ଏହି ଦୁଇଟି ୨ ଟଙ୍କିଆ କଏନ୍ ଯଦି ଆପଣଙ୍କ ପାଖରେ ଅଛି,ତେବେ ପାଇ ପାରିବେ ୧୦ ଲକ୍ଷ ଟଙ୍କା

Above Post Content

ଆପଣ ଅନେକ ସମୟରେ ଶୁଣିଥିବେ ଯେ, ପୁରୁଣା ମୁଦ୍ରା ବଦଳରେ ଲକ୍ଷ ଲକ୍ଷ ଟଙ୍କା ମିଳୁଛି । ତେବେ କେବେ ଭାବିଛନ୍ତି କି ପୁରୁଣା କଏନ ପାଇଁ କିଏ ଏତେ ଟଙ୍କା ଖର୍ଚ୍ଚ କରେ ଓ କାହିଁକି କରେ ? । ଅନେକ ଲୋକଙ୍କର ପୁରୁଣା ସାମଗ୍ରୀ ସଂଗ୍ରହ କରିବା ସୌକ ଥାଏ । ଏହି ସୌକ୍ ପୁରା କରିବା ପାଇଁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ସେମାନଙ୍କ ପାଖରେ ପୁରୁଣା ସାମଗ୍ରୀ ବା ଆଣ୍ଟିକ୍ କଲେକ୍ସନ ରହିଥାଏ । ଆଣ୍ଟିକ୍ କଲେକ୍ଟର ହିଁ ପୁରୁଣା ସାମଗ୍ରୀ ପାଇଁ ଭଲ ମୁଲ୍ୟ ଦେଇଥାନ୍ତି । ସେହିଭଳି ଲୋକଙ୍କ ମଧ୍ୟରୁ କିଛି ପୁରୁଣା ମୁଦ୍ରା ସଂଗ୍ରହ କରିବାର ସୌକ ରଖନ୍ତି । ପୁରୁଣା ମୁଦ୍ରା ସଂଗ୍ରହକାରୀ ହିଁ ଏଭଳି ମୁଦ୍ରାକୁ କିଣିଥାନ୍ତି ।

ଆଗରୁ ପ୍ରଚଳିତ ଥିବା ଅନେକ ମୁଦ୍ରା ଏବେ ଆଉ ପ୍ରଚଳନରେ ନାହିଁ । ସେହିଭଳି ଅଚଳ ମୁଦ୍ରାକୁ କିଣିବାକୁ କଲେକ୍ଟର ଭଲ ଟଙ୍କା ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ସେହିଭଳି ଦୁଇଟି ଦୁଇଟଙ୍କିଆ କଏନ ବାବଦରେ କହିବୁ, ଯାହା ଯଦି ଆପଣଙ୍କ ପାଖରେ ଥିବ ତେବେ ଆପଣ ସହଜରେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଇ ପାରିବେ । ଅର୍ଥାତ ଗୋଟିଏ ୨ ଟଙ୍କିଆ କଏନକୁ ଆପଣ ୫ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ

After 2nd paragraph post ads

କେମିତି ହେବା ଦରକାର ୨ ଟଙ୍କିଆ ମୁଦ୍ରା ?

ଇ କମର୍ସ ୱେବସାଇଟ୍ କ୍ୱିକରରେ ଏଭଳି ୟୁନିକ୍ ମୁଦ୍ରା ସେଲ ହୋଇଥାଏ । ଏହିଭଳି ଗୋଟିଏ ମୁଦ୍ରା ହେଉଛି ୨ ହଜାର ମସିହାରେ ବଜାରକୁ ଆସିଥିବା ଦୁଇ ଟଙ୍କିଆ ମୁଦ୍ରା । ଏହି ମୁଦ୍ରା ପଛ ପଟେ ଭାରତର ମାନଚିତ୍ର ଥିଲା ଓ ମାନଚିତ୍ର ଉପରେ ଜାତୀୟ ପତାକା ଥିଲା । ଏହାର ଦୁଇ ପାର୍ଶ୍ୱରେ ହିନ୍ଦିରେ ରାଷ୍ଟ୍ରୀୟ ଏକତା ଓ ଇଂରାଜୀରେ ନ୍ୟାସନାଲ ଇଣ୍ଟିଗ୍ରେସନ ଲେଖାଥିଲା । ଯଦି ଆପଣଙ୍କ ପାଖରେ ଏଭଳି ମୁଦ୍ରା ଅଛି ତେବେ ବଦଳରେ ଆପଣ ଲକ୍ଷାଧିକ ଟଙ୍କା ଆୟ କରିପାରିବେ । କ୍ୱିକର ଡଟ୍ କମରେ ଏହି ମୁଦ୍ରାର ଦାମ ୫ ଲକ୍ଷ କୁହାଯାଇଛି । ସେହିଭଳି ୧୯୯୪ରେ ବଜାରକୁ ଆସିଥିବା ଗୋଟିଏ ଦୁଇ ଟଙ୍କିଆ ମୁଦ୍ରାର ମୁଲ୍ୟ ୫ ଲକ୍ଷ ଟଙ୍କା ରହିଛି ।

Middle post content

୧୦ ଲକ୍ଷରୁ ଅଧିକ ମଧ୍ୟ ହୋଇପାରେ ମୁଲ୍ୟ !

୨ ଟଙ୍କାର ମୁଦ୍ରାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ହୋଇପାରେ । ଏହି ୱେବସାଇଟ୍ କେବଳ ସେଲର ଓ ବାୟରଙ୍କ ମଧ୍ୟରେ ସେତୁ ଭଳି କାମ କରିଥାଏ । କିଣିବା ବାଲା ଓ ବିକ୍ରି କଲା ବାଲାଙ୍କ ଉପରେ ମୁଦ୍ରାର ମୂଲ୍ୟ ନିର୍ଭର କରିଥାଏ । ବିକ୍ରିକାରୀ ଯଦି ଅଧିକ ଟଙ୍କା ଦାବି କରନ୍ତି ଓ କ୍ରୟକାରୀ ଅଧିକ ଦେବାକୁ ରାଜି ହୁଅନ୍ତି ତେବେ ମୁଦ୍ରାର ମୂଲ୍ୟ ମଧ୍ୟ ବଢିପାରେ । ଯଦି ଆପଣଙ୍କ ପାଖରେ ଏହି ଦୁଇଟି ୨ ଟଙ୍କିଆ କଏନ୍ ଅଛି ତେବେ ଆପଣ ସହଜରେ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରିବେ

ଯଦି ଏହି ଦୁଇଟି କଏନ୍ ଅଛି ତେବେ କ’ଣ କରିବେ ? କେମିତି ବିକିବେ ?

ଯଦି ଆପଣଙ୍କ ପାଖରେ ଏହି ଦୁଇଟି କଏନ ଅଛି ତେବେ ପ୍ରଥମେ ନିଜକୁ ଏକ ଅନଲାଇନ୍ ବିକ୍ରେତା ଭାବେ ପଂଜିକୃତ କରିବାକୁ ପଡିବ । ଆପଣ ନିଜ ଘରେ ବସି ଅତି ସହଜରେ ଏହା କରିପାରିବେ । ଏହାର ପୁରା ସୂଚନା କ୍ୱିକର ଡଟକମରେ ମିଳିଯିବ । ନିମ୍ନରେ ଦିଆଯାଇଥିବା ଲିଙ୍କକୁ କ୍ଲିକ୍ କରି ଆପଣ ସବୁ ସୂଚନା ପାଇ ପାରିବେ https://www.quikr.com/home-lifestyle/2-rupee-coin-for-sale-quantity-2-jalandhar/p/355893515ସେଠାରେ ଆପଣଙ୍କୁ ନିଜ ନାମ, ଠିକଣା, ଫୋନ୍ ନମ୍ବର ଦେବାକୁ ପଡିବ । ଆକାଉଣ୍ଟ ତିଆରି କରିବା ପରେ ୟୁଜର ଆଇଡି ଓ ପାସୱାର୍ଡ ଦେଇ ଲଗଇନ୍ କରନ୍ତୁ ।

ଏହି ୱେବସାଇଟରେ ଦୁଇ ପ୍ରକାରର ଅପସନ୍ ଥାଏ । ମୁଦ୍ରା କିଣିବା ପାଇଁ ବାୟ ନାଓ (Buy Now) ଓ ମୁଦ୍ରା ବିକ୍ରି କରିପାଇଁ ମେକ୍ ଅନ୍ ଅଫର Make an Offer ବିକଳ୍ପ ରହିଥାଏ । ଯଦି ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ମେକ୍ ଅନ୍ ଅଫର ଉପରେ କ୍ଲିକ୍ କରନ୍ତୁଯଦି କିଣିବାକୁ ଚାହୁଁଛନ୍ତି ତେବେ ବାୟ ନାଓକୁ ବାଛନ୍ତୁ । ଆପଣ ନିଜ ପାଖରେ ଥିବା ମୁଦ୍ରାର ଫଟୋ ଉଠାଇ ୱେବସାଇଟରେ ଅପଲୋଡ୍ କରନ୍ତୁ । ଏହିଭଳି ଭାବେ ଆପଣ ନିଜ ପାଖରେ ଥିବା ପୁରୁଣା କଏନରୁ ଭଲ ଅର୍ଥ ରୋଜଗାର କରିପାରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami