ଦୀପିକାଙ୍କୁ ଉପହାର ଦେଲେ ଫାଇଟର ଟିମ୍

Above Post Content

ମୁମ୍ବାଇ: ୩୮ ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଶୁକ୍ରବାର ସେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ସ୍ୱତନ୍ତ୍ର ଦିନରେ ତାଙ୍କୁ ମିଳିଛି ସବୁଠାରୁ ଦାମୀ ଉପହାର । ଏହାକୁ ଦେଇଛନ୍ତି ତାଙ୍କର ଆଗାମୀ ଫିଲ୍ମ ଫାଇଟରର ଟିମ୍ । ଏହି ଜନ୍ମଦିନକୁ ଅଧିକ ସ୍ୱତନ୍ତ୍ର କରି ନିର୍ମାତାମାନେ ଦୀପିକା ପାଦୁକୋନଙ୍କ ଏପିକ‘ମିନ୍ନି’ ଅବତାରର ଏକ ସ୍ୱତନ୍ତ୍ର ବିଟିଏସ ଭିଡିଓ ସେୟାର କରିଛନ୍ତି ।

Middle post content

କ୍ଲିପ୍‌ରେ ରହିଛି ଦୀପିକାଙ୍କ ମଜାଦାର ଦୃଶ୍ୟ

After 2nd paragraph post ads

ଏହି ଝଲକ ଦୀପିକା ପାଦୁକୋନ ଓରଫ ମିନ୍ନିଙ୍କ ଭାଇବ୍ସକୁ ଏକ୍ସପ୍ଲୋର କରେ, ଯାହା ‘ସୌସି’, ‘ବିୟୁଟିଫୁଲ’ ଏବଂ ‘ବ୍ୟାଡସ’ ମୁହୂର୍ତ୍ତରେ ପରିପୂର୍ଣ୍ଣ । ପରଦା ପଛରେ ଥିବା ଏହି ମଜାଦାର କ୍ଲିପ ଦର୍ଶାଉଛି ଯେ ଦୀପିକା ପାଦୁକୋନ ପୁରା ‘ଫାଇଟର’ ଟିମ ସହିତ ମଜା କରୁଛନ୍ତି, ସେମାନଙ୍କର ଅଫ ସ୍କ୍ରିନ କେମେଷ୍ଟ୍ରିକୁ ଉଜାଗର କରିଛନ୍ତି । ପ୍ରତ୍ୟେକ ମୁହୂର୍ତ୍ତକୁ ଉତ୍ସାହରେ ପରିପୂର୍ଣ୍ଣ କରୁଛନ୍ତି । ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଫାଇଟର । ସିନେମା ହଲରେ ରିଲିଜ ପାଇଁ ପ୍ରସ୍ତୁତ ହୋଇ ରହିଛି । ଏହି ଏରିୟଲ ଏଣ୍ଟରଟେନମେଣ୍ଟ ଫିଲ୍ମରେ ଦୀପିକା ପାଦୁକୋନ ଓ ଅନିଲ କପୁର ଲିଡ ରୋଲରେ ନଜର ଆସିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami