![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଆୟକର ପ୍ରସଙ୍ଗ ଉପରେ କେନ୍ଦ୍ର ଧର୍ମ ସଂକଟରେ ପଡି଼ବାକୁ ଯାଉଛି । ମାଡ୍ରାସ ହାଇକୋର୍ଟ କେନ୍ଦ୍ରକୁ ଏମିତି ଏକ ପ୍ରଶ୍ନ ପଚାରିଛନ୍ତି ଯାହାର ଉତ୍ତର ଦେବାରେ କେନ୍ଦ୍ର ସରକାରଙ୍କୁ ଝାଳନାଳ ହେବାକୁ ପଡ଼ିବ । ହାଇକୋର୍ଟରେ ବର୍ତ୍ତମାନର ଆୟକର ଆଦାୟ ପ୍ରାବଧାନକୁ ଚ୍ୟାଲେଂଜ୍ କରି ଦାଏର କରାଯାଇଥିବା ଏକ ମାମଲା ଉପରେ ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି । ଆବେଦନରେ କୁହାଯାଇଛି ଯେ, ଅଢେଇ ଲକ୍ଷ ଟଙ୍କାର ଆୟ ଉପରେ ବର୍ତ୍ତମାନ ଆୟକର ଲାଗୁ ଅଛି । ଅନ୍ୟପକ୍ଷରେ ଆର୍ଥିକ ଭାବେ ଅନଗ୍ରସରଙ୍କୁ ଦିଆଯାଉଥିବା ସଂରକ୍ଷଣ ପାଇଁ ବାର୍ଷିକ ଆୟସୀମା ରହିଛି ୮ ଲକ୍ଷ ଟଙ୍କା । ଯଦି ୮ ଲକ୍ଷ ଟଙ୍କା ବର୍ଷକୁ ଆୟ କରୁଥିବା ବ୍ୟକ୍ତି ଗରିବ ତେବେ ଅଢେଇ ଲକ୍ଷ ଉପରେ ଆୟକର କେଉଁ ଦୃଷ୍ଟିରୁ ଯୁକ୍ତିସଂଗତ ବୋଲି ଆବେଦନରେ କୁହାଯାଇଛି । ଆବେଦନକାରୀ ୮ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକରରୁ ବାଦ ଦେବାକୁ ନିବେଦନ କରିଛନ୍ତି । ଆବେଦନକାରୀଙ୍କ ଯୁକ୍ତି ବେଶ ବଳିଷ୍ଠ ମନେ ହେଉଛି ।
୮ ଲକ୍ଷରୁ କମ ଆୟକରୁଥିବା ପରିବାରକୁ ସଂରକ୍ଷଣ ଦେବା ବ୍ୟବସ୍ଥା କରି ସରକାର ଏହା ସ୍ୱୀକାର କରୁଛନ୍ତି ଯେ, ୮ ଲକ୍ଷ ଆୟକରୁଥିବା ବ୍ୟକ୍ତି ଆର୍ଥିକ ଭାବେ ଦୁର୍ବଳ । ଏମିତିରେ ସରକାର କେମିତି ଗରିବ ଲୋକଙ୍କଠାରୁ କର ଆଦାୟ କରିପାରିବେ । ଗତ କେଇ ବଜେଟରେ କେନ୍ଦ୍ର ସରକାର ଆୟକର ସ୍ଲାବ୍ ଅପରିବର୍ତ୍ତିତ ରଖିଛନ୍ତି । ଅନେକ ସମୟରେ ଆୟକର ସ୍ଲାବ ସୀମା ବଢାଇବାକୁ ଦାବି ହୋଇ ଆସୁଛି ।
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଅଦାଲତ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ ମାଡ୍ରାସ ହାଇକୋର୍ଟ୍ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି । ଏବେ କେନ୍ଦ୍ର ସରକାରଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହେବ ଯେ, ଆଗକୁ ଆୟକର ପରିସୀମା ବଦଳିବ କି ନାହିଁ । ସୂଚନାଯୋଗ୍ୟ ଯେ, ନିକଟରେ ସୁପ୍ରିମକୋର୍ଟ୍ ୧୦୩ ତମ ସମ୍ବିଧାନ ସଂଶୋଧନ ବିଲର ବୈଧତାକୁ କାୟମ ରିଖିତିଲେ । ଏଥିରେ ଆର୍ଥିକ ଅନଗ୍ରସର ବର୍ଗକୁ ସଂରକ୍ଷଣ ସୁବିଧା ଦିଆଯାଇଥିଲା । ଏଥିପାଇଁ ଆୟ ସୀମା ବାର୍ଷିକ ୭,୯୯,୯୯୯ ରଖାଯାଇଛି ।
ଆବେଦନକାରୀ କ’ଣ ପ୍ରଶ୍ନ ଉଠାଇଛନ୍ତି ?
ଆବେଦନକାରୀ କୁନ୍ନୁର ଶ୍ରୀନିବାସନ ମାଡ୍ରାସ ହାଇକୋର୍ଟରେ ନିବେଦନ କରିଛନ୍ତି ଯେ, ଯଦି କେନ୍ଦ୍ର ସରକାର ୭ ଲକ୍ଷ ୯୯ ହଜାର ୯୯୯ ଟଙ୍କା ବାର୍ଷିକ ଆୟ କରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ଭାବେ ଦୁର୍ବଳ ବୋଲି ମାନନ୍ତି ତେବେ କେମିତି ବାର୍ଷିକ ଅଢେଇ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କଠାରୁ ଆୟକର ନେଇ ପାରିବେ । ଯଦି କେନ୍ଦ୍ର ସରକାର ୮ ଲକ୍ଷ ପର୍ଯ୍ୟନ୍ତ ଆୟକରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ଅନଗ୍ରସର ମାନୁଛନ୍ତି ତେବେ ସେମାନଙ୍କଠାରୁ ଆୟକର ମଧ୍ୟ ନେବା ଉଚିତ ନୁହେଁ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)