ରାଘବଙ୍କୁ କ୍ୱାର୍ଟର୍ସ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ କୋର୍ଟ

Above Post Content

ନୂଆଦିଲ୍ଲୀ: କ୍ୱାଟର୍ସ ଛାଡିବାକୁ ଆପ୍ ସାଂସଦ ରାଘବ ଚଢାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ । ଟାଇପ-୭ ବଙ୍ଗଳାକୁ ନେଇ ରାଜ୍ୟସଭା ସଚିବାଳୟ ଓ ରାଘବଙ୍କୁ ନେଇ ଚାଲିଥିବା ବିବାଦର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରାଘବଙ୍କୁ ଦିଲ୍ଲୀର ପାଣ୍ଡରା ରୋଡରେ ଯେଉଁ ଟାଇପ-୭ ବଙ୍ଗଳା ଦିଆଯାଇଥିଲା ତାହାକୁ ଗତ ମାର୍ଚ୍ଚରେ ରଦ୍ଦ କରିଥିଲା ରାଜ୍ୟସଭା ସଚିବାଳୟ । ପ୍ରଥମ ଥରର ସାଂସଦମାନଙ୍କୁ ଯେଉଁ ଘର ଦିଆଯାଇଥାଏ ତାହାଠାରୁ ଅଧିକ ମାନର ଟାଇପ-୭ ଘର ଦିଆଯାଇଥିଲା ବୋଲି ସଚିବାଳୟ ପକ୍ଷରୁ କୁହାଯାଇଥିଲା । ସେପଟେ ତାଙ୍କ ବିରୋଧରେ ଜାଣିଶୁଣି ସରକାର ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଘବ ।

Middle post content

ଏହା ସହ ତାଙ୍କୁ ଆଉ ଏକ କ୍ୱାର୍ଟର୍ସ ଦିଆଗଲା ବୋଲି ସଚିବାଳୟ କହିଥିଲା । ଏହି ନିଷ୍ପତ୍ତି ବିରୋଧରେ ରାଘବ ପାଟିଆଲା ହାଉସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ଗତ ଏପ୍ରିଲରେ ସ୍ଥଗିତାଦେଶ ପାଇଥିଲେ । ପରେ ଏହି ସ୍ଥଗିତାଦେଶ ବିରୋଧରେ ସଚିବାଳୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ଜୁଲାଇ ୨୦୨୨ରେ ରାଘବଙ୍କୁ ଏକ ଟାଇପ-୬ କ୍ୱାର୍ଟର୍ସ ଦିଆଯାଇଥିଲା । ତେବେ ତାଙ୍କୁ ଏକ ଟାଇପ-୭ ଘର ଦେବା ଲାଗି ସେ ରାଜ୍ୟସଭା ଅଧ୍ୟକ୍ଷକୁ ଅନୁରୋଧ କରିବା ପରେ ତାଙ୍କୁ ପାଣ୍ଡରା ରୋଡରେ ଏକ ଟାଇପ ୭ ଘର ଦିଆଯାଇଥିଲା । ରାଜ୍ୟସଭା ସଦସ୍ୟଙ୍କ ହ୍ୟାଣ୍ଡବୁକ ଅନୁସାରେ ପ୍ରଥମ ଥର ଲାଗି ହୋଇଥିବା ସାଂସଦଙ୍କୁ ଟାଇପ-୫ ବଙ୍ଗଳା ଦିଆଯିବ । ପୂର୍ବତନ କ୍ୟ।।ବିନେଟ ମନ୍ତ୍ରୀ, ପୂର୍ବତନ ଗଭର୍ଣ୍ଣର, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି ଥିବା ସାଂସଦମାନଙ୍କୁ ହିଁ ଟାଇପ-୭ ବଙ୍ଗଳା ମିଳିବ ।

After 2nd paragraph post ads

କ୍ୱାର୍ଟର୍ସ ରଦ୍ଦ ଲାଗି କରାଯାଇଥିବା ଯୋଜନାକୁ ରାଘବ ସମାଲୋଚନା କରିବା ସହ ତାଙ୍କୁ କୌଣସି ନୋଟିସ ଦିଆ ନଯାଇ ଏହି ପ୍ରକ୍ରିୟା କରାଯାଇଛି ବୋଲି ସେ କହିଛନ୍ତି । ରାଜ୍ୟସଭାର ୭୦ ବର୍ଷର ଇତିହାସରେ ଏପରି ଘଟି ନଥିଲା । ଜଣେ ସାଂସଦଙ୍କ ପ୍ରତି ଏପରି ଆଚରଣ କରାଯିବାର ନମୁନା ନାହିଁ ବୋଲି ସେ କହିଛନ୍ତି । ଏହାକୁ ନେଇ ସେ ବିଜେପି ଉପରେ ବର୍ଷିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami