ପ୍ରଥମଥର ହୋଲି ଖେଳିବେ ରାମଲଲ୍ଲା

Above Post Content

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇଦିନ ପରେ ଆସୁଛି ରଙ୍ଗର ପର୍ବ ହୋଲି । ଏହି ହୋଲି ଉତ୍ସବକୁ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ପ୍ରଥମ ଥର ହୋଲି ଖେଳିବେ ଅଯୋଧ୍ୟାରେ ପ୍ରଭୁ ରାମଲଲ୍ଲା । ଏଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଯାଇଛି । ହୋଲିକୁ ଧୁମଧାମରେ ପାଳନ କରିବା ପାଇଁ ଅନେକ ଦିନରୁ ଅଯୋଧ୍ୟାରେ ସ୍ୱତନ୍ତ୍ର ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି । ରାମଲଲ୍ଲା ପ୍ରଥମ ଥର ହୋଲି ଖେଳୁଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ରଙ୍ଗ ପ୍ରସ୍ତୁତ କରାଯାଇଛି । ତାହାପୁଣି କାଞ୍ଚନ ଫୁଲରୁ । ଏହି ଫୁଲରୁ ପ୍ରସ୍ତୁତ ହୋଇଥିବା ରଙ୍ଗରେ ହୋଲି ଖେଳିବେ ରାମଲଲ୍ଲା ।

Middle post content

କାଞ୍ଚନ ଫୁଲରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହୋଲି

After 2nd paragraph post ads

ଦୀର୍ଘଦିନର ଅପେକ୍ଷା ପରେ ଗତ ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବକୁ ନେଇ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଥିଲେ । କେବଳ ଦେଶ ନୁହେଁ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ଚଳିତଥର ପ୍ରଭୁ ରାମଲଲ୍ଲା ପ୍ରଥମର ଥର ହୋଲି ଖେଳିବେ । ଏଥିପାଇଁ ଅଞ୍ଚଳବାସୀ ବେଶ୍ ଉତ୍ସାହିତ ଅଛନ୍ତି । ହୋଲି ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ଅଯୋଧ୍ୟା ଉତ୍ସବମୁଖର ହୋଇ ଉଠିଛି । ଏହି କ୍ରମରେ ଜାତୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥା ଲକ୍ଷେ୍ନା÷ କାଞ୍ଚନ ଫୁଲକୁ ବ୍ୟବହାର କରି ରାମଲଲ୍ଲାଙ୍କ ପାଇଁ ସ୍ୱତନ୍ତ୍ର ହୋଲି ପ୍ରସ୍ତୁତ କରିଛି । ଏହି ହୋଲିକୁ ସଂସ୍ଥା ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବଙ୍କୁ ପ୍ରଦାନ କରିଛନ୍ତି । କାଞ୍ଚନ ଫୁଲକୁ ରାଜକୀୟ ବୃକ୍ଷ କୁହାଯାଇଥାଏ । ତେଣୁ ଏହାକୁ ରାମଲଲ୍ଲାଙ୍କ ପାଇଁ ହୋଲି ତିଆରି ହେତୁ ବ୍ୟବହାର କରାଯାଇଛି । ଉକ୍ତ ହୋଲିକୁ ପ୍ରସ୍ତୁତ କରିବା ପାଇଁ ଅନେକ ପରୀକ୍ଷା, ନୀରିକ୍ଷା ଓ ଗବେଷଣା କରାଯାଇଥିଲା । ତା’ପରେ ଯାଇ ଏହାକୁ ପ୍ରସ୍ତୁତ କରାଯାଇଛି । ଏଥିସହିତ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ହୋଲି ସମୟରେ ସାବଧାନତା ଅବଲମ୍ବନ କରି ଖେଳିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami