ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ

Above Post Content

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ । ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି । ସେ ମୁମ୍ବାଇର ଜୟକିଶିନ ମନାକାନୀଙ୍କୁ ବିବାହ କରିଛନ୍ତି । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ଧୁମ୍‌ଧାମ୍‌ରେ ସମ୍ପନ୍ନ ହୋଇଛି । ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ତେବେ ଦେଶ ପାଇଁ ଅନେକ ଗୌରବ ଆଣିଥିବା ଏହି ଓଡ଼ିଆ ଚେସ୍ ତାରକାଙ୍କ ବିବାହକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଏହି ଖବର ପାଇବା ପରେ ପଦ୍ମିନୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Middle post content

ଓଡ଼ିଶା ପାଇଁ ଗୌରବ ଆଣିଥିଲେ ପଦ୍ମିନୀ

After 2nd paragraph post ads

୯ ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରି ପଦ୍ମିନୀ । ୨୦୦୫ ମସିହାରେ ସେ ୧୧ ବର୍ଷରୁ କମ୍ ବୟସ ବର୍ଗରେ ଜାତୀୟ ପ୍ରତିଯୋଗିତାରେ ପ୍ରଥମ ପଦକ ଜିତିଥିଲେ । ପରେ ୨୦୦୬ ମସିହାରେ ସେ ୧୩ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତା ଓ ୧୨ ବର୍ଷରୁ କମ୍ ଏସୀୟ ପ୍ରତିଯୋଗିତା ଜିତିଥିଲେ । ସେହିପରି ୨୦୦୮ ମସିହାରେ ପଦ୍ମିନୀ ୧୪ ବର୍ଷରୁ କମ୍ ବର୍ଗରେ ଉଭୟ ଏସୀୟ ପ୍ରତିଯୋଗିତା ଓ ବିଶ୍ୱ ଯୁବ ଚେସ୍ ପ୍ରତିଯୋଗିତାରେ ପଦକ ଜିତିଥିଲେ । ୨୦୦୯ ମସିହାରେ ସେ ୨୦ ବର୍ଷରୁ କମ୍ ବର୍ଗରେ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ୨୦୧୦ରେ ସେ ୧୯ ବର୍ଷରୁ କମ୍ ବର୍ଗରେ ଜାତୀୟ ଜୁନିୟର ମହିଳା ପ୍ରତିଯୋଗିତା ଜିତିଥିଲେ । ସେହିବର୍ଷ ସେ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତା ଓ ବିଶ୍ୱ ଜୁନିୟର ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ହାସଲ କରିଥିଲେ । ତେବେ ପଦ୍ମିନୀ ରାଉତ ଜାତୀୟ ମହିଳା ଚେସ୍ ଚାମ୍ପିୟନସିପ୍‌ରେ ଲଗାତାର ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ୪ ବର୍ଷ ଧରି ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ୨୦୧୫ ରେ ସେ ରାଜ୍ୟ ଗୋଷ୍ଠୀ ମହିଳା ଚାମ୍ପିୟନସିପ ଜିତିଥିଲେ । ଏମିତି ଅନେକ ଛୋଟ ବଡ଼ ସଫଳତା ହାସଲ କରିଥିବା ପଦ୍ମିନୀ ଆଜି ବୈବାହିକ ଜୀବନ ଆରମ୍ଭ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami