ଇସ୍ରାଏଲର ବ୍ରହ୍ମାସ୍ତ୍ର: କ୍ଷଣକରେ ଧ୍ୱଂସ କରିବ ହମାସ ରକେଟ୍‌

Above Post Content

ହମାସ ବିରୋଧରେ ବଡ଼ ଧରଣ ଆକ୍ରମଣର କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଲାଣି । ଗାଜା ନିବାସୀଙ୍କୁ ଇସ୍ରାଏଲ ଦେଇଥିବା ସମୟସୀମା ପୁରିବାକୁ ବସିଲାଣି । ଏହାଭିତରେ ଖବର ଆସୁଛି ଯେ, ଇସ୍ରାଏଲ ତା’ ଶସ୍ତ୍ରାଗାରର ବ୍ରହ୍ମାସ୍ତ୍ରକୁ ଯୁଦ୍ଧଭୂମିରେ ମୁତୟନ କରିବାକୁ ଯାଉଛି । ଯାହାର ନାମ ହେଉଛି ‘ଆଇରନ୍ ବିମ୍‌’ । ଲେଜର ଚାଳିତ ଏହି ଅସ୍ତ୍ର ନିର୍ମାଣ କରିବାକୁ ଇସ୍ରାଏଲକୁ ୨୦ ବର୍ଷ ଲାଗିଛି । ଏହି ଅସ୍ତ୍ରକୁ ଆଗାମୀ ୨ ବର୍ଷ ମଧ୍ୟରେ ସେନାରେ ସାମିଲ କରିବାର ଥିଲା । କିନ୍ତୁ ଅଚାନକ ଇସ୍ରାଏଲ ଏହାକୁ ନିଜ ସୀମାରେ ଆଗୁଆ ମୁତୟନ କରୁଛି ।

ସବୁଠାରୁ ଆଡଭାନ୍ସ ସିଷ୍ଟମ

After 2nd paragraph post ads

ଆଇରନ୍ ଡୋମ୍ ହମାସ ଆକ୍ରମଣରେ ୯୦ ପ୍ରତିଶତ ମିଶାଇଲକୁ ଅଟକାଇ ପାରିଥିଲା । କିନ୍ତୁ ବଳକା ୧୦ ପ୍ରତିଶତ ଇସ୍ରାଏଲରେ ବ୍ୟାପକ ଧ୍ୱଂସଲୀଳାର କାରଣ ହୋଇଥିଲେ । ଆଇରନ୍ ବିମ୍ ଶତ୍ରୁ ମିଶାଇଲକୁ ପ୍ରତିହତ କରିବାରେ ଶତ ପ୍ରତିଶତ ସଫଳ ହେବ ବୋଲି କୁହାଯାଉଛି । ଆଇରନ୍ ବିମ୍ ଟାର୍ଗେଟକୁ ଧ୍ୱଂସ କରିବାକୁ ଲେଜର ବିମ୍ ପ୍ରୟୋଗ କରିଥାଏ । ଆଇରନ୍ ବିମକୁ ଯଦି ମୁତୟନ କରାଯାଏ ତେବେ ପ୍ରଥମ ଥର ପାଇଁ ଦୁନିଆ ଏହାକୁ ଦେଖିବ । ଆଇରନ୍ ଡୋମ୍ ଭଳି ଆଇରନ୍ ବିମର ନିର୍ମାଣରେ ବି ଆମେରିକା ଇସ୍ରାଏଲକୁ ସାହାଯ୍ୟ କରିଛି । ଏହି ଲେଜର ବିମ୍ ଡିଫେନ୍ସ ସିଷ୍ଟମକୁ ଦୁନିଆର ସବୁଠାରୁ ଆଡଭାନ୍ସ ଡିଫେନ୍ସ ସିଷ୍ଟମ ବୋଲି ଦାବି କରାଯାଉଛି ।

Middle post content

ଏହାର ନିଶାନାରେ କିଏ ?

ଗାଜା,ଲେବନନ ଓ ସିରିଆରୁ ଯେଉଁ ସବୁ ମିଶାଇଲ ଇସ୍ରାଏଲ ଆକାଶରେ ପ୍ରବେଶ କରିବେ ସେସବୁ ଏହି ସିଷ୍ଟମ ଟାର୍ଗେଟରେ ରହିବେ । ୨୦ ବର୍ଷ ତଳେ ହମାସ ଓ ବାକି ଶତ୍ରୁଙ୍କୁ ନଜରରେ ରଖି ଇସ୍ରାଏଲ ଏହାକୁ ତିଆରି କରିଥିଲା । ଏହି ଲେଜର ସିଷ୍ଟମକୁ ସିଧାସଳଖ ଭାବେ ଆଇରନ୍ ଡୋମ୍ ଡିଫେନ୍ସ ସିଷ୍ଟମ ସହିତ ଇଣ୍ଟିଗ୍ରେଟ୍ କରାଯାଏ । ଆଇରନ୍ ଡୋମ୍ ୨୦୧୧ରୁ ମୁତୟନ ଅଛି । ୧୦୦ କିଲୋୱାଟ୍ ଲେଜରର ସୀମା ପ୍ରାୟ ୮ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ ।

ଡୋମ୍ ତୁଳନାରେ ଶସ୍ତା ଆଇରନ୍ ବିମ୍‌

ଏହାର ଇଲେକ୍ଟ୍ରିକ୍ ସୋର୍ସ ବିଶିଷ୍ଟ ଲେଜର ସିଷ୍ଟମ ଲେଜରକୁ କେବେ ଆକ୍ଟିଭେଟ୍ କରାଯିବ ଓ କେବେ କାଇନେଟିକ୍ ଆଇରନଡୋମ୍ ଇଣ୍ଟରସେପ୍ଟର ଛଡା ଯିବା ତାହା ନିର୍ଦ୍ଧାରିତ କରିଥାଏ । ଆଇରନ୍ ଡୋମରୁ ତାମିର ମିଶାଇଲ ନିକ୍ଷେପ କରାଯାଏ । ଏହା ମଧ୍‌୍ୟ ନିର୍ଦ୍ଧାରିତ କରାଯାଏ କେଉଁ ପ୍ରକାରର ତାମିର ମିଶାଇଲ ଛଡ଼ାଯିବ । କିଛି ଇଣ୍ଟରସେପ୍ଟର ବିଶେଷ କ୍ୟାମେରାଯୁକ୍ତ ହୋଇଥାନ୍ତି । ଅନ୍ୟପକ୍ଷରେ ଅନ୍ୟ କ୍ଷେପଣାସ୍ତ୍ରରେ ଅନବୋର୍ଡ୍ ରଡାର ରହିଛି । ଆଇରନ ବିମ୍ ଓ ଆଇରନ୍ ଡୋମ୍ ଉଭୟ ରକେଟ୍‌,ମୋର୍ଟାର ବୋମା,ଡ୍ରୋନ୍ ଓ ଅନ୍ୟ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଥାଏ । ଏହାର ପ୍ରତି ସଟ୍ ର ମୂଲ୍ୟ ମାତ୍ର ୩ ଡଲାର । ତେଣୁ ଏହା ଅନ୍ୟ ସିଷ୍ଟମ ତୁଳନାରେ ଶସ୍ତା ହୋଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami