ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଫିଲ୍ମରେ ଦେଖିଲେ ଦର୍ଶକ

Above Post Content

ଭୁବନେଶ୍ୱର: ଓଡ଼ିଶାର ବଲାଙ୍ଗୀର ଜିଲା ପାଟଣାଗଡ଼ରେ ଘଟିଥିବା ଚାଞ୍ଚଲ୍ୟକର ପାର୍ସଲ ବୋମା ବିସ୍ଫୋରଣ ଘଟଣା ଆଜି ପର୍ଯ୍ୟନ୍ତ କାହା ମନରୁ ପାଶୋରି ନାହିଁ । ସେଦିନର ସେଇ ବହୁ ଚର୍ଚ୍ଚିତ ଘଟଣାକୁ ନେଇ ଫିଲ୍ମ ମାଧ୍ୟମରେ ଲୋକମାନଙ୍କ ପାଖରେପହଞ୍ଚାଇଛନ୍ତି ନିର୍ମାତା । ଏହି ସତ୍ୟ ଘଟଣାକୁୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଫିଲ୍ମ୍ର ‘ମାଇଣ୍ଡ୍ ଗେମ୍‌’ । ଏହି ଫିଲ୍ମ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି । ଏହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

Middle post content

ଏହି ଅନୁସନ୍ଧାନମୂଳକ କାହାଣୀର କେନ୍ଦ୍ରରେ ରହିଛି ଘୃଣା ଓ ପ୍ରତିଶୋଧ ଭାବନାରେ ବୁଡ଼ିରହିଥିବା ଜଣେ ଅଦୃଶ୍ୟ ଅପରାଧୀର ମାନସିକତାକୁ ତନ୍ନ ତନ୍ନ କରି ପରୀକ୍ଷା କରିବାର ପ୍ରକ୍ରିୟା । ଏଥିରେ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ମନୋଜ ମିଶ୍ର । ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣୀ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ଦ୍ୱାରା ଅନୁପ୍ରାଣିତ ବୋଲି କୁହାଯାଉଛି । ଅତୁଲଙ୍କ ସମେତ ବଲିଉଡ୍‌ର ଆଉ ଦୁଇଜଣ ୟଶପାଲ ଶର୍ମା ଓ ତନିକେଲା ଭରଣୀ ଅଭିନୟ କରିଛନ୍ତି । ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରି, ଚିନ୍ମୟ ମିଶ୍ର, ଅପସରା ରାଣୀ, ପୁଷ୍ପା ପଣ୍ଡା ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି ।

After 2nd paragraph post ads

ପ୍ରଯୋଜକ ଶ୍ରୀଧର ମାର୍ଥା ଏହାକୁ ନିର୍ମାଣ କରି ବଡ଼ ପରଦାରେ ରିଲିଜ୍ କରିବା ପାଇଁ ଗତ ପାଞ୍ଚ ବର୍ଷ ହେଲା ଉଦ୍ୟମ କରିଆସୁଥିଲେ । ପ୍ରଥମେ ‘ପାଟଣାଗଡ଼’ ନାମରେ ଏହାକୁ ରିଲିଜ୍ କରିବାର ଯୋଜନା ରଖାଯାଇଥିଲା । କିନ୍ତୁ ଏହି ମାମଲାର ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ବିରୋଧ ହେବା ପରେ ଏହାର ନାମ ପରିବର୍ତ୍ତନ କରାଯାଇଥିଲା । ଏଥିରେ ନିର୍ଦ୍ଦେଶକ ରାଜେଶ ଟଚରୀବର ନିର୍ଦ୍ଦେଶନା ଦେଇଛନ୍ତି । ମୁକ୍ତିଲାଭ ପୂର୍ବରୁ ଗତ ଗୁରୁବାର ଭୁବନେଶ୍ୱରରେ ଓଡ଼ିଶା ପୁଲିସ ଅଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯାଇଥିଲା । ପୁଲିସ ଡିଜି ସୁନୀଲ ବଂଶଲ, ଅରୁଣ ବୋଥ୍ରାଙ୍କ ସମେତ ଅନେକ ଅଧିକାରୀ ଏହାକୁ ଦେଖି ଖୁବ୍ ପ୍ରଶଂସା କରିଛନ୍ତି । ଓଡ଼ିଶାର ଏକ ବହୁଚର୍ଚ୍ଚିତ ଘଟଣାକୁ ନେଇ ‘ମାଇଣ୍ଡ୍‌ଗେମ୍‌’ ଭଳି ଏକ ଅଭିନବ ଚଳଚ୍ଚିତ୍ର ନିର୍ମାଣ ହୋଇଥିବାରୁ ଦର୍ଶକଙ୍କ ଗହଣରେ ବ୍ୟାପକ ଉତ୍କଣ୍ଠା ଓ ଉତ୍ସାହ ପ୍ରକାଶ ପାଉଛି । ଓଡ଼ିଆ ସମେତ ଅନ୍ୟ ଚାରିଟି ଭାଷାରେ ଏହା ରିଲିଜ୍ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami