୮ ବର୍ଷର ସମ୍ପର୍କ ମାତ୍ର ୮୦ ଟଙ୍କା ଛିନ୍ନ ହୋଇଥିଲା

Above Post Content

ମୁମ୍ବାଇ: ବଲିଉଡ଼ର ହାସ୍ୟ ଅଭିନେତାଙ୍କ ମଧ୍ୟରୁ କପିଲ ଶର୍ମା ହେଉଛନ୍ତି ଅନ୍ୟତମ । ଭଲ ଗୀତ ଗାଇବା ସହ ଅଭିନୟ ମଧ୍ୟ କରି ପାରନ୍ତି କପିଲ । ୨୦୧୮ ମସିହାରେ ସେ ଗିନ୍ନି ଚାଟ୍ରାଥଙ୍କୁ ବିବାହ କରିଥିଲେ । କିନ୍ତୁ ଗିନ୍ନିଙ୍କୁ ବିବାହ କରିବା ପୂର୍ବରୁ କପିଲ ଟିଭି ପ୍ରଡ଼୍ୟୁସର ପ୍ରୀତି ସିମୋସଙ୍କୁ ଭଲ ପାଉଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର ୮୦ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଥିଲା ।

Middle post content

କପିଲ ଏକ ଶୋ’ରେ କହିଛନ୍ତି ଯେ, ସ୍କୁଲରେ ପଢୁଥିବା ବେଳେ ପ୍ରୀତିଙ୍କୁ ସେ ବହୁତ ଭଲ ପାଉଥିଲେ । ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବେଳେ ଦିନେ ପ୍ରୀତିଙ୍କୁ ଏକ ରେସ୍ତୋରାଁକୁ ନେଇଥିଲେ କପିଲ । ସେଠାରେ ଉଭୟ ପିଜା ଓ କୋଲଡ଼ିଙ୍କିସ୍ ମଗାଇ ଖାଇଥିଲେ । ସେତେବେଳେ କପିଲଙ୍କ ପାଖରେ ମାତ୍ର ୮୦ ଟଙ୍କା ଥିଲା । ତାଙ୍କର ଧାରଣା ଥିଲା ସେହି ଟଙ୍କାରେ ପିଜା ଓ କୋଲଡ଼୍ରିଙ୍କ୍‌ସ ହୋଇଯିବ । ହେଲେ ଖାଇବା ପରେ ବିଲ୍ ଅଧିକ ହୋଇଥିଲା । କପିଲଙ୍କ ପାଖରେ ଏତେ ଟଙ୍କା ନ ଥିବା ଜାଣିବାରୁ ପ୍ରୀତି ହଠାତ୍ ରାଗିଯାଇ ଲୋକଙ୍କ ଆଗରେ ତାଙ୍କୁ ଅପଦସ୍ତ କରିଥିଲେ, ଯାହା ତାଙ୍କୁ ବହୁତ ଅପମାନିତ କରିଥିଲା । ଏହି ଛୋଟିଆ କଥାରୁ ହିଁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । କପିଲ କହିଛନ୍ତି ଯେ, ପ୍ରୀତିଙ୍କ ପ୍ରଯୋଜନାରେ ହିଁ କପିଲ ଶର୍ମା ଶୋ ଆୟୋଜିତ ହୋଇଥିଲା । ଏଥିସହିତ ତାଙ୍କୁ ନେଇ ଅନେକ କମେଡ଼ି ଶୋ ମଧ୍ୟ ପ୍ରଯୋଜନା କରିଛନ୍ତି ପ୍ରୀତି । ୮ ବର୍ଷର ସମ୍ପର୍କ ମାତ୍ର ୮୦ ଟଙ୍କା ପାଇଁ ଛିନ୍ନ ହୋଇଥିଲା ବୋଲି କହିଛନ୍ତି କପିଲ । ପରେ ତାଙ୍କର କଲେଜ ଫ୍ରେଣ୍ଡ ଗିନ୍ନିଙ୍କୁ ବିବାହ କରିଥିଲେ କପିଲ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami