ହାପପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଆସିଥିବା ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ

Above Post Content

ପୁରୀ: ହାପ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଆସିଥିବା ଜଣେ ଶ୍ରଦ୍ଧାଳୁ ହେଲେ ହଟହଟା   । ହାପ ପ୍ୟାଣ୍ଟ ପିନ୍ଧି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉଥିବାବେଳେ ଶ୍ରଦ୍ଧାଳୁଙ୍କୁ ଅଟକାଇଲେ ସେବାୟତ । ଶ୍ରୀମନ୍ଦିରକୁ ଯିବାବେଳେ ଶୃଙ୍ଖଳିତ ପୋଷାକ ପରିଧାନ ଉପରେ ସଚେତନ କରାଇଥିଲେ । ପରେ ସେବାୟତମାନେ ଶ୍ରଦ୍ଧାଳୁଙ୍କୁ ଧୋତି ପିନ୍ଧାଇ ମନ୍ଦିର ଭିତରକୁ ଛାଡିଲେ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଥିଲେ ସେବାୟତ । ନୂଆବର୍ଷ ପ୍ରଥମ ଦିନରୁ କଡାକଡି ହେବ ନିୟମ ।

Middle post content

ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନେଇ ଶ୍ରଦ୍ଧାଳୁଙ୍କୁ ସଚେତନତ

After 2nd paragraph post ads

ଶ୍ରୀମନ୍ଦିରକୁ ଯିବାକୁ ହେଲେ ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବାକୁ ପଡ଼ିବ । ନଚେତ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ । ନୀତି ସବ୍‌କମିଟି ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ତରଫରୁ ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ଦାବି ହୋଇ ଆସୁଥିବାବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନ ତାହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଏହି ନିଷ୍ପତ୍ତି ଆଗାମୀ ନୂଆବର୍ଷ ଅର୍ଥାତ୍ ୨୦୨୪ ଜାନୁୟାରୀ ୧ରୁ କାର୍ଯ୍ୟକାରୀ କରାଯିବ । ନିୟମ ଲାଗୁହେବା ପୂର୍ବରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପକ୍ଷରୁ ସଚେତନ କରାଯିବ । ଜାନୁୟାରୀ ୧ତାରିଖରୁ ସିଂହଦ୍ୱାରରେ ମୁତୟନ ଥିବା ଜେଟିପି ଏବଂ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକମାନେ ଭକ୍ତଙ୍କ ପୋଷାକ ତଦାରଖ କରିବେ । ଯେଉଁ ଭକ୍ତ ଶାଳୀନତା ଭାବେ ପୋଷାକ ନ ପିନ୍ଧି ଶ୍ରୀମନ୍ଦିର ଯିବେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି । ତେବେ ଛୋଟପିଲା ଅର୍ଥାତ୍ ୧୨ ବର୍ଷ ବୟସରୁ କମ୍ ପିଲାଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁହେବ ନାହିଁ । ୧୨ ବର୍ଷରୁ ଅଧିକ ବୟସର ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରିିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami