ଫଳହାରୀ ବାବା ଗଙ୍ଗାରେ ସ୍ନାନ କରି କରିବେ ଅନ୍ନ ସ୍ପର୍ଶ

Above Post Content

ନୂଆଦିଲ୍ଲୀ: ଆଉ ମାତ୍ର ଗୋଟିଏ ଦିନ ପରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ପୂରା ହେବାକୁ ଯାଉଛି । ଅଯୋଧ୍ୟା ରାମମନ୍ଦିର ନିର୍ମାଣ ହେବାପରେ ଅନେକ ଭକ୍ତଙ୍କ ଇଚ୍ଛା, ବିଶ୍ୱାସ ଓ ପ୍ରତିଜ୍ଞା ପୂରଣ ହୋଇଛି । ୯୦ ଦଶକରେ ଯେତେବେଳେ ଅଯୋଧ୍ୟାରେ ଥିବା ରାମମନ୍ଦିରକୁ ନେଇ ସାରା ଦେଶରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା, ସେତେବେଳେ ବୀରେନ୍ଦ୍ର କୁମାର ବେଠା ବାବା ଏହି ମନ୍ଦିର ନିର୍ମାଣର ସ୍ୱପ୍ନ ଦେଖିଥିଲେ । ଯେ ପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ ହୋଇନାହିଁ ସେ ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି ଶପଥ ନେଇଥିଲେ । ଏବେ ଆସନ୍ତା ୨୨ ତାରିଖରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେଉଥିବାରୁ ତାଙ୍କ ସ୍ୱପ୍ନ ପୂରଣ ହେଉଛି ।

Middle post content

୩୧ ବର୍ଷ ତଳେ କରିଥିଲେ ପ୍ରତିଜ୍ଞା

After 2nd paragraph post ads

ଜାନୁଆରି ୨୨ ତାରିଖରେ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହରେ ସ୍ଥାପିତ ରାମଲଲ୍ଲାଙ୍କ ଫଟୋ ପ୍ରଥମଥର ସାମ୍ନାକୁ ଆସିଛି । ତେବେ ମନ୍ଦିର ନିର୍ମାଣକୁ ନେଇ ସଂଘର୍ଷରେ ସାମିଲ ଥିବା ବୀରେନ୍ଦ୍ର କୁମାର ବେଠାଙ୍କ ନାମ ଚର୍ଚ୍ଚାକୁ ଆସିଛି । ବୀରେନ୍ଦ୍ର ଫଳହାରୀ ଓ ଇମେଲି ବାବା ଭାବେ ଜଣାଶୁଣା । ବୀରେନ୍ଦ୍ର କୁମାର ବେଠା ବାବା କହିଛନ୍ତି ଯେ, ‘୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବିଶ୍ୱ ହିନ୍ଦୁ ପରିଷଦର ଆହ୍ୱାନରେ ସେ କିଛି ସାଥୀଙ୍କ ସହିତ କାରସେବା ପାଇଁ ଅଯୋଧ୍ୟା ଯାଇଥିଲେ । ସେଠାରେ ବିବାଦୀୟ ବାବରି ମସଜିଦ ନିର୍ମାଣ ଢାଞ୍ଚାଠାରୁ ରାମଜନ୍ମ ଭୂମି ସ୍ଥଳକୁ ସୁରକ୍ଷା ଦେବା ପାଇଁ ପ୍ରତିବାଦରେ ସାମିଲ ହୋଇଥିଲେ । ଏହି ଆନ୍ଦୋଳନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏହି ଘଟଣାପରେ ସେ ନିରାଶ ହୋଇଯାଇଥିଲେ । ଆଉ ପ୍ରତିଜ୍ଞା କରିଥିଲେ ଯେ ପର୍ଯ୍ୟନ୍ତ ଅଯୋଧ୍ୟାରେ ରାମଙ୍କ ମନ୍ଦିର ନିର୍ମାଣ ନ ହୋଇଛି ସେ ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ । ତେବେ ଅଯୋଧ୍ୟାରେ ରାମ ମନ୍ଦିର ହେବାର ନିଷ୍ପତ୍ତି ପରଠାରୁ ସେ ଖୁସିରେ ଅଛନ୍ତି । ଜାନୁଆରି ୨୨ ତାରିଖରେ ରାମମନ୍ଦିର ଉଦଘାଟନ ହେବ । ଏହି ଦିନ ସେ ଗଙ୍ଗାରେ ସ୍ନାନ କରି ଲୁଣ ଓ ଅନ୍ନ ଗ୍ରହଣ କରିବେ । ରାମମନ୍ଦିର ନିର୍ମାଣ ପାଇଁ ହିନ୍ଦୁଙ୍କ ସମେତ ମୁସଲମାନ ସମ୍ପ୍ରଦାୟର ଲୋକେ ବି ଖୁବ ଖୁସି ଅଛନ୍ତି । ଆଉ ରାମଲଲ୍ଲାଙ୍କ ଉତ୍ସବକୁ ବ୍ୟାକୁଳର ସହ ଅପେକ୍ଷା କରି ରହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami