ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ଗୁରୁତର ; ବିଦେଶ ଯିବାକୁ ମିଳୁନି ଅନୁମତି

Above Post Content

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୭୮ ବର୍ଷୀୟା ଖଲିଦା ଲିଭର ସିରୋସିସ ରୋଗରେ ପୀଡ଼ିତ ଅଛନ୍ତି । ଜୀବନ ରକ୍ଷା ନିମନ୍ତେ ତୁରନ୍ତ ତାଙ୍କୁ ବିଦେଶରେ ଚିକିତ୍ସା ଯୋଗାଇବା ଆବଶ୍ୟକ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ କହିଛନ୍ତି । ଏଥିନିମନ୍ତେ ଖଲିଦାଙ୍କ ପରିବାର ଅନୁମତି ମାଗିଥିବା ବେଳେ ସେଠାକାର ସରକାର କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛନ୍ତି । ବାଂଲାଦେଶର ନ୍ୟାସନାଲିଷ୍ଟ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଗତ ଅଗଷ୍ଟ ୯ ତାରିଖରୁ ବାଂଲାଦେଶର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ୧୭ ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି ।

କିଡ଼୍‌ନୀ,ହାର୍ଟକୁ ବ୍ୟାପିଗଲାଣି ସଂକ୍ରମଣ

After 2nd paragraph post ads
Middle post content

ଖାଲିଦା ଜିଆଙ୍କ ଅବସ୍ଥା ଦିନକୁ ଦିନ ସଙ୍କଟାପନ୍ନ ହେବାରେ ଲାଗିଛି । ସଂକ୍ରମଣ ଏବେ ତାଙ୍କ କିଡ଼ନୀ ଓ ହାର୍ଟକୁ ବ୍ୟାପିଗଲାଣି । ଏପରି ସ୍ଥିତିରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ହୋଇ ପଡ଼ିଛି । ହେଲେ ତାହା ବାଂଲାଦେଶରେ ସମ୍ଭବ ନୁହେଁ ବୋଲି ଡାକ୍ତରୀ ଦଳ କହିଛନ୍ତି । ଖାଲିଦା ଜିଆଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ତାଙ୍କ ଉପରେ ଭ୍ରଷ୍ଟାଚାର ଆରୋପ ଲାଗିଥିବା ବେଳେ ୨୦୨୦ ମସିହାରେ ତାଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଏହାପରେ ସେ ନିଜ ଘରେ ନଜରବନ୍ଦୀ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବାହାରୁ ଡ଼ାକ୍ତର ଆସି କରିପାରିବେ ଚିକିତ୍ସା

ଉନ୍ନତ ଚିକିତ୍ସା ନିମନ୍ତେ ପରିବାର ସଦସ୍ୟ ତାଙ୍କୁ ଜର୍ମାନୀ ନେବାକୁ ସେଠାକାର ସରକାରଙ୍କୁ ଅନୁମତି ମାଗିଛନ୍ତି । ହେଲେ ଶେଖ ହସିନାଙ୍କ ସରକାର କିନ୍ତୁ ତାହାକୁ ପ୍ରତ୍ୟାଖାନ କରି ଦେଇଛନ୍ତି । ଏଥିନିମନ୍ତେ ଖାଲିଦା ଜିଆଙ୍କୁ ଜେଲ୍ ଯିବାକୁ ପଡ଼ିବ ଓ ତା’ ପରେ ସେ ବିଦେଶ ଯାତ୍ରା ପାଇଁ କୋର୍ଟରେ ଅନୁମତି ମାଗି ପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସରକାରଙ୍କ ପକ୍ଷରୁ ବିଦେଶରୁ ଡାକ୍ତର ଆଣି ଖଲିଦା ଜିଆଙ୍କ ଚିକିତ୍ସା କରିବାକୁ ଅନୁମତି ଦିଆଯାଇଛି । ତାଙ୍କୁ କିନ୍ତୁ ବିଦେଶ ପଠାଇବାକୁ ଅନୁମତି ଦିଆଯାଇନି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami