ଅନ୍‌ଲାଇନ୍‌ରେ ମଗାଉଛନ୍ତି କି ରାମ ମନ୍ଦିରର ପ୍ରସାଦ, ଜାଣନ୍ତୁ ପ୍ରକୃତ ସତ…

Above Post Content

ନୂଆଦିଲ୍ଲୀ : ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାକୁ ନେଇ ପୁରା ଦେଶବାସୀ ଉତ୍ସାହିତ ଅଛନ୍ତି । ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ସୋସିଆଲ ମିଡ଼ିଆରେ ବ୍ୟବସ୍ଥା କରିଛନ୍ତିି । ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ୱେବ୍‌ସାଇଟ୍‌କୁ ଯାଇ ବୁକିଂ କରୁଥିବା ଦେଖାଯାଉଛି । ହେଲେ କ’ଣ ବାସ୍ତବରେ ୱେବସାଇଟ୍ ଜରିଆରେ ରାମ ମନ୍ଦିରର ପ୍ରସାଦ ଘରେ ଘରେ ପହଞ୍ଚିବ ? କିଛି ଦିନ ପୂର୍ବେ ଖଦି ଅରର୍ଗାନିକ୍ ନାମକ ଏକ ୱେବସାଇଟ୍ ଅଯୋଧ୍ୟା ରାମ ମନ୍ଦିରର ପ୍ରସାଦ ମାଗଣାରେ ପହଞ୍ଚାଇବା ନେଇ ଘୋଷଣା କରିଥିଲା । ଏହାକୁ ଦେଖି ଅନେକ ଭକ୍ତ ନିଜ ଲାଗି ପ୍ରସାଦ ବୁକ୍ ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ଅନେକ ଇ କମର୍ସ ୱେବସାଇଟ୍‌ରେ ମଧ୍ୟ ମନ୍ଦିର ପ୍ରସାଦ ପାଇଁ ବିଜ୍ଞାପନ ଦେଇଥିଲେ । ହେଲେ ଏସବୁ ସମ୍ପୂର୍ଣ୍ଣ ମିଛ । କାରଣ ଶ୍ରୀ ରାମ ଜନ୍ମଭୂମି ପକ୍ଷରୁ ପ୍ରସାଦ ବଣ୍ଟନକୁ ନେଇ କୌଣସି ଘୋଷଣା କରାଯାଇନାହିଁ ।

Middle post content

ସୋସିଆଲ ମିଡ଼ିଆରୁ ହଟାଇ ଦିଆଗଲା ବିଜ୍ଞାପନ

After 2nd paragraph post ads

ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ସହ କମ୍ପାନୀମାନେ କୌଣସି ପ୍ରକାରର ଚୁକ୍ତି କରିନାହାନ୍ତି । ଟ୍ରଷ୍ଟର ‘ଏକ୍ସ’ ଆକାଉଣ୍ଟରେ ସେଭଳି କିଛି ସୂଚନା ମଧ୍ୟ ଦିଆଯାଇନାହିଁ । ଏବେ ବିଶ୍ୱ ହିନ୍ଦୁ ପରିଷଦର ମୁଖପାତ୍ର ବିନୋଦ ବଂଶଲ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଏଭଳି ଦାବି ଠାରୁ ଦୂରେଇ ରହିବାକୁ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଶ୍ରୀ ରାମ ଜନ୍ମଭୂମୀ ଟ୍ରଷ୍ଟ ପକ୍ଷରୁ ଏଭଳି କାମ ଲାଗି କାହାକୁ ବି ଅଧିକୃତ କରାଯାଇନାହିଁ । ଏଣୁ କୌଣସି ପ୍ରଲୋଭନରେ ଫସନ୍ତୁ ନାହିଁ । ୱେବ୍‌ସାଇଟ୍‌ରେ ଦେଖିବାକୁ ମିଳୁଥିବା ବିଜ୍ଞାପନ ମିଥ୍ୟା । ଏହାକୁ ତୁରନ୍ତ ହଟାଯିବା ଉଚିତ । ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅପରପକ୍ଷେ ପ୍ରସାଦ ପହଞ୍ଚାଇବା ଦାବି କରିଥିବା ଖଦି ଅର୍ଗାନିକ୍ ୱେବ୍‌ସାଇଟ୍ ମଧ୍ୟ ମାମଲାରେ ସଫେଇ ଦେଇଛି । ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ସହ ତାଙ୍କର କୌଣସି ସମ୍ପର୍କ ନ ଥିବା କୁହାଯାଇଛି । ଏପରିକି ସମ୍ପୃକ୍ତ ବିଜ୍ଞାପନକୁ ମଧ୍ୟ ହଟାଇ ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami