ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ପାଇଁ ବିଜେଡ଼ିର ସ୍ୱତନ୍ତ୍ର ରଣନୀତି

Above Post Content

ଭୁବନେଶ୍ୱର: ଉପକୂଳ ଓ ଦକ୍ଷିଣ ଓଡ଼ିଶା ପରେ ପଶ୍ଚିମ ଓଡ଼ିଶା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ପଶ୍ଚିମ ଓଡ଼ିଶାର ସବୁ ନିର୍ବାଚନମଣ୍ଡଳୀରେ ଯେମିତି ଶଙ୍ଖ ପତାକା ଉଡ଼ିବ, ସେଥିପାଇଁ ନିର୍ବାଚନମଣ୍ଡଳୀ ୱାରି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ନବୀନ ନିବାସରେ ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଛି । ଏହା ଅଧୀନସ୍ଥ ୨୧ଟି ବିଧାନସଭା ଆସନର ନେତା, ପର୍ଯ୍ୟବେକ୍ଷକମାନଙ୍କୁ ଦାୟିତ୍ୱ ବଣ୍ଟାଯାଇଛି । ନିଜେ ସଭାପତି ନବୀନ ପଟ୍ଟନାୟକ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।

ବିଜେଡ଼ି ସଫଳତା ପୁନରାବୃତ୍ତି ହେବା ଦରକାର

After 2nd paragraph post ads
Middle post content

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ପାଇଥିବା ସଫଳତା ଯେପରି ପୁନରାବୃତ୍ତି ହେବ, ତାହା ନିଶ୍ଚିତ କରିବାକୁ ନବୀନ କହିଛନ୍ତି । ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପ୍ରତି ନିର୍ବାଚନମଣ୍ଡଳୀର ସମୀକ୍ଷା କରାଯାଇଥିଲା । ପ୍ରଥମେ ବରଗଡ଼ ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଇଥିଲା । ପରେ କଳାହାଣ୍ଡି ଓ ବଲାଙ୍ଗୀର ଲୋକସଭା କ୍ଷେତ୍ରର ସମୀକ୍ଷା କରିଥିଲେ । ବିଧାନସଭା ନିର୍ବାଚନମଣ୍ଡଳୀ ଗୁଡ଼ିକରେ ସାଂଗଠନିକ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜଣ ଜଣ କରି ପର୍ଯ୍ୟବେକ୍ଷକ, ବିଧାୟକ ଓ ଅନ୍ୟ ନେତାମାନଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତି ଥର ଆମ ଉପରେ ଜନତାଙ୍କ ଆଶା ଓ ଭରସା ବୃଦ୍ଧି ପାଉଛି । ସାଧାରଣ ଲୋକଙ୍କ ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରି ଆସୁଛନ୍ତି । ଓଡ଼ିଶାର ରୂପାନ୍ତର କାର୍ଯ୍ୟ ପ୍ରତ୍ୟେକ ଲୋକଙ୍କୁ ଖୁସି ଆଣି ଦେଇଛି ଓ ‘୫-ଟି’ ଉପକ୍ରମ ପ୍ରତ୍ୟେକ ରାଜ୍ୟବାସୀଙ୍କ ଜୀବନକୁ ପ୍ରଭାବିତ କରିଛି ।

ନବୀନ ନିବାସ ଓ ଶଙ୍ଖ ଭବନରେ ଖୋଲାଯାଇଛି ନିୟନ୍ତ୍ରଣ କକ୍ଷ

ନିର୍ବାଚନ ପ୍ରସ୍ତୁତି, ରଣନୀତି ନିର୍ଦ୍ଧାରଣ ଓ କ୍ଷେତ୍ରରେ କାର୍ଯ୍ୟ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ନବୀନ ନିବାସ ଓ ଶଙ୍ଖ ଭବନରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଲୋକସଭା ଓ ବିଧାନସଭା କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ କରୁଥିବା ପର୍ଯ୍ୟବେକ୍ଷକମାନେ ପ୍ରତି ସନ୍ଧ୍ୟାରେ ଏହି ନିୟନ୍ତ୍ରଣ କକ୍ଷକୁ ସିଧାସଳଖ ରିପୋର୍ଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ନବ ରୂପାନ୍ତର ନିମନ୍ତେ ପଣ କରିଛନ୍ତି । ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବା ସହ ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ନିଜ ପରିବାର ସଦସ୍ୟ ମନେ କରି କାର୍ଯ୍ୟ କରିଛନ୍ତି । ତାଙ୍କ ସ୍ୱପ୍ନର ଓଡ଼ିଶା ଗଠନ ନିମନ୍ତେ ଆମେମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଓ ଆଗାମୀ ନିର୍ବାଚନରେ ଦଳର ବିଜୟ ପତାକା ଉଡ଼ାଇବା ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା । ବୈଠକରେ ସାଂସଦ ସୁଜିତ କୁମାର, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟଶଙ୍କର ମିଶ୍ର, ଭୂପିନ୍ଦର ସିଂହ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟଙ୍କ ସହ ସବୁ ନେତା ଓ ବିଧାୟକ ଉପସ୍ଥିତ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami