ପତ୍ନୀ ଥାଉ ଥାଉ ଅନ୍ୟତ୍ର ବିବାହ କଲେ ସାନିଆଙ୍କ ସ୍ୱାମୀ

Above Post Content

ନୂଆଦିଲ୍ଲୀ: ପତ୍ନୀ ଥାଉ ଥାଉ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସ୍ୱାମୀ ସୋଏବ ମଲ୍ଲିକପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି । ଏକ ସ୍ୱତନ୍ତ୍ର ସମାରୋହରେ ଦୁହେଁ ବିବାହ କରିଛନ୍ତି । ସୋଏବ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ବାହାଘରର ଫଟୋ ସେୟାର କରିଛନ୍ତି । ଏବେ ସୋଏବଙ୍କ ବିବାହ ସମୟର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ୨୮ ବର୍ଷୀୟା ସନା ପାକିସ୍ତାନର ଅନେକ ଟିଭି ସୋ’ରେ ନଜର ଆସିଛନ୍ତି । ଏହାବ୍ୟତୀତ ସେ ଅନେକ ମ୍ୟୁଜିକ୍ ଭିଡିଓରେ ବି ଦେଖିବାକୁ ମିଳିଛନ୍ତି । ଅଭିନେତ୍ରୀ ୨୦୨୦ ମସିହାରେ ପ୍ରଥମ ବିବାହ କରିଥିଲେ । ତାଙ୍କ ସ୍ୱାମୀଙ୍କ ସହ ସଂପର୍କରେ ଫାଟ ଦେଖାଦେବା ପରେ ସେ ସ୍ୱାମୀଙ୍କୁ ତଲାକ ଦେଇଥିଲେ । ଏବେ ସୋଏବଙ୍କୁ ବିବାହ କରିଛନ୍ତି ।

Middle post content

ବିବାହ ବିଚ୍ଛେଦ ବହୁତ କଷ୍ଟ ଦେଇଥାଏ ଲେଖିଥିଲେ  ସାନିଆ

After 2nd paragraph post ads

ସୂଚନାଥାଉ କି, ଦୁଇଦିନ ପୂର୍ବରୁ ସାନିଆ ମିର୍ଜା ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ବିବାହ ବିଚ୍ଛେଦ ବହୁତ କଷ୍ଟ ଦେଇଥାଏ । ସେହିପରି ବିବାହ ମଧ୍ୟ ଯନ୍ତ୍ରଣାଦାୟକ ହୋଇଥାଏ । ଅନୁମାନ କରାଯାଉଥିଲା କି, ଶୋଏବଙ୍କ ସହ ସାନିଆଙ୍କର ଛାଡପତ୍ର ହୋଇଯାଇଛି । ଗତ ୧ବର୍ଷ ମଧ୍ୟରେ ଗୁଜବ ହେଉଥିଲା କି, ଦୁହିଁଙ୍କ ମଧ୍ୟରେ କିଛି ବି ଠିକ୍ ନାହିଁ । ଦୁହେଁ ଅଲଗା ହେବାକୁ ଯାଉଛନ୍ତି । ଏହି ଅନୁମାନର ସତ୍ୟତା ଆଜି ସ୍ପଷ୍ଟ ହୋଇଛି । ଶୋଏବ ଓ ସୋନିଆ ୨୦୧୦ ଏପ୍ରିଲ ୧୨ରେ ହାଇଦ୍ରାବାଦରେ ବିବାହ କରିଥିଲେ । ତେବେ ଏହାକୁ ନେଇ ଦେଶରେ ବିବାଦ ଦେଖା ଦେଇଥିଲା । ୨୦୧୮ରେ ସେମାନଙ୍କର ଏକ ପୁଅ ହୋଇଥିଲା । କିନ୍ତୁ କରୋନା ପରେ ଦୁହିଁଙ୍କ ଭିତରେ ବିବାଦ ଦେଖାଯିବାରୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami