ମୁସଲମାନଙ୍କ ଉପରେ ଅତ୍ୟାଚାର କରୁଛି ଚୀନ

Above Post Content

ମୁସଲମାନ ଦେଶଙ୍କ ସହ ଚୀନ୍‌ର ଭଲ ସମ୍ପର୍କ ରହିଛି । କିନ୍ତୁ ଚୀନ ନିଜ ଦେଶରେ ରହୁଥିବା ମୁସଲମାନମାନଙ୍କ ଉପରେ ସର୍ବାଧିକ ଅତ୍ୟାଚାର କରୁଛି । ଚୀନ୍ କର୍ତ୍ତୃପକ୍ଷ ଶହ ଶହ ମସଜିଦ ବନ୍ଦ କରି ଦେଇଛନ୍ତି କିମ୍ବା ସେଗୁଡିକର ଇସଲାମିକ ସ୍ୱରୂପକୁ ବଦଳାଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଚାଇନାର ନିଙ୍ଗକ୍ସିଆ ଏବଂ ଗାନସୁ ଅଞ୍ଚଳରେ ଚୀନ ଏହି କାଣ୍ଡ କରିଛି । ସୂଚନାଯୋଗ୍ୟ ଯେ, ସିନଜିୟାଙ୍ଗ ପରେ ମୁସଲିମ ଜନସଂଖ୍ୟା ଏହି ଅଂଚଳରେ ସର୍ବାଧିକ । ହ୍ୟୁମାନ୍ ରାଇଟ୍ସ ୱାଚ୍ (ଏଚଆରଡ଼ବ୍ଲ୍ୟୁ) ର ରିପୋର୍ଟ ଅନୁସାରେ ଚୀନ୍ ସରକାର ନିଙ୍ଗକ୍ସିଆ ଏବଂ ଗାନସୁ ସ୍ୱୟଂଶାସିତ ଅଞ୍ଚଳରେ ମସଜିଦ ସଂଖ୍ୟା ହ୍ରାସ କରୁଛନ୍ତି । ଏଭଳି ସାଂଘାତିକ ରିପୋର୍ଟ ସତ୍ତ୍ୱେ ଇସଲାମିକ ଦେଶ ଏବଂ ଓଆଇସି ଏବେ ମଧ୍ୟ ନିରବ ରହିଛି । ଏପରିକି ନିଜକୁ ମୁସଲିମଙ୍କ ମସିହା କହୁଥିବା ପାକିସ୍ତାନ ମଧ୍ୟ ଏଥିରେ ନୀରବ ରହିଛି । ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିସିପି) ଦୀର୍ଘ ଦିନ ଧରି ଧାର୍ମିକ ଏବଂ ଜାତୀୟ ସଂଖ୍ୟାଲଘୁଙ୍କୁ ନେଇ କଡ଼ା ଆଭିମୁଖ୍ୟ ବଜାୟ ରଖିଛି । ୨୦୧୬ରେ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନରେ ଧର୍ମର ଚୀନିକରଣ ପାଇଁ ଆହ୍ୱାନ ଦେଇଥିଲେ । ଏହାପରଠାରୁ ମସଜିଦଗୁଡ଼ିକର ରୂପାନ୍ତରଣ ଓ ବିଧ୍ୱଂସୀକରଣ ତ୍ୱରାନ୍ୱିତ ହୋଇଥିଲା । ଏପ୍ରିଲ୍ ୨୦୧୮ ରେ ଚୀନ୍ ଏକ ନିର୍ଦ୍ଦେଶନାମା ଜାରି କରିଥିଲା,ଯେଉଁଥିରେ ଇସଲାମିକ୍ ଧର୍ମ ଅନୁଷ୍ଠାନ ଗୁଡିକର ନିର୍ମାଣ ସମ୍ପର୍କିତ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବାକୁ କୁହାଯାଇଥିଲା । ସରକାରୀ ଅଧିକାରୀଙ୍କୁ ମସଜିଦ ଓ ଧର୍ମ ସଂପର୍କିତ ନିର୍ମାଣକୁ ନିୟନ୍ତ୍ରିତ କରିବାକୁ କୁହାଯାଇଥିଲା ।

ମସଜିଦରୁ ହଟୁଚି ଗମ୍ବୁଜ ଏବଂ ମିନାର

After 2nd paragraph post ads
Middle post content

ଚୀନ ସରକାର ଆରବ ଶୈଳୀରେ ନିର୍ମିତ ମସଜିଦକୁ ପସନ୍ଦ କରୁନାହିଁ । ତେଣୁ ମସଜିଦରୁ ଗମ୍ବୁଜ ଓ ମିନାର ହଟାଯାଉଛି । ନିଙ୍ଗଜିଆର ଦୁଇଟି ଗ୍ରାମରେ ମସଜିଦଗୁଡିକର ସ୍ଥିତି ଯାଞ୍ଚ କରିବାକୁ ଯାଇ ଏଚଆରଡ଼ବ୍ଲ୍ୟୁ ଅନୁସନ୍ଧାନକାରୀମାନେ ଉପଗ୍ରହ ଚିତ୍ରର ବିଶ୍ଳେଷଣ କରିଥିଲେ । ଏଥିରୁ ଜଣା ପଡ଼ିଥିଲା ଯେ, ୨୦୧୯ରୁ ୨୦୨୧ ମଧ୍ୟରେ ସମସ୍ତ ସାତୋଟି ମସଜିଦରୁ ଗମ୍ବୁଜ ଏବଂ ମିନାର ହଟାଯାଇଛି । ଚାରୋଟି ମସଜିଦରେ ପରିବର୍ତ୍ତନ କରାଯାଇଥିଲା ଏବଂ ତିନୋଟି ମୁଖ୍ୟ ଅଟ୍ଟାଳିକା ଭାଙ୍ଗି ଦିଆଯାଇଥିଲା । ଏକ ମସଜିଦର ବାଥରୁମକୁ ମଧ୍ୟ ନଷ୍ଟ କରାଯାଇଛି । ମଞ୍ଚେଷ୍ଟର ୟୁନିଭରସିଟିର ଡେଭିଡ ଷ୍ଟ୍ରପ ଏବଂ ପ୍ଲାଏମାଉଥ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ହାନ୍ନା ଥାକର ଏହା ଉପରେ ଗବେଷଣା କରିଥିଲେ ।

୧୩ ଶହ ମସଜିଦ ବନ୍ଦ

ମସଜିଦରେ ଥିବା ବାଥରୁମଗୁଡିକୁ ନଷ୍ଟ କରିବା ପଛରେ ଲକ୍ଷ୍ୟ ଏହା ଯେ,ଯେମିତି ଅଧିକ ଲୋକ ମସଜିଦ ଆସିବେ ନାହିଁ । ଏମିତି କରି ମସଜିଦକୁ ଧ୍ୱଂସ ନକରି ମଧ୍ୟ ତାହାକୁ ହଟାଇ ଦିଆଯାଇଥିଲା । ଟେକର୍ ଏବଂ ଷ୍ଟ୍ରୁପ୍ ଆକଳନ କରିଛନ୍ତି ଯେ ନିଙ୍ଗସିଆରେ ପ୍ରାୟ ୧୩ ଶହ ମସଜିଦ ୨୦୨୦ ଠାରୁ ବନ୍ଦ ହୋଇଯାଇଛି । ଏହି ତାଲିକାରେ ସେହି ମସଜିଦଗୁଡ଼ିକୁ ଅନ୍ତର୍ଭୂକ୍ତ କରାଯାଇ ନାହିଁ ଯାହାକୁ ଭାଙ୍ଗି ଦିଆଯାଇଥିଲା କିମ୍ବା ଯାହାର ସ୍ୱରୂପ ପରିବର୍ତ୍ତନ କରାଯାଇଥିଲା । ଯଦିଓ ଏଚଆରଡ଼ବ୍ଲ୍ୟୁର ପ୍ରକୃତରେ କେତେ ସଂଖ୍ୟକ ମସଜିଦକୁ ରୂପାନ୍ତରିତ କରାଯାଇଛି ସେନେଇ କୌଣସି ତଥ୍ୟ ନାହିଁ ତେବେ ଏହି ସଂଖ୍ୟା ଶହେରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ୨୦୧୯ରେ ଜୋଙ୍ଗୱାଇ ସହରର ୨୧୪ ମସଜିଦର ରୂପାନ୍ତରଣ,୫୮କୁ ଭଙ୍ଗା ଯାଇଥିଲା ଓ ଅବୈଧ ଭାବେ ଚାଲୁଥିବା ୩୭ ମସଜିଦକୁ ବନ୍ଦ କରାଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami