ପ୍ରଥମ ଭାରତୀୟ ମହିଳା ଭାବେ ଜିତିଲେ ଆନ୍ତର୍ଜାତୀୟ ଏମି ଡିରେକ୍ଟୋରେଟ୍ ଆୱାର୍ଡ

Above Post Content

ନୂଆଦିଲ୍ଲୀ: ଟେଲିଭିଜନରୁ ନେଇ ଚଳଚ୍ଚିତ୍ର ଶିଳ୍ପ ପର୍ଯ୍ୟନ୍ତ ଜଣେ ସଫଳ ନିର୍ମାତ୍ରୀ ଭାବେ ଏକ୍‌ତା କପୁର ବେଶ୍ ଜଣାଶୁଣା । ସେ ତାଙ୍କ ଚମତ୍କାର କ୍ୟାରିୟରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରି ଏବେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି । ନ୍ୟୁୟର୍କରେ ଅନୁଷ୍ଠିତ ୫୧ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଆୱାର୍ଡସ୍ ଉତ୍ସବରେ ତାଙ୍କୁ ଆନ୍ତର୍ଜାତୀୟ ଏମି ଡିରେକ୍ଟୋରେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏକତା କପୁର ପ୍ରଥମ ଭାରତୀୟ ମହିଳା ଭାବେ ଆନ୍ତର୍ଜାତୀୟ ଏମି ଡିରେକ୍ଟୋରେଟ୍ ପୁରସ୍କାର ଲାଭ କରି ନୂଆ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ଏହା ସିନେଶିଳ୍ପକୁ ତାଙ୍କର ଅବଦାନ ଏବଂ ପ୍ରଭାବକୁ ପ୍ରତିପାଦିତ କରିଛି ।

Middle post content

ଦର୍ଶକଙ୍କ ଭଲପାଇବାରୁ ପାଇଛି ସଫଳତା

After 2nd paragraph post ads

ଏକତାଙ୍କ ଏହି ସଫଳତା କେବଳ ତାଙ୍କର ବ୍ୟକ୍ତିଗତ ନୁହେଁ, ଏହା ସମଗ୍ର ଭାରତର ସଫଳତା । ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ଲାଗି ଏକତା ନିଜର କୃତଜ୍ଞତା ଜଣାଇ କହିଛନ୍ତି, ସମ୍ମାନଜନକ ଏମି ଡିରେକ୍ଟୋରେଟ ପୁରସ୍କାର ପାଇ ମୁଁ ବହୁତ ଖୁସି । ଏହିପରି ବିଶ୍ୱସ୍ତରରେ ସମ୍ମାନିତ ହେବା ମୋ ପାଇଁ ଗର୍ବର ବିଷୟ । ମୁଁ ସବୁବେଳେ କାହାଣୀ କହିବାକୁ ଚାହେଁ । କାରଣ ଦର୍ଶକମାନେ ମୋତେ ଶୁଣିବାକୁ, ଦେଖିବାକୁ ଏବଂ ପ୍ରତିନିଧିତ୍ୱ କରିବାକୁ ଅନୁମତି ଦିଅନ୍ତି । ଦର୍ଶକଙ୍କ ଭଲପାଇବା ପାଇଁ ମୁଁ କୃତଜ୍ଞ, ଯେଉଁମାନେ ମୋ ପାଇଁ ଦ୍ୱାର ଖୋଲିଥିଲେ, ମୋତେ ଟେଲିଭିଜନରୁ ଚଳଚ୍ଚିତ୍ର ଜଗତ ଏବଂ ଓଟିଟିକୁ ଯିବାକୁ ଅନୁମତି ଦେଇଥିଲେ । ଆନ୍ତର୍ଜାତୀୟ ଏମି ଡିରେକ୍ଟୋରେଟ୍ ପୁରସ୍କାର ଏକ୍‌ତାଙ୍କୁ ମନୋରଞ୍ଜନ ଶିଳ୍ପରେ କିଛି ନୂଆ କରିବାକୁ ପ୍ରୋତ୍ସାହିତ କରିବ ନିଶ୍ଚୟ । ପୂର୍ବରୁ ସେ ପଦ୍ମଶ୍ରୀ ପୁରସ୍କାର ପାଇ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ ପାଇଁ ଏକ ପ୍ରେରଣା ହୋଇ ରହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami