଶୁଟିର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଏକ ମାସ୍କ୍ ବ୍ୟବହାର କରି ଦୁହେଁ ପିଲାଟିକୁ ‘ଅକ୍ସିଜେନ୍‌’ ଯୋଗାଇ ଦେଇଥିଲେ । ପିଲାର ‘ମେଡିକାଲ୍ ରେକର୍ଡ’ ଯାଞ୍ଚକରିବା ପରେ ସେମାନେ ତାକୁ ‘ଥିଓଫିଲାଇନ୍‌’ ଇଞ୍ଜେକ୍‌ସନ୍ ସମେତ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ଦେଇଥିଲେ । ପିଲାର ବାପାମାଆଙ୍କ ପାଖରେ ଥିବା ‘ଡେକ୍ସୋନା’ ଇଞ୍ଜେ୍‌କ୍ସନ୍‌ଟି ପରିସ୍ଥିତି ସମ୍ଭାଳିବାରେ ଖୁବ୍ ସହାୟକ ହୋଇଥିଲା । ଅଳ୍ପ ସମୟ ପରେ ପିଲାଟି ପାଟି କରିବା ସହିତ ଆଖି ଖୋଲିଥିଲା ।

ତା’ପରେ ଦୁଇ ଡାକ୍ତର ବିମାନର ଅବତରଣ ଉପରେ ପ୍ରାଥମିକତା ଦେବା ସହିତ ବିମାନ ବନ୍ଦରରେ ପିଲାଟିକୁ ଡାକ୍ତରୀ ସହାୟତା ଦେବା ପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଅନୁରୋଧ କରିଥିଲେ । ଘଟଣାର ଏକ ଘଣ୍ଟା ପରେ ବିମାନଟି ଦିଲ୍ଲୀରେ ଅବତରଣ କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami