୫୦୦ ଟଙ୍କିଆ ନୋଟ୍‌ରେ ମହାତ୍ମାଗାନ୍ଧୀଙ୍କ ବଦଳରେ ରହିବ ଶ୍ରୀରାମଙ୍କ ଫଟୋ !

Above Post Content

ନୂଆଦିଲ୍ଲୀ : ଏଣିକି ୫୦୦ ଟଙ୍କିଆ ନୋଟ୍‌ରେ ରହିବ ପ୍ରଭୁ ଶ୍ରୀରାମଙ୍କ ଫଟୋ । ମହାତ୍ମାଗାନ୍ଧୀଙ୍କ ଫଟୋ ବଦଳରେ ରହିବ ଶ୍ରୀରାମଙ୍କ ଫଟୋ । ଆରବିଆଇ ପକ୍ଷରୁ ରାମଙ୍କ ପ୍ରତିମୂର୍ତ୍ତି ଥିବା ୫୦୦ଟଙ୍କିଆ ନୋଟ୍ ବଜାରକୁ ଆସିବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି । ଏହି ନୋଟକୁ ଆସନ୍ତା ୨୨ ତାରିଖରେ ଆରବିଆଇ ଜାରି କରିବ ବୋଲି ଜଣାଯାଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Middle post content

୨୨ରେ ଜାରି କରିବ ଆରବିଆଇ

After 2nd paragraph post ads

୫୦୦ ଟଙ୍କିଆ ନୋଟରେ ଥିବା ମହାତ୍ମା ଗାନ୍ଧୀଙ୍କ ଫଟୋ ବଦଳରେ ଶ୍ରୀରାମଙ୍କ ଛବି ରଖାଯାଇଛି । ଏହି ସ୍ପତନ୍ତ୍ର ନୋଟ୍‌କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁମୋଦନ କରିଛି ବୋଲି ଦାବି କରାଯାଉଛି । ଯାହାକ ୁ ଆସନ୍ତା ୨୨ ତାରିଖରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଲଞ୍ଚ କରାଯିବ । ହେଲେ ଆରବିଆଇ ଏହି ସୂଚନାକୁ ଖଣ୍ଡନ କରିଛି । ଏହା ଗୁଜବ ଓ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି । ଗତ ୧୪ ତାରିଖରେ ରଘୁନ୍ ମୂର୍ତ୍ତୀ ନାମକ ଜଣେ ସୋସିଆଲ ମିଡିଆ ଏକ୍ସ ୟୁଜର ଏହି ୫୦୦ଟଙ୍କିଆ ନୋଟର ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଥିଲା । ପରେ ୟୁଜର୍ସ ଜଣକ ପୋଷ୍ଟ କରି ଭୁଲ ତଥ୍ୟ ଭାଇରାଲ କରନ୍ତୁ ନାହିଁ ବୋଲି ଲୋକଙ୍କୁ ନିବେଦନ କରିଥିଲେ । ଏଥିପାଇଁ ତାଙ୍କ କ୍ରିଏଟିଭିଟିକୁ ବ୍ୟବହାର କରନ୍ତୁ ନାହିଁ ବୋଲି ମଧ୍ୟ କହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami