କେଜ୍ରିୱାଲଙ୍କୁ ୭ ଦିନ ରିମାଣ୍ଡରେ ନେଲା ଇଡି

Above Post Content

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର ରାତିରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୭ ଦିନ ରିମାଣ୍ଡରେ ନେଲା ଇଡି । ଆସନ୍ତା ୨୮ ତାରିଖରେ କୋର୍ଟରେ ତାଙ୍କୁ ହାଜର କରିବା ଲାଗି ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ଦୁର୍ନୀତି ମାମଲାରେ କେଜ୍ରିୱାଲ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ହୋଇଥିବାରୁ ତାଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାଲାଗି ଇଡି ପକ୍ଷରୁ ଯୁକ୍ତି କରାଯାଇଥିଲା । କୁହାଯାଇଥିଲା ଯେ ତାଙ୍କୁ ବ୍ୟାପକ ଜେରା କରାଯିବାର ଆବଶ୍ୟକତା ରହିଛି । ଏହି ମାମଲାରେ ଗିରଫ ଅନ୍ୟ ଅଭିଯୁକ୍ତଙ୍କ ସହିତ ମୁହାଁମୁହିଁ ଜେରା କରାଯିବ । ତେଣୁ ୧୦ ଦିନର ରିମାଣ୍ଡ ଦରକାର । କିନ୍ତୁ କୋର୍ଟ ଏଥିପାଇଁ କେବଳ ୭ ଦିନ ମଞ୍ଜୁର କରିଛନ୍ତି ।

କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀ ଅବକାରୀ ଦୁର୍ନୀତିର ‘କିଙ୍ଗପିନ୍‌’

After 2nd paragraph post ads
Middle post content

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ତାଙ୍କର ରିମାଣ୍ଡକୁ ନେଇ କୋର୍ଟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଚାଲିଥିଲା । ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌. ଭି ରାଜୁ କହିଥିଲେ ଯେ କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀ ଅବକାରୀ ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ‘କିଙ୍ଗପିନ୍‌’ । ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ସଂପୂର୍ଣ୍ଣ ଯୋଗାଯୋଗରେ ରହି ଏହି ଦୁର୍ନୀତିର ମୁଖ୍ୟ ସଂଚାଳକ ପାଲଟିଥିଲେ । କେଜ୍ରିୱାଲ ଦିଲ୍ଲୀର ଅବକାରୀ ନୀତି ପ୍ରଣୟନରେ ସିଧାସଳଖ ସମ୍ପୃକ୍ତ ଥିଲେ ଏବଂ ସେ ଅପରାଧରୁ ମିଳିଥିବା ଆୟକୁ ମଧ୍ୟ ବିନିଯୋଗ କରିବାରେ ପ୍ରମୁଖ ଭୂମିକା ନେଇଥିଲେ । ଏହି ଅପରାଧରୁ ମିଳିଥିବା ଅର୍ଥକୁ ଗୋଆ ନିର୍ବାଚନରେ ପ୍ରଚାର ପାଇଁ ବ୍ୟବହାର କରାଯାଇଥିଲା । ‘ଆମେ ଅପରାଧର ଆୟ ଠାବ କରିଛୁ ଏବଂ ଗୋଆ ନିର୍ବାଚନ ପ୍ରଚାରରେ ସମ୍ପୃକ୍ତ ଅନେକ ବ୍ୟକ୍ତିଙ୍କ ବୟାନ ନେଇଛୁ’ ବୋଲି ଇଡି କହିଛି । ୟ

୬୦୦ କୋଟିରୁ ଅଧିକ ଟଙ୍କାର ହୋଇଛି ବେଆଇନ କାରବାର

କେଜ୍ରିୱାଲ ‘ସାଉଥ୍ ଗ୍ରୁପ୍‌’କୁ ଅଧିକ ଫାଇଦା ଦେବା ପ୍ରତିଶ୍ରୁତି ଦେଇ ଲାଞ୍ଚ ମାଗିଥିଲେ । ଏହି ଦୁର୍ନୀତିରେ ୬୦୦ କୋଟିରୁ ଅଧିକ ଟଙ୍କାର ବେଆଇନ କାରବାର ହୋଇଛି । ସେଥିମଧ୍ୟରୁ ସାଉଥ୍ ଗ୍ରୁପ୍ ୧୦୦ କୋଟି ଟଙ୍କା କେ. କବିତାଙ୍କ ମାଧ୍ୟମରେ ଦେଇଥିଲା । ତେବେ ଇଡିର ଯୁକ୍ତିକୁ ଖଣ୍ଡନ କରି କେଜ୍ରିୱାଲଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଂଘଭି କହିଥିଲେ ଯେ ଇଡି ମନଗଢ଼ା କାହାଣୀ ଶୁଣାଉଛି । କେଜ୍ରିୱାଲଙ୍କ ବିରୋଧରେ ପ୍ରତ୍ୟକ୍ଷ ପ୍ରମାଣ ନ ଥିବାରୁ ତାଙ୍କୁ ଗିରଫ କରାଯିବାର କୌଣସି କାରଣ ନାହିଁ । ଏହି ମାମଲାରେ ଗିରଫ ହୋଇଥବା ୮୦% ଲୋକ ସେମାନଙ୍କ ବୟାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ ଉଲ୍ଲେଖ କରିନାହାନ୍ତି ବୋଲି ସେ କହିଥିଲେ । ଇଡି ଏହି ମାମଲାରେ ଉଭୟ ତଦନ୍ତକାରୀ ଓ ଦଣ୍ଡବିଧାନକାରୀ ଭାବେ ନିଜକୁ ଉପସ୍ଥାପିତ କରିଛି ଏବଂ ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ । ଗିରଫ କରିବାର କ୍ଷମତା ଅଛି ବୋଲି ପ୍ରମାଣ ନ ଥାଇ ଇଡି ଗିରଫ କରିପାରିବ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami