୨୦୨୩ ହେବ ଆର୍ଥିକ ସଂକଟ ଓ ଗୃହଯୁଦ୍ଧର ବର୍ଷ

Above Post Content

ନାସ୍ତ୍ରେଦମ୍ସ । ପଂଚଦଶ ଶତାବ୍ଦୀର ପ୍ରସିଦ୍ଧ ଫରାସୀ ଭବିଷ୍ୟତବକ୍ତା । ଯିଏ ୬ଶହ ବର୍ଷ ତଳେ ପ୍ରଥମ ବିଶ୍ୱଯୁଦ୍ଧଠାରୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭବିଷ୍ୟତବାଣୀ କରିଥିଲେ ରହସ୍ୟମୟ ଭାଷାରେ ଭବିଷ୍ୟତର କଥା ଲେଖିଥିଲେ ନାସ୍ତ୍ରେଦମ୍ସ । କୁହାଯାଏ ଯେ, ନାସ୍ତ୍ରେଦମ୍ସ ତାଙ୍କ ଭବିଷ୍ୟତବାଣୀରେ ଜୈବିକ ଯୁଦ୍ଧର କଥା ମଧ୍ୟ ଆଜିଠାରୁ ୬ ଶହ ବର୍ଷ ତଳେ ଲେଖିଥିଲେ । ସେ ନିଜ ଦିବ୍ୟଚକ୍ଷୁରେ ଘୁଷୁରୀମୁଖା ପିନ୍ଧି ଯୁଦ୍ଧରତ ସୈନିକଙ୍କ କଥା ଲେଖିଥିଲେ ୧୯୧୪ରୁ ୧୯୧୮ ମଧ୍ୟରେ ହୋଇଥିବା ପ୍ରଥମ ବିଶ୍ୱଯୁଦ୍ଧ କାଳରେ କ୍ଲୋରିନ୍ ଗ୍ୟାସ ଆକ୍ରମଣରୁ ବଂଚିବା ପାଇଁ ସେତେବେଳେ ସୈନିକ ଯେଉଁ ମୁଖା ପିନ୍ଧୁଥିଲେ ତାହା ଦେଖିବାକୁ ଘୁଷୁରି ମୁହଁଭଳି ଥିଲା । ପ୍ରତିବର୍ଷ ଆରମ୍ଭରେ ବିଶ୍ୱର ବିଭିନ୍ନଭାଗରେ ନାସ୍ତ୍ରେଦମ୍ସଙ୍କ ଭବିଷ୍ୟତବାଣୀର ପୁନଃଆଲୋଚନା ହୋଇଥାଏ । ୨୦୨୨ ସରିବାକୁ ଆଉ ମାତ୍ର ଏକ ମାସ ଥିବାବେଲେ ୨୦୨୩ କେମିତି ବିତିବ ତାକୁ ନେଇ ଆଲୋଚନା ଆରମ୍ଭ ହେଲାଣି । ଏମିତିରେ ନାସ୍ତ୍ରେଦମ୍ସଙ୍କ ଭବିଷ୍ୟତବାଣୀରେ ୨୦୨୩ କେମିତି ରହିବ ଆସନ୍ତୁ ଜାଣିବା

୨୦୨୩ରେ ବିଶ୍ୱ ଆର୍ଥିକ ସଂକଟ

After 2nd paragraph post ads

କୋଭିଡ୍ କାରଣରୁ ବିଶ୍ୱ ଅର୍ଥବ୍ୟବସ୍ଥା ଗତ ତିନି ବର୍ଷ ଧରି ପ୍ରଭାବିତ ହୋଇଛି । ତେବେ ନାସ୍ତ୍ରେଦମ୍ସଙ୍କ ଭବିଷ୍ୟତବାଣୀ ଉପରେ ଗବେଷଣା କରୁଥିବା ବିଶେଷଜ୍ଞଙ୍କ ଅନୁସାରେ ୨୦୨୩ରେ ବିଶ୍ୱ ବଜାର ମାନ୍ଦାବସ୍ଥା ଦ୍ୱାରା ପ୍ରଭାବିତ ହେବବିଶ୍ୱର ଅନେକ ଦେଶ ମାନ୍ଦାବସ୍ଥା ଦ୍ୱାରା ପ୍ରଭାବିତ ହେବେ । ଅର୍ଥନୀତି ଭୁଷୁଡି ପଡି଼ବ ନାସ୍ତ୍ରେଦମ୍ସ ଲେଖିଛନ୍ତି ଯେ, ‘ଗହମ ଏତେ ବଡ଼ ହେବ ଯେ, ମଣିଶ ମଣିଶକୁ ଖାଇଯିବ ବିଶ୍ୱବ୍ୟାପୀ ଖାଦ୍ୟ ସଂକଟ ଓ ଆର୍ଥିକ ସଂକଟ ସହିତ ଏହି ଭବିଷ୍ୟତବାଣୀକୁ ଯୋଡ଼ା ଯାଉଛି । ସୂଚନାଯୋଗ୍ୟ ଯେ, ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ଗହମ ସଂକଟ ଗଲା ବର୍ଷେ ଧରି ଲାଗି ରହିଛି । ଆସନ୍ତା ବର୍ଷ ଯଦି ଯୁଦ୍ଧ ଉଗ୍ରରୂପ ଧାରଣ କରେ ତେବେ ସଂକଟ ଅଧିକ ବଢି଼ବ । ଏଣେ ଆମେରିକାରେ ମଧ୍ୟ ମାନ୍ଦାବସ୍ଥାର ଲକ୍ଷଣ ଦେଖାଗଲାଣିଆମାଜନ ମାଲିକ ଆସୁଥିବା ମାନ୍ଦାବସ୍ଥାକୁ ନେଇ ସତର୍କବାଣୀ ଜାରି କରି ନିକଟରେ କହିଥିଲେ ଯେ, ଆମେରିକୀୟ ମାନେ ଖର୍ଚ୍ଚ କମ କରନ୍ତୁ,ବଡ଼ ବଡ଼ କାର କିଣନ୍ତୁ ନାହିଁ ଓ ଅଧିକ ସଂଚୟ କରନ୍ତୁ ।

ବିଶ୍ୱ ତାପନ

Middle post content

୨୦୨୩ରେ ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱ ତାପନ ବା ଗ୍ଲୋବାଲ ୱାର୍ମିଂ ବୃଦ୍ଧି ପାଇବ ବୋଲି ନାସ୍ତ୍ରେଦମ୍ସ ତାଙ୍କ ଭବିଷ୍ୟତବାଣୀରେ କହିଥିବା କିଛି ଦାବି କରନ୍ତିନାସ୍ତ୍ରେଦମ୍ସ ତାଙ୍କ ଭବିଷ୍ୟତବାଣୀରେ ଲେଖିଛନ୍ତି ଯେ, ‘ସୂର୍ଯ୍ୟ ଚମକିବ ଓ ସମୁଦ୍ରର ମାଛ ଶିଝିଯିବେ’ନାସ୍ତ୍ରେଦମ୍ସଙ୍କ ଏହି ଭବିଷ୍ୟତବାଣୀର ବ୍ୟାଖ୍ୟା ବିଶ୍ୱ ତାପନ କାରଚଣରୁ ସମୁଦ୍ର ଜଳସ୍ତର ବୃଦ୍ଧି ସହିତ ଯୋଡାଯାଉଛି୨୦୨୩ରେ ନାସ୍ତ୍ରେଦମ୍ସଙ୍କ କହିବା ଅନୁସାରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଅନେକ ଆଶଙ୍କା କରୁଛନ୍ତି ।

ଗୃହଯୁଦ୍ଧର ଆଶଙ୍କା

୨୦୨୩ରେ ଅନେକ ଦେଶରେ ଆର୍ଥିକ ସଂକଟ କାରଣରୁ ଗୃହଯୁଦ୍ଧ ହେବ ବୋଲି ନାସ୍ତ୍ରେଦମ୍ସ ଭବିଷ୍ୟତବାଣୀ କରିଥିବା ମଧ୍ୟ କିଛି କୁହନ୍ତି । ତାଙ୍କ ଅନୁସାରେ‘‘ ମହାନ ପରିବର୍ତ୍ତନ ହେବ,ଭୟାନକ ଭୟାବହତା ଓ ପ୍ରତିଶୋଧ ଦେଖିବାକୁ ମିଳିବ’ । କେଉଁ କେଉଁ ଦେଶରେ ଗୃହଯୁଦ୍ଧ ସଂକଟ ସୃଷ୍ଟି ହେବ ତାକୁ ନେଇ ସେ ସ୍ପଷ୍ଟ କିଛି କହିନଥିଲେ ମଧ୍ୟ ଏହି ବାକ୍ୟକୁ ଗୃହଯୁଦ୍ଧ ସହିତ ଯୋଡାଯାଉଛି ।

ତୃତୀୟ ବିଶ୍ୱଯୁଦ୍ଧ

୨୦୨୩ରେ ଗୋଟିଏ ବଡ଼ ଯୁଦ୍ଧ ହେବ ବୋଲି ନାସ୍ତ୍ରେଦମ୍ସ ଭବିଷ୍ୟତବାଣୀ କରିଛନ୍ତି । ।ଅନେକଙ୍କ ମାନିବା ହେଉଛି ଯେ, ଋଷ-ୟୁକ୍ରେନ୍ ଯୁଦ୍ଧ ୨୦୨୩ ମସିହାରେ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେବ ।ନାସ୍ତ୍ରେଦମ୍ସ ଏହି ଭବିଷ୍ୟତବାଣୀରେ କହିଛନ୍ତି ଯେ,’’ ସାତ ମାସ ପର୍ଯ୍ୟନ୍ତ ମହାଯୁଦ୍ଧ,ପାପ କର୍ମ ପାଇଁ ମଲେ ଲୋକ’’ । ବିଶେଷଜ୍ଞଙ୍କ କହିବା ହେଉଛି ଋଷ ଓ ୟୁକ୍ରେନ୍ ଯୁଦ୍ଧରେ ପୁଟିନ ଯଦି ପରମାଣୁ ଅସ୍ତ୍ର ପ୍ରୟୋଗ କରନ୍ତି ତେବେ ଏହା ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହେବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami