ଭାଙ୍ଗିଲା କାଚ ବ୍ରିଜ୍‌, ୩୦ ଫୁଟ ତଳକୁ ଖସିପଡ଼ିଲେ ପର୍ଯ୍ୟଟକ

Above Post Content

ଇଣ୍ଡୋନେସିଆ: ବିଶ୍ୱର ଅନେକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି । ଯାହା ସେମାନଙ୍କର ସୌନ୍ଦର୍ଯ୍ୟ ହେତୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏହି ଅନନ୍ୟ ଏବଂ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଦେଖିବା ପାଇଁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଏମିତି କିଛି ସ୍ଥାନ ରହିଛି ଯାହା ପର୍ଯ୍ୟଟକଙ୍କ ପାଇଁ ସ୍ମରଣୀୟ ସ୍ମୃତି ପାଲଟିଥାଏ । ଆଉ କେବେ କେବେ ପର୍ଯ୍ୟଟନସ୍ଥଳୀରେ ଏପରି କିଛି ଘଟେ, ଯାହା ମନରୁ କେବେ ଲିଭି ନ ଥାଏ । ବର୍ତ୍ତମାନ ଇଣ୍ଡୋନେସିଆର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ଏପରି ଏକ ଦୁର୍ଘଟଣା ଘଟିଛି, ଯାହା ଶୁଣିଲେ ପାଦତଳୁ ମାଟି ଖସିଯିବ । ଏଠାରେ ଥିବା ପ୍ରସିଦ୍ଧ ଗ୍ଲାସ ବ୍ରିଜ୍ ହଠାତ୍ ଭାଙ୍ଗି ପଡ଼ିବାରୁ ଜଣେ ପର୍ଯ୍ୟଟକ ୩୦ ଫୁଟ୍ ତଳକୁ ଖସି ପଡ଼ିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଜଣେ ପର୍ଯ୍ୟଟକ ବ୍ରିଜର ଭଙ୍ଗା କାମ ମଧ୍ୟରେ ଫସି ରହିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ୩ ଜଣ ଆହତ ହୋଇଥିଲେ ।

Middle post content

ଭଙ୍ଗା କାଚରେ ଫସି ରହିଥିଲେ ଜଣେ ପର୍ଯ୍ୟଟକ

After 2nd paragraph post ads

ଏହି ଦୁର୍ଘଟଣାର ଭୟଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯେଉଁଥିରେ ୩୦ ଫୁଟରୁ ଜଣେ ପର୍ଯ୍ୟଟକ ଖସି ମୃତ୍ୟୁବରଣ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଇଣ୍ଡୋନେସିଆରେ ୩୦ ଫୁ୍‌ଟ୍ ଉଚ୍ଚରେ ଥିବା ଜୋଙ୍ଗ ଗ୍ଲାସ୍ ବ୍ରିଜ୍ ଉପରେ ଅନେକ ଲୋକ ଠିଆ ହୋଇ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ । କିନ୍ତୁ ହଠାତ୍ ବ୍ରିଜ୍‌ର ଗ୍ଲାସ୍ ଫାଟି ଯାଇଥିଲା । ଫଳରେ ଜଣେ ପର୍ଯ୍ୟଟକ ତଳକୁ ଖସି ପଡ଼ିଥିଲେ । ଏତେ ଉଚ୍ଚତାରୁ ଖସିପଡ଼ିବାରୁ ସେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଭିଡିଓରେ ଜଣେ ବ୍ୟକ୍ତି ବ୍ରିଜ୍‌ର ଭଙ୍ଗା କାଚ ମଧ୍ୟରେ ଫସି ରହିଥିବା ଦେଖିବାକୁ ମିଳିଛି, ଯାହା ଲୋକଙ୍କ ସାହାଯ୍ୟରେ ବାହାରକୁ ନିଆଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami