୨୦୨୩ରେ ସବୁଠାରୁ ଲୋକପ୍ରିୟ ଖେଳାଳିଙ୍କ ତାଲିକାରେ ବିରାଟ 

Above Post Content

ନୂଆଦିଲ୍ଲୀ : ସବୁଠୁ ବେଶୀ ଲୋକପ୍ରିୟ ଖେଳାଳି ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି । ୨୦୨୩ରେ ସବୁଠାରୁ ଲୋକପ୍ରିୟ ଖେଳାଳିଙ୍କ ତାଲିକାରେ ରହିଛି ତାଙ୍କ ନାଁ । ୨୦୨୩ ବର୍ଷର ବିଶ୍ୱର ଶ୍ରେଷ୍ଠ ୫ ଜଣ ଖେଳାଳି ତାଲିକାରେ କୋହଲି ସାମିଲ ହୋଇଛନ୍ତି । ଚଳିତ ବର୍ଷ ତାଙ୍କ ପାଇଁ ବହୁତ ଭଲ ରହିଛି । ଚଳିତ ବର୍ଷ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କୋହଲି ବିଶ୍ୱକପ୍ ୨୦୨୩ରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ତେବେ ସେ ବିଶ୍ୱର ଶ୍ରେଷ୍ଠ ୫ ଜଣ ଖେଳାଳି ତାଲିକାରେ ସାମିଲ ହୋଇଛନ୍ତି । କ୍ରିଷ୍ଟିଆନୋ ରୋନାଲଡ଼େ୍‌ା ଏବଂ ଲିଓନେଲ ମେସି ମଧ୍ୟ ଏହି ତାଲିକାରେ ରହିଛନ୍ତି ।

ତୃତୀୟ ତାଲିକାରେ ଅଛନ୍ତି କୋହଲି

After 2nd paragraph post ads
Middle post content

ବାସ୍ତବରେ ହାପର ଏଚ୍‌କ୍ୟୁ ଏକ ତାଲିକା ପ୍ରକାଶ କରିଛି । ଏଥିରେ ଚଳିତ ବର୍ଷ ଦୁନିଆର ଶ୍ରେଷ୍ଠ ୫ ଲୋକପ୍ରିୟ ଖେଳାଳିଙ୍କ ନାମ ରହିଛି । ଏହି ତାଲିକାରେ ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲର କ୍ରିଷ୍ଟିଆନୋ ରୋନାଲଡ଼ୋ ଶୀର୍ଷରେ ଅଛନ୍ତି । ଚଳିତ ବର୍ଷ ରୋନାଲଡ଼ୋ ସବୁଠାରୁ ଲୋକପ୍ରିୟ ଖେଳାଳି । ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରୋନାଲଡ଼ୋ ଏବଂ ମେସିଙ୍କ ପ୍ରଦର୍ଶନ ଶକ୍ତିଶାଳୀ ହୋଇଛି । ଏହି ତାଲିକାରେ ବିରାଟ କୋହଲିଙ୍କ ନାମ ତୃତୀୟ ସ୍ଥାନରେ ରହିଛି । ଶ୍ରେଷ୍ଠ ୫ରେ କୋହଲି ଏକମାତ୍ର କ୍ରିକେଟର ।

ସର୍ବାଧିକ ରନ ସ୍କୋର କରିବାରେ ଶୀର୍ଷରେ ଅଛନ୍ତି କୋହଲି

ଯଦି ଆମେ ବିଶ୍ୱକପ୍ ୨୦୨୩କୁ ଦେଖିବା, କୋହଲି ସର୍ବାଧିକ ରନ ସ୍କୋର କରିବାରେ ଶୀର୍ଷରେ ଅଛନ୍ତି । ୧୧ଟି ମ୍ୟାଚରେ କୋହଲି ୭୬୫ ରନ୍ ସଂଗ୍ରହ କରିଥିଲେ । ଏହି ସମୟରେ ସେ ୩ ଶତକ ଏବଂ ୬ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରୋହିତ ୧୧ ଟି ମ୍ୟାଚରେ ୫୯୭ରନ ସଂଗ୍ରହ କରିଥିଲେ । ଏହିସମୟରେ ରୋହିତ ଗୋଟିଏ ଶତକ ଏବଂ ତିନି ଅର୍ଦ୍ଧଶତକ ହାସଲ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami