ବିସଲେରିବ୍ରାଣ୍ଡର ମାଲିକାନା କାହିଁକି ଚାହିଁଲେନି ଜୟନ୍ତି ?

Above Post Content

ଭାରତରେ ପ୍ୟାକେଜ୍ ପାଣି କହିଲେ ଗୋଟିଏ ବ୍ରାଣ୍ଡକୁ ବୁଝାଏ । ତା’ ହେଉଛିବିସଲେରି ବିସଲାରି ଏମିତି ଗୋଟିଏ ବ୍ରାଣ୍ଡ୍ ଯାହା ଗତ ୫୦ ବର୍ଷ ହେବ ଭାରତୀୟ ପ୍ୟାକେଜଡ୍ ୱାଟର ବଜାର ଉପରେ ଏକାକି ରାଜ୍ କରୁଥିଲା ବଜାରରେ ଏହାର ଭାଗ ଥିଲା ୩୨ ପ୍ରତିଶତ । ଅର୍ଥାତ ବଜାରରେ ଯଦି ଶହେ ପାଣି ବୋତଲ ବିକ୍ରି ହୁଏ ତେବେ ତା’ମଧ୍ୟରୁ ୩୨ଟି ବିସଲେରି ହୋଇଥାଏ । ସେହି ବିସଲେରି ବ୍ରାଣ୍ଡକୁ ଏହାର ମାଲିକ ରମେଶ ଚୌହାନ ପାଖାପଖି ୭ ହଜାର କୋଟି ଟଙ୍କାରେ ଟାଟା ଗ୍ରୁପକୁ ବିକ୍ରି କରିବାକୁ ଯାଉଛନ୍ତି । ୧୯୬୯ ମସିହାରେ ରମେଶ ମାତ୍ର ୪ ଲକ୍ଷ ଟଙ୍କାରେବିସଲେରି ବ୍ରାଣ୍ଡ୍ ଇଟାଲିର ଜଣେ ଡାକ୍ତରଙ୍କ ପାଖରୁ କିଣିଥିଲେ । ଏବେ ତାକୁ ୭ ହଜାର କୋଟି ଟଙ୍କାରେ ବିକ୍ରି କରିବେ । ତେବେ କ’ଣ ପାଇଁ ଭାରତୀୟ ବଜାରର ଏକ ନମ୍ବର ପ୍ୟାକେଜଡ୍ ୱାଟର କମ୍ପାନିକୁ ସେ ବିକ୍ରି କରିବାକୁ ଚାହୁଁଛନ୍ତି । ଯାହା ଶୁଣିବାକୁ ମିଳୁଛି ତାଙ୍କୁ କମ୍ପାନି ଚଳାଇବାକୁ କୌଣସି ଉତ୍ତରାଧିକାରୀ ମିଳିଲେ ନାହିଁ । ତେଣୁ ସେ କମ୍ପାନୀ ବିକ୍ରି କରୁଛନ୍ତି ରମେଶଙ୍କର ଏକମାତ୍ର ଝିଅ ଜୟନ୍ତି ଚୌହାନ ବିସଲେରିବ୍ରାଣ୍ଡ୍ ଚଳାଇବାକୁ ଇଛୁକ ନଥିବା କୁହାଯାଉଛି । ତେବେ କ’ଣ ପାଇଁ ଜୟନ୍ତି ପରିବାର ତିଆରି କରିଥିବା ନାମି ବ୍ରାଣ୍ଡ୍ ସହିତ ନିଜ ନାମ ଯୋଡି଼ବାକୁ ଚାହୁଁନାହାନ୍ତି ?

ନିଜସ୍ୱ ପରିଚୟ ସୃଷ୍ଟି ପାଇଁ ବିସଲାରିଠାରୁ ଅଲଗା ହେବେ ଜୟନ୍ତି ?

After 2nd paragraph post ads

ଜୟନ୍ତି ବିସଲେରିବ୍ରାଣ୍ଡ ଚଳାଇବାକୁ ଇଛୁକ ନୁହନ୍ତି ବୋଲି କୁହାଯାଉଛି । ତେବେ ଏନେଇ ଜୟନ୍ତି ସିଧାସଳଖ କିଛି କହି ନାହାନ୍ତି । କୁହାଯାଉଛି ଯେ, ଜୟନ୍ତି ନିଜର ଫେସନ୍ ବିଜନେସ୍ ଆରମ୍ଭ କରିବାକୁ ଚାହୁଁଛନ୍ତିଫେସନ୍ ବିଜନେସ୍ ମାଧ୍ୟମରେ ସେ ନିଜସ୍ୱ ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି ବିସଲେରି ବିକ୍ରି ଖବର ଆସିବା ଭିତରେ ନିଜ ଲିଙ୍କଡ୍ ଇନ୍ ପ୍ରୋଫାଇଲରେ ଜୟନ୍ତି ମାତ୍ର ଧାଡିଟିଏ ଲେଖିଛନ୍ତି । ସେ ଲେଖିଛନ୍ତି ଯେ , ‘ ସବୁ କାହାଣୀର ଦୁଇଟି ଦୀଗ ରହିଥାଏ’ । ଜୟନ୍ତି ମାତ୍ର ଗୋଟିଏ ଲାଇନ୍ ଲେଖି କୌଣସି ବଡ଼ କଥା ଆଡକୁ ଇଶାରା କରିଛନ୍ତି । ତାଙ୍କର ଏହି ନିଷ୍ପତିକୁ ନେଇ ଅନେକ ପ୍ରତିକ୍ରିୟା ଆସୁଛି । କିଛି ଏହି ସାହାସିକ ପଦକ୍ଷେପ ପାଇଁ ତାଙ୍କୁ ପ୍ରଶଂସା କରୁଥିବା ବେଳେ କିଛି ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି ।

୧୪ ବର୍ଷ ହେବ ବିସଲେରି ସମ୍ଭାଳୁଥିଲେ ଜୟନ୍ତି

Middle post content

ଜୟନ୍ତି ଗତ ୧୪ ବର୍ଷ ଧରି ବିସଲେରିର ପରିଚାଳନା କରୁଥିଲେ । ସେ ପ୍ରଥମେ ଦିଲ୍ଲୀ ଅଫିସରୁ କାମ ଆରମ୍ଭ କରି ପରେ ମୁମ୍ବାଇ ମୁଖ୍ୟାଳୟରେ ଯୋଗ ଦେଇଥିଲେ । ତାଙ୍କରି ସମୟରେ ବିସଲେରି ଅନ୍ତର୍ଜାତୀୟ ବ୍ରାଣ୍ଡରେ ପରିଣତ ହୋଇଥିଲାଏଣ୍ଟ୍ରି ଲେଭଲ,ମିଡ୍ ଲେଭଲ ସହିତ ସେ ଭେଦିକା ଭଳି ହାଇ ଏଣ୍ଡ୍ ବ୍ରାଣ୍ଡ୍ ମଧ୍ୟ ଲଂଚ୍ କରିଥିଲେ ବିସଲେରି ଏକ ଅନ୍ତର୍ଜାତୀୟ ବ୍ରାଣ୍ଡ୍ ହେବା ପଛରେ ତାଙ୍କର ଯୋଗଦାନ ରହିଛି । ତେବେ ଏବେ ସେ ନିଜର ଫେସନ୍ ବ୍ରାଣ୍ଡ ଲଂଚ କରି ନିଜସ୍ୱ ପରିଚୟ ସୃଷ୍ଟି କରିବାକୁ ଇଛୁକ ଥିବା କୁହାଯାଉଛି ।

ଫେସନ୍ ବ୍ରାଣ୍ଡ୍ ଲଂଚ୍ କରିବେ ?

୩୭ ବର୍ଷିୟା ଜୟନ୍ତି ଜଣେ ଫେସନ୍ ଡିଜାଇନର । ତାଙ୍କ ପିଲାଦିନ ଦିଲ୍ଲୀ ଓ ମୁମ୍ବାଇ ସହିତ ନ୍ୟୁୟର୍କରେ ବିତିଛି । ପଢାପଢି ମୁମ୍ବାଇ ଓ ଦିଲ୍ଲୀରେ ହୋଇଛିଲଣ୍ଡନରୁ ସେ ଫେସନ୍ ଡିଜାଇନିଂ କୋର୍ସ କରିଛନ୍ତି ବିସଲେରିରେ କାମ କରି ତାଙ୍କର ସେଲ୍ସ,ମାର୍କେଟିଂ,ରିଟେଲିଂରେ ଭଲ ଅଭିଜ୍ଞତା ରହିଛି ଜୟନ୍ତିଙ୍କର ଫେସନକୁ ନେଇ ବିଶେଷ ରୁଚି ଥିବାରୁ ସେ ଗୋଟିଏ ଫେସନ୍ ବ୍ରାଣ୍ଡ୍ ଲଂଚ୍ କରିପାରନ୍ତି ବୋଲି କୁହାଯାଉଛି ।

ରମେଣ ଚୌହାନଙ୍କ ଆଗାମୀ ଲକ୍ଷ୍ୟ କ’ଣ ?

ଅନ୍ୟପକ୍ଷରେ ୮୨ ବର୍ଷୀୟ ରମେଶ ଚୌହାନ ଆଗାମୀ ଦିନରେ ସବୁଜ ଶକ୍ତି (ଗ୍ରୀନ୍ ଏନର୍ଜି ) କ୍ଷେତ୍ରରେ କାମ କରିବେ ବୋଲି ଘୋଷଣା କରିଛନ୍ତି । ପରିବେଶ ସୁରକ୍ଷା ଦିଗରେ ତାଙ୍କର ଯୋଗଦାନ ରହିବ ବୋଲି ସେ କହିଛନ୍ତି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami