୮୧ ବର୍ଷରେ ବିଗ୍ ବି ; ‘ଜଲ୍‌ସା’ ଆଗରେ ଜନ୍ମଦିନ ପାଳିଲେ ପ୍ରଶଂସକ

Above Post Content

ମୁମ୍ବାଇ: ବଲିଉଡ଼ର ଖ୍ୟାତନାମା ଅଭିନେତା ଅମିତାଭ ବଚ୍ଚନ ବୁଧବାର ୮୧ ବର୍ଷରେ ପଦାର୍ପଣ କରିଛନ୍ତି । ବିଗ୍ ବିଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ମଙ୍ଗଳବାର ମଧ୍ୟ ରାତ୍ରିରେ ଅସଂଖ୍ୟ ପ୍ରଶଂସକ ତାଙ୍କ ବାସଭବନ ‘ଜଲ୍‌ସା’ ବାହାରେ ଭିଡ଼ ଜମାଇଥିଲେ । ପରେ ବିଗ୍‌ବିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ବାହାରକୁ ଆସି ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇଲେ

After 2nd paragraph post ads
Middle post content

ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କର ଟିକେ ଝଲକ ପାଇବା ପାଇଁ ହଜାର ହଜାର ପ୍ରଶଂସକ ମଧ୍ୟରାତ୍ରିରେ ମୁମ୍ବାଇର ଜୁହୁସ୍ଥିତ ତାଙ୍କ ବାସଭବନ ଜଲସା ସମ୍ମୁଖରେ ଜମା ହୋଇଥିଲେ । ଘର ବାହାରେ ବହୁ ସଂଖ୍ୟାରେ   ପ୍ରଶଂସକ ଥିବା ଦେଖି ଅମିତାଭ ବାଧ୍ୟ ହୋଇ ରାତି ୧୨ଟା ୧୦ରେ କିଛି ସମୟ ପାଇଁ ବାହାରକୁ ଆସିଥିଲେ । ହାତଯୋଡ଼ି ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିସହିତ କରମର୍ଦ୍ଦନ କରିଥିଲେ । ପରେ ହସି ହସି ସେମାନଙ୍କ ଆଡ଼କୁ ହାତ ହଲାଇଲେ । ଅନେକେ ପ୍ରଶଂସକ ତାଙ୍କ ଫଟୋ ଥିବା ‘ଟି-ସାର୍ଟ’ ପିନ୍ଧିଥିଲେ । ଆହୁରି କେତେ ଜଣ ବିଭିନ୍ନ ଫିଲ୍ମର ଚରିତ୍ରରେ ସଜ୍ଜେଇ ହୋଇ ଆସିଥିଲେ । ଆଉ କିଛି ଶୁଭେଚ୍ଛୁ ଗୀତ ଗାଇ ନାଚିଥିଲେ । ଅମିତାଭ କେତେଜଣଙ୍କ ସହିତ କରମର୍ଦ୍ଦନ ବି କରିଥିଲେ । ଏହି ସମୟରେ ଅମିତାଭ ‘ପେଷ୍ଟାଲ୍ ପିଙ୍କ୍‌’ ଓ ‘ମିଣ୍ଟ୍‌’ ରଙ୍ଗର ଛିଟ ଜ୍ୟାକେଟ୍‌, ଧୂସର ରଙ୍ଗର ଟ୍ରାକ୍ ପ୍ୟାଣ୍ଟ, ମୁଣ୍ଡରେ ବନ୍ଦନା ଟୋପି ଓ ଆଖିରେ ଚଷମା ପିନ୍ଧିଥିଲେ , ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ ।

୮୧ ବର୍ଷ ବୟସରେ ମଧ୍ୟ ଅମିତାଭ ବଚ୍ଚନ ଫିଲ୍ମ ଜଗତରେ ଅନ୍ୟତମ ସକ୍ରିୟ ସୁପରଷ୍ଟାର ଭାବେ ପରିଗଣିତ ହୁଅନ୍ତି । ଅମିତାଭଙ୍କର ଆଗକୁ କେତେଗୁଡ଼ିଏ ଫିଲ୍ମ ରିଲିଜ୍ ହେବାକୁ ଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami