ତାଜମହଲ ବୁଲିଲେ ହାସନ-ସାମିୟା

Above Post Content

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ଚଳିତ ଦିନିକିଆ ବିଶ୍ୱକପ୍ ସେତେଟା ଭଲ ହୋଇ ନଥିଲା । କିନ୍ତୁ ପାକିସ୍ତାନୀ ଖେଳାଳିମାନେ ୭ ବର୍ଷ ପରେ ଭାରତ ଆସିଥିବାରୁ ଭାରତୀୟ ପରିବେଶକୁ ମନଭରି ଉପଭୋଗ କରିଥିଲେ । ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ଖାଇବା ସହିତ ସପିଂ କରି ଖେଳାଳିମାନେ ଭାରତୀୟ ସ୍ମୃତି ସାଙ୍ଗରେ ନେଇଯାଇଛନ୍ତି । ତେବେ ପାକିସ୍ତାନ କ୍ରିକେଟ୍ ଦଳର ଦ୍ରୁତ ବୋଲର ହାସନ ଅଲ୍ଲୀ ପାକିସ୍ତାନ ଫେରିଲେନି । ସେ ତାଙ୍କ ଭାରତ ଗସ୍ତକୁ ଅଧିକ ସ୍ମରଣୀୟ କରିଛନ୍ତି । ପାକିସ୍ତାନ ଦଳ ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡ଼ି ସ୍ୱଦେଶ ଫେରିଯାଇଥିଲେ ହେଁ ହାସନ ଭାରତରେ ରହିଥିଲେ ।

Middle post content

ବୁଲିଲେ ବିଭିନ୍ନ ପର୍ଯ୍ୟଟସ୍ଥଳୀ

After 2nd paragraph post ads

ହାସନ୍ ନିଜ ଶ୍ୱଶୁରଙ୍କ ଘର ହରିୟାଣା ଯାଇଥିଲେ । ସେଠାରେ ରହିବା ସହ ପତ୍ନୀ ସାମିୟା ଖାନ୍‌ଙ୍କୁ ଧରି ହରିୟାଣାର ବିଭିନ୍ନ ସ୍ଥାନ ବୁଲିଛନ୍ତି । ନିକଟରେ ସେ ପତ୍ନୀ ସାମିୟାଙ୍କ ସହ ତାଜ୍‌ମହଲ ବୁଲିବାକୁ ଯାଇଥିବା ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡ଼ିଛି । ଏଥି ସହିତ ଗୁରୁଗ୍ରାମ ଓ କୋଲକାତାର ବିଭିନ୍ନ ସ୍ଥାନ ବୁଲାବୁଲି କରି ଏହି ଦମ୍ପତି ମଧୁର ସ୍ମୃତି ସାଉଁଟିଛନ୍ତି । ସେପଟେ ସୋଶାଲ ମିଡିଆରେ ଫଟୋ ଭାଇରାଲ ହେଉଥିବା ବେଳେ ୟୁଜରର୍ସ ମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ସେପଟେ ଖେଳ ସମୟରେ କୋଲକାତା ବିରିୟାନୀ ପ୍ରେମରେ ପଡିଥିଲେ ପାକିସ୍ତାନ କ୍ରିକେଟର । ସୁଆଦିଆ ହାଇଦ୍ରବାଦୀ ବିରିୟାନୀ ଖାଇବା ପାଇଁ ଅନଲାଇନରେ ଅର୍ଡର କରିଥିଲେ ପାକ୍ ଖେଳାଳି । ସୋସିଆଲ ମିଡିଆରେ ଏହାର କିଛି ଫଟୋ ଓ ଭିଡିଓ ଏବେବି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଖେଳାଳୀ ମାନେ ବିରିୟାନୀ କେତେ ଭଲପାଆନ୍ତି ସେକଥା ବଖାଣିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami