ଜଳୁଥିବା ପୋଷାକ ପିନ୍ଧି ମଣ୍ଡପରେ ଏଣ୍ଟ୍ରି କଲେ ବର-କନ୍ୟା

Above Post Content

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ ଗୁରୁତ୍ୱ ଦିଆଯାଉଛି । କିଏ ଖେଳ ପଡ଼ିଆ ବା ପାହାଡ଼,ପାର୍କରେ ଫଟୋ ସୁଟ୍ କରୁଥିବାବେଳେ ଆଉ କିଏ ଅଟୋରିକ୍ସାରେ ବି ଫଟୋ ସୁଟ୍ କରୁଛନ୍ତି । ଏହାବ୍ୟତୀତ ବର-କନ୍ୟା ନିଆରା ଢଙ୍ଗରେ ମଣ୍ଡପରେ ଏଣ୍ଟ୍ରି କରୁଛନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବରକନ୍ୟା ନିଜ ପୋଷାକରେ ନିଆଁ ଲଗାଇ ମଣ୍ଡପକୁ ଏଣ୍ଟ୍ରି କରିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଲୋକେ ଦେଖି ଆଶ୍ଚର୍ଯ୍ୟ

After 2nd paragraph post ads
Middle post content

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଦମ୍ପତି ଦୃଶ୍ୟମାନ ହେଉଛନ୍ତି । ସେମାନେ ବିବାହ ପୋଷାକ ପିନ୍ଧିଛନ୍ତି । ଆଉ ସେମାନଙ୍କ ପୋଷାକରେ ନିଆଁ ଲଗାଯାଇଛି । ପରେ ଉଭୟ ହାତ ଧରି ଦୌଡ଼ିବାକୁ ଲାଗୁଛନ୍ତି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଭୟଭୀତ ହେବା ସହିତ ଚକିତ ହୋଇପଡ଼ିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଏହା କରିବାର କାରଣ କ’ଣ ଥିଲା?’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା ବହୁତ ମୂର୍ଖାମୀ । ଭାଗ୍ୟ ସହିତ ଖେଳିବା ଭଲ ନୁହେଁ । ଏହା ବ୍ୟତୀତ, ଅନ୍ୟ ଅନେକ ଉପଭୋକ୍ତା ଇମୋଜି ସୃଷ୍ଟି କରି ନିଜର ପ୍ରତିକ୍ରିୟା ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami