୬୦ ବର୍ଷର ଇତିହାସ ଶେଷ: ମୁମ୍ବାଇ ରାସ୍ତାରୁ ହଟିଯିବ କଳା-ହଳଦିଆ ଟ୍ୟାକ୍ସି

Above Post Content

ମୁମ୍ବାଇ: ୬୦ ବର୍ଷର ଇତିହାସ ଉପରେ ଲାଗିବ ବ୍ରେକ । ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି । ମୁମ୍ବାଇ ସହରର ରାସ୍ତାରେ ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସି ପରିବହନ ସେବାରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲା । ଜନସାଧାରଣ ପରିବହନକାରୀ, ଏହି ଟ୍ୟାକ୍ସିକୁ କାଲା -ହଳଦିଆ(କାଲି-ପିଲି) କୁହାଯାଇଥାଏ । ଏହି କଳା-ହଳଦିଆ ଟ୍ୟାକ୍ସି ଆଉ ଲୋକଙ୍କୁ ସେବା ପ୍ରଦାନ କରିପାରିବ ନାହିଁ । ଏହାକୁ ପରିବହନ ବିଭାଗ ହଟାଇବାକୁ ନିଷ୍ପତ୍ତିି ନେଇଛନ୍ତି । ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା ଆଗରେ ଏହି କଳା-ହଳଦିଆ ଟ୍ୟାକ୍ସିଗୁଡ଼ିକ ବର୍ତ୍ତମାନ ମୁମ୍ବାଇର ରାସ୍ତାରୁ ହଟାଇ ଦିଆଯିବ । ସୋମବାର ଅର୍ଥାତ ଅକ୍ଟୋବର ୩୦ରୁ ଏହି କଳା-ହଳଦିଆ ଟ୍ୟାକ୍ସି ସେବା ପାଇପାରିବେ ନାହିଁ ଲୋକେ ।

କ୍ୟାବଗୁଡ଼ିକର ବୟସ ସୀମା ୨୦ ବର୍ଷ

After 2nd paragraph post ads

ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା ଆଗରେ ଏହି କଳା-ହଳଦିଆ ଟ୍ୟାକ୍ସିଗୁଡ଼ିକ ବର୍ତ୍ତମାନ ମୁମ୍ବାଇର ରାସ୍ତାରୁ ହଟାଇ ଦିଆଯିବ । ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ୨୦୦୩ ଅକ୍ଟୋବର ୨୯ ତାରିଖରେ ପ୍ରିମିୟର ପଦ୍ମିନୀ ମୁମ୍ବାଇର ତାରଡେଓ ଆରଟିଓରେ କଳା-ହଳଦିଆ ଟ୍ୟାକ୍ସି ଭାବରେ ପଞ୍ଜୀକୃତ ହୋଇଥିଲା । ସହରରେ କ୍ୟାବଗୁଡ଼ିକର ବୟସ ସୀମା ୨୦ ବର୍ଷ, ମୁମ୍ବାଇରେ ସୋମବାର ଠାରୁ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ଆଉ ରହିବ ନାହିଁ । ମୁମ୍ବାଇରେ ବର୍ତ୍ତମାନ ୪୦ ହଜାରରୁ ଅଧିକ କଳା-ହଳଦିଆ କ୍ୟାବ ଅଛି । ଯଦିଓ ୯୦ ଦଶକର ଶେଷ ଭାଗରେ ଏହାର ସଂଖ୍ୟା ପ୍ରାୟ ୬୩ ହଜାର ଥିଲା ।

Middle post content

ନୂତନ ପିଢୀ କଳା-ହଳଦିଆ ଟ୍ୟାକ୍ସିରେ ବସିବାକୁ କରୁ ନ ଥିଲେ ପସନ୍ଦ

ଅନ୍ୟପଟେ ନୂତନ ପିଢୀର ଲୋକମାନେ ଏଥିରେ ବସିବା ପାଇଁ ପସନ୍ଦ କରୁ ନାହାନ୍ତି । ସେମାନେ ନୂଆ ନୂଆ ଟେକ୍ କାରରେ ବସିବା ପାଇଁ ଆଗ୍ରହ ଦେଖାଉଛନ୍ତିି । ଏହାବ୍ୟତୀତ ବଢୁଥିବା ପ୍ରଦୂଷଣକୁ ଦେଖି ୨୦ ବର୍ଷ ପୁରୁଣା ଯାନ ଉପରେ ପ୍ରତିବନ୍ଧିତ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହିକାରଣରୁ ରାସ୍ତାରୁ ଏହି କାର ବାହାର କରିବା ପାଇଁ ସ୍ଥିର କରାଯାଇଛି । ସେପଟେ ମୁମ୍ବାଇର କିଛି ଲୋକେ ଅତିକମ୍‌ରେ ଗୋଟିଏ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସିକୁ ସଂଗ୍ରହାଳୟରେ ସଂରକ୍ଷିତ ରଖିବା ପାଇଁ ଦାବି କରିଛନ୍ତି ।

ରାଣୀ ପଦ୍ମିନିଙ୍କ ନାଁ ଅନୁସାରେ ନାମିତ ହୋଇଥିଲା ପ୍ରିମିୟର ପଦ୍ମିନି

କମ୍ପାନୀ ଏହି କାରକୁ ୧୯୬୪ ମସିହାରେ ସରକାରୀ ଘୋଷଣା ଅନୁଯାୟୀ ୧୧୦୦ ଡିଲାଇଟ୍‌ଙ୍କ ନାଁ ରେ ମାର୍କେଟରେ ଉପଲବ୍ଧ କରାଇଥିଲା । ଏହା ସରକାରୀ ଘୋଷଣା ଅନୁଯାୟୀ ୧୧୦୦ ର ସ୍ୱଦେଶୀ ଭର୍ସନ ଥିଲା । କିନ୍ତୁ ମାର୍କେଟରେ ଲଞ୍ଚ ହେବାର ଏକ ବର୍ଷ ପରେ ଏହାର ନାଁ ପରିବର୍ତ୍ତନ କରାଯାଇ ପ୍ରିମିୟର ପ୍ରେସିଡେଣ୍ଟ ରଖାଯାଇଥିଲା । ସେହିଭଳି ୧୯୭୪ ମସିହାରେ ଏହାର ନାଁ ପୁଣି ଥରେ ପରିବତ୍ତନ କରାଯାଇ ପ୍ରିମିୟର ପଦ୍ମିନି ରଖାଯାଇଥିଲା । ଏହି ନାମକରଣ ରାଣୀ ପଦ୍ମିନିଙ୍କ ନାଁ ଅନୁସାରେ ହିଁ ଦିଆଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami