ଶସ୍ତା ହେଲା ବିମାନ ଟିକେଟ୍‌, ମାତ୍ର ୧୦୦ ଟଙ୍କାରେ କରିବେ ଯାତ୍ରା

Above Post Content

ନୂଆଦିଲ୍ଲୀ : ମାତ୍ର ୧୦୦ ଟଙ୍କାରେ ବିମାନ ଯାତ୍ରା । ଏହା ପଢିବା ପରେ କେହି ବିଶ୍ୱାସ କରିପାରୁ ନ ଥିବେ । ଭାବୁଥିବେ ୧୦୦ ଟଙ୍କାରେ ପୁଣି ବିମାନ ଯାତ୍ରା । ହେଲେ ଏହା ସତ । ଏଲାଏନ୍ସ ଏୟାର ଏହି ଅଫର ଆଣିଛି । ଯେଉଁଥିରେ ମାତ୍ର ୧୦୦ ଟଙ୍କାରେ ବିମାନରେ ଯାତ୍ରା କରିବାର ସୁଯୋଗ ପାଇବେ ।

ଗୋଟେ ଦିନ ପୂର୍ବରୁ ବି କରିପାରିବେ ଟିକେଟ୍‌

After 2nd paragraph post ads
Middle post content

ବିମାନରେ ଯାତ୍ରା କରିବା ପାଇଁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । ଏବେ ଶସ୍ତାରେ ବିମାନ ଯାତ୍ରାର ଆନନ୍ଦ ନେଇପାରିବେ । ଏବେ ଏହି ସୁଯୋଗ ଦେଉଛି ଏଲାଏନ୍ସ ଏୟାର । ଏଲାଏନ୍ସ ଏୟାରର ଏହି ଶସ୍ତା ଟିକେଟ୍ ବିଭିନ୍ନ ୱେବସାଇଟ୍‌ରେ ଉପଲବ୍ଧ ହେଉଛି । ଏହି ଟିକେଟର ମୂଲ୍ୟ ମାତ୍ର ୧୦୦ ଟଙ୍କାରୁ ଆରମ୍ଭ ହେଉଛି । ଏଥିପାଇଁ ଆପଣଙ୍କୁ ମାସକ ଆଗରୁ ମଧ୍ୟ ବୁକିଂ କରିବାକୁ ପଡିବ ନାହିଁ । ଯଦି ଦିନେ ବା ଦୁଇଦିନ ପରେ ଆପଣଙ୍କୁ ଯାତ୍ରା କରିବାର ଅଛି ତେବେ ବି ଆପଣ ଶସ୍ତାରେ ଟିକେଟ୍ ପାଇପାରିବେ । କେବଳ ସିଲଂରୁ ଗୌହାଟୀ କୁ ପ୍ଲେନ୍ ଟିକେଟ୍ ମାତ୍ର ୧୦୦ ଟଙ୍କା । ଏହି ଦୁଇ ସହର ମଧ୍ୟରେ ଦୂରତା ପାଖାପାଖି ୯୦ କିଲୋମିଟର । ଯଦି ଆପଣ ପାହାଡିଆ ରାସ୍ତାରେ ବାଇକରେ ଯିବାକୁ ବାହାରିବେ ତେବେବି ଆପଣଙ୍କୁ ଅଧିକ ଖର୍ଚ୍ଚ ପଡିବ । ଯାଞ୍ଚ ବେଳେ ଜଣାପଡିଲା ଯେ ଏହି ଦୁଇ ସହର ମଧ୍ୟରେ ବିମାନ ଟିକେଟ୍ ମୂଲ୍ୟ ମାତ୍ର ୪୦୦ ଟଙ୍କା । ଏଥିରେ ୩୦୦ ଟଙ୍କା ଡିସ୍କାଉଣ୍ଟ ଦିଆଯାଉଛି । ଏଣୁ ଏହି ଯାତ୍ରା ଲାଗି ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡୁଛି ମାତ୍ର ୧୦୦ ଟଙ୍କା । ଏଲାଏନ୍ସ ଏୟାରର ୱେବସାଇଟ୍‌ରେ ଏହି ଟିକେଟର ମୂଲ୍ୟ ୪୦୦ ଟଙ୍କା ରହିଛି । ସେହିପରି ଗୋଆଇବିବୋ ରେ ଏହି ଟିକେଟ ମଧ୍ୟ ୪୦୦ ଟଙ୍କା ଓ ହ୍ୟାପି ଫେୟାର୍ସ ୱେବସାଇଟରେ ଟିକେଟ୍ ୨୮୫ ଟଙ୍କାରେ ମିଳୁଛି ।

ଏହି ବିମାନ ୭୫ଟି ସ୍ଥାନରୁ କରୁଛି ଉଡାଣ

ଏଲାଏନ୍ସ ଏୟାର ଏଆଇ ଆସେଟସ୍ ହୋଲ୍ଡିଂ ଲିମିଟେଡ(ଏଆଇଏଏଚଏଲ)ଙ୍କ ପୂର୍ଣ୍ଣ ମାଲିକାନାଧିନ ଏକ କମ୍ପାନୀ । ଏହାକୁ ଭାରତ ସରକାରଙ୍କ ଏୟାର ଇଣ୍ଡିଆ ଡିସଇନଭେଷ୍ଟମେଣ୍ଟ ପରେ ସ୍ଥାପନା କରାଯାଇଥିଲା । ଏହାକୁ କେନ୍ଦ୍ର ସରକାରଙ୍କ ରିଜିଓନାଲ କନେକ୍ଟିଭିଟି ସ୍କିମ୍ ଅନ୍ତର୍ଗତ ଦେଶର ଛୋଟ ସହରଙ୍କୁ ଯୋଡିବା ନିମନ୍ତେ ତିଆରି କରାଯାଇଥିଲା । ଏହା ପାଖାପାଖି ୭୫ଟି ସ୍ଥାନରୁ ଉଡାଣ କରୁଛି । ଏହା ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଜ ଓ ବେଙ୍ଗାଲୁରୁରୁ ରିଜିଓନାଲ ସେବା ଦେଉଛି । ଏଲାଏନ୍ସ ଏୟାର ନିଜର ପ୍ରଥମ ଅନ୍ତର୍ଜାତୀୟ ଉଡାଣ ଜାଫନା ଲାଗି ଆରମ୍ଭ କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami