କାବୁଲର କଂସେଇ,ଏବେ ଆଫଗାନିସ୍ତାନରେ ତାଲିବାନ ସହିତ ସନ୍ଧି କରିଛି

Above Post Content

ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ହିଜ୍ବ-ଏ-ଇସଲାମି (ଗୁଲବୁଦ୍ଦିନ)ର ପ୍ରମ୍ମୁଖ ଗୁଲବୁଦ୍ଦିନ ହିକମତୟାରଙ୍କ ଗଣତି ଦେଶ ଇତିହାସର ସବୁଠାରୁ ଅଧିକ ବିବାଦୀୟ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥାଏ । ଗୋଟିଏ ସମୟରେ ତାଙ୍କୁ ବୁଚର ଅଫ୍ କାବୁଲ ବା କାବୁଲର କଂସେଇ ବୋଲି କୁହାଯାଉଥିଲା । ୧୯୮୦ ଦଶକରେ ସୋଭିଏତ ସଂଘ ଆଫଗାନିସ୍ତାନ ଦଖଲ କରିବା ପରେ ଯେଉଁ ବିଦ୍ରୋହ ଆରମ୍ଭ ହୋଇଥିଲା ତା’ର ନେତୃତ୍ୱ ନେଇଥିଲେ ଗୁଲବୁଦ୍ଦିନ । ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ତାଲିବାନ ମଧ୍ୟ ତାଙ୍କର ହତ୍ୟା ପାଇଁ ଚେଷ୍ଟା କରୁଥିଲା । ଆସନ୍ତୁ ଜାଣିବା କେମିତି କାବୁଲର କଂସେଇ, ତାଲିବାନର ଶତ୍ରୁ ଏବେ ତାଲିବାନ ପାର୍ଟ ଟୁରେ ସହଯୋଗୀ ପାଲଟିଛି ।

ଗୁଲବୁଦ୍ଦିନ ହିକମତୟାର ପ୍ରାୟ ୨୦ ବର୍ଷ ପରେ ମେ ୪ ତାରିଖରେ କାବୁଲ ଫେରିଥିଲା । ହଜାର ହଜାର ଗାଡି ସହ ବିରାଟ ଶୋଭାଯାତ୍ରାରେ ହିକମତାୟର କାବୁଲ ମଧ୍ୟକୁ ପ୍ରବେଶ କରିଥିଲା । କାବୁଲରେ ପହଂଚି ସେ ସିଧାସଳଖ ରାଷ୍ଟ୍ରପତି ଭବନକୁ ଯାଇଥିଲା । ସେଠାରେ ସେ ତତ୍କାଳୀନ ରାଷ୍ଟ୍ରପତି ଅଶରଫ ଗନିଙ୍କୁ ସାକ୍ଷାତ କରିଥିଲା । ଗୁଲବୁଦ୍ଦିନ ୨୦୧୬ରେ ଆଫଗାନିସ୍ତାନ ସରକାର ସହିତ ଶାନ୍ତି ଚୁକ୍ତି କରିଥିଲା ।

After 2nd paragraph post ads

ପ୍ରାରମ୍ଭିକ ଜୀବନ

୧୯୪୯ ମସିହାରେ ଗୁଲବୁଦ୍ଦିନ ହିକମିତୟାର ଜନ୍ମ ଗଜନୀ ପ୍ରଦେଶରେ ହୋଇଥିଲା 1968 ମସିହାରେ ସେ ଆଫଗାନିସ୍ତାନ ସେନା ଏକାଡେମୀରେ ସାମିଲ ହୋଇଥିଲା । କିନ୍ତୁ ମୁସଲିମ୍ ମୌଳବାଦୀ ଚିନ୍ତାଧାରା ପାଇଁ ତାକୁ ଆକାଡେମିରୁ ବିଦା ହେବାକୁ ପଡିଥିଲା । ଆକାଡେମିରୁ ବିଦା ହେବା ପରେ ସେ କାବୁଲ ବିଶ୍ୱବିଦ୍ୟାଳୟରେ ଇଂଜିନିୟରିଂ ପଢିଥିଲା । ଜିହାଦୀ ଆତଙ୍କବାଦୀଙ୍କ ମଧ୍ୟରେ ସେ ଇଂଜିନିୟର ହିକମିତୟାର ନାମରେ ପରିଚିତ ।

କାବୁଲ ବିଶ୍ୱବିଦ୍ୟାଳୟରେ ହିକମତୟାରର ଅହମ୍ମଦ ଶାହା ମାସୁଦଙ୍କ ସହିତ ଭେଟ ହୋଥିଲା । ମାସୁଦ ମଧ୍ୟ ଇଂଜିନିୟରିଂର ଛାତ୍ର ଥିଲେ । ଦୁଇ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ପରବର୍ତ୍ତି କାଳରେ ରାଜନୈତିକ ଶତ୍ରୁତାର ରୂପ ନେଇଥିଲା । ୧୯୭୦ ଦଶକର ମଧ୍ୟ ଭାଗରେ ହିକମତୟାର ପାକିସ୍ତାନ ପଳାୟନ କରିଥିଲା । କରିଥିଲା କାରଣ ତତ୍କାଳୀନ ସୋଭିଏତ ସମର୍ଥିତ ସରକାର ମୁଜାହିଦ୍ଦିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

Middle post content

ସୋଭିଏତ ସଂଘ ବିରୋଧୀ ଯୁଦ୍ଧରେ ଭୂମିକା

୧୯୭୦ ଦଶକ ଏଭଳି ଏକ ସମୟ ଥିଲା ଯେତେବେଳେ ଆଫଗାନିସ୍ତାନ ମାଟିରେ ସୋଭିଏତ ସଂଘ ଓ ଆମେରିକା ମୁହାଁମୁହିଁ ହୋଇଥିଲେ । ଆମେରିକା ମୁଜାହିଦ୍ଦିନଙ୍କୁ ଆର୍ଥିକ ଓ ଅସ୍ତ୍ରଶସ୍ତ୍ର ସାହାଯ୍ୟ କରୁଥିଲା । ଆମେରିକାର ସୋଭିଏତ ବିରୋଧୀ ଛଦ୍ମଯୁଦ୍ଧ ମୁଜାହିଦ୍ଦିନ ଲଢୁଥିଲେ । ହିକମତୟାର ଏହି ସମୟରେ ହିଜବ-ଏ-ଇସ୍ଲାମୀରେ ସାମିଲ ହୋଇଥିଲା । କିନ୍ତୁ ପରେ ମତପାର୍ଥକ୍ୟ କାରଣରୁ ହିଜବ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ଗୋଟିଏର ନେତୃତ୍ୱ ହିକମିତୟାର ନେଇଥିଲା , ଯାହା ଗୁଲବୁଦ୍ଦିନ ଗୋଷ୍ଟୀ ଭାବେ ପରିଚିତ ହୋଇଥିଲା । ହିଜବର ଗୁଲବୁଦ୍ଦିନ ଗୋଷ୍ଟୀକୁ ଆମେରିକା, ବ୍ରିଟେନ୍, ପାକିସ୍ତାନ ଓ ସାଉଦି ଆରବ ସାହାଯ୍ୟ ଦେଉଥିଲେ । ଏହି ରାଷ୍ଟ୍ରମାନଙ୍କର ପସନ୍ଦ ଗୁଲବୁଦ୍ଦିନ ଥିଲା । ୧୯୮୯ରେ ସୋଭିଏତ ସେନା ଆଫଗାନିସ୍ତାନରୁ ଫେରି ଯିବାର ଦୁଇ ବର୍ଷ ପରେ ନଜିବଉଲ୍ଲା ସରକାରର ପତନ ଘଟିଥିଲା । ଏହାପରେ ମୁଜାହିଦ୍ଦିନ ଗୋଷ୍ଠୀଙ୍କ ମଧ୍ୟରେ କ୍ଷମତା ପାଇଁ ଯୁଦ୍ଧ ଆରମ୍ଭ ହୋଇଥିଲା ।

କାବୁଲର କଂସେଇ

୧୯୯୦ ଦଶକରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ପାଇଁ ଗୁଲବୁଦ୍ଦିନଙ୍କୁ ଦାୟୀ କରାଯାଇଥାଏ । ରିପୋର୍ଟ ଅନୁସାରେ ଏହି ସମୟରେ ଗୁଲବୁଦ୍ଦିନ ଶତ୍ରୁ ମିତ୍ର ସମସ୍ତଙ୍କ ସହିତ ସମାନ ବ୍ୟବହାର କରୁଥିଲା । କାବୁଲ ଉପରକୁ ସେ ପ୍ରତିଦିନ ରକେଟ୍ ମାଡ କରୁଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକ ପ୍ରାଣ ହରାଇଥିଲେ । ଯେଉଁଥିପାଇଁ ତାକୁ କାବୁଲର କଂସେଇ ବୋଲି କୁହାଯାଏ

ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ

୧୯୯୦ ଦଶକରେ ହିକମତୟାର ଦୁଇଥର ଅଳ୍ପ କିଛି ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲା । ତେବେ ୧୯୯୬ ମସିହାରେ ଦ୍ୱିତୀୟ ତଥା ଶେଷ ଥର ପାଇଁ ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ଫଳରେ ବାଧ୍ୟ ହୋଇ ତାକୁ ଆଫଗାନିସ୍ତାନ ଛାଡିବାକୁ ପଡିଥିଲା । ତାଲିବାନ କ୍ଷମତାକୁ ଆସିବା ପରେ ସେ ପ୍ରଥମେ ପଂଜଶୀର ଓ ସେଠାରୁ ଇରାନ ଚାଲି ଯାଇଥିଲା । ତେବେ ୯-୧୧ ଆକ୍ରମଣ ପରେ ସେ ପୁଣିଥରେ ପାକିସ୍ତାନ ଯାଇଥିଲା । ସେଠାରୁ ସେ ହିଜବକୁ ସଂଚାଳିତ କରୁଥିଲା । କୁହାଯାଏ ଯେ, ତୋରାବୋରା ପାହାଡୁର ଲାଦେନକୁ ଫେରାର ହେବାରେ ସେ ସାହାଯ୍ୟ କରିଥିଲା । ୨୦୧୦ ବେଳକୁ ସେ ଆଫଗାନିସ୍ତାନ ରେ ଆମେରିକାର ବିରୋଧୀ ଲଢେଇର ପ୍ରମ୍ମୁଖ ଚେହେରା ପାଲଟି ସାରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami