ମେସିଙ୍କ ବିଶ୍ୱକପ୍ ବିଜୟୀ ଜର୍ସି ନିଲାମ ହେବ

Above Post Content

ନିଲାମ ହେବାକୁ ଯାଉଛି ଗତବର୍ଷ ଫିଫା ବିଶ୍ୱକପ୍ ବିଜେତା ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା କିଂବଦନ୍ତି ଖେଳାଳି ଲିଓନେଲ୍ ମେସିଙ୍କ ଜର୍ସି । ନିଲାମରୁ ପ୍ରଚୁର ଅର୍ଥ ରାଶି ମିଳିବା ନେଇ ସେ ଆଶା କରିଛନ୍ତି । ନିଲାମରୁ ମିଳିବା ଅର୍ଥକୁ ସେ ୟୁନିକାସ୍ ପ୍ରକଳ୍ପକୁ ପ୍ରଦାନ କରିବେ । ଖାସ୍‌କରି ସାଣ୍ଟ୍ ଜୋଆନ୍ ଡି ଡିୟୁ ବାର୍ସିଲୋନା ଚିଲଡ୍ରେନ୍ସ ହସପିଟାଲ୍‌ରେ ବିରଳ ରୋଗରେ ପୀଡ଼ିତ ପିଲାଙ୍କ ଚିକିତ୍ସା ଲାଗି ଏହି ଅର୍ଥ ଖର୍ଚ୍ଚ କରାଯିବ ।

Middle post content

ନିଲାମରେ ସାମିଲ ହେବ ୭ ଜର୍ସି

After 2nd paragraph post ads

୨୦୨୨ବିଶ୍ୱକପ୍‌ରେ ମେସି ପରିଧାନ କରିଥିବା ସମସ୍ତ ୬ ଜର୍ସି ସହିତ ଫ୍ରାନ୍ସ ବିପକ୍ଷ ନାଟକୀୟ ଫାଇନାଲ୍ ଜର୍ସି ଏହି ନିଲାମରେ ସାମିଲ ରହିବ କ୍ରୀଡ଼ା ସ୍ମାରକୀ ଭାବେ ଏହା ମୋଟ ୧୦ ମିଲିୟନ୍ ଆମେରିକୀୟ ଡଲାରରୁ ଊର୍ଦ୍ଧ୍ୱ୍ୱରେ ନିଲାମ ହେବାର ସମ୍ଭାବନା ରହିଛି । ମେସି ପ୍ରଥମାର୍ଦ୍ଧରେ ପରିଧାନ କରିଥିବା ଏହି ୭ ଜର୍ସିର ନିଲାମ ପ୍ରକ୍ରିୟା ନ୍ୟୁୟର୍କରେ କରାଯିବ । ଗତବର୍ଷ ଡିଏଗୋ ମାରାଡୋନାଙ୍କ ବିଶ୍ୱକପ୍ ପରିଧାନ ସାମଗ୍ରୀ ୯.୩ ମିଲିୟନ୍ ଆମେରିକୀୟ ଡଲାରରେ ବିକ୍ରି ହୋଇଥିଲା । ଏହି ରେକର୍ଡକୁ ମେସିଙ୍କ ଜର୍ସି ଟପିଯିବାର ସମ୍ଭାବନା ରହିଛି । ନଭେମ୍ବର ୩୦ରୁ ଡିସେମ୍ବର ୧୪ ତାରିଖ ମଧ୍ୟରେ ଏହି ନିଲାମ ସୋଥେବାଇସ୍ ହେଡକ୍ୱାର୍ଟରରେ ଅନୁଷ୍ଠିତ ହେବ । ବର୍ସିଲୋନା ପାଇଁ ୧୭ ବର୍ଷ ଖେଳିବା ପରେ ମେସି ଏବେ ଆମେରିକାର ଇଣ୍ଟର ମିଆମି ପାଇଁ ଖେଳୁଛନ୍ତି । ରେକର୍ଡ ୮ ଥର ସେ ବାଲନ୍ ଡି’ଓର ପୁରସ୍କାର ପାଇଛନ୍ତି । ତେବେ ଗତବର୍ଷ ତାଙ୍କ ବିଶ୍ୱକପ୍ ସ୍ୱପ୍ନ ସାକାର ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami