ଯୋଗ ଶିବିର ପାଇଁ ପତଞ୍ଜଳିକୁ ଦେବାକୁ ପଡିବ ସେବା ଟିକସ

Above Post Content

ନୂଆଦିଲ୍ଲୀ: ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ପୁଣି ଏକ ବଡ଼ ଝଟକା ଲାଗିଛି । କାରଣ ତାଙ୍କର ଯୋଗ ଶିବିର ପାଇଁ ବର୍ତ୍ତମାନ ସେବା ଟିକସ ଦେବାକୁ ପଡ଼ିବ । ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ୱଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଟ୍ରିବ୍ୟୁନାଲର ନିଷ୍ପତ୍ତ ି ଅନୁଯାୟୀ ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂଗଠନ ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’କୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ଦେବାକୁ ପଡିବ ।

Middle post content

ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଆଦାୟ କରିଥାଏ ପ୍ରବେଶ ଶୁଳ୍କ

After 2nd paragraph post ads

ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ରାମଦେବଙ୍କ ଯୋଗ ଶିବିର ପାଇଁ ପ୍ରବେଶ ଶୁଳ୍କ ଆଦାୟ କରିଥାନ୍ତି । ଜଷ୍ଟିସ ଓକ ଏବଂ ଜଷ୍ଟିସ ଭୂୟାଁଙ୍କ ବେଞ୍ଚ ରାୟରେ କହିଛନ୍ତି ଯେ ସେବା କର ଆପିଲ ଟ୍ରିବ୍ୟୁନାଲ ଠିକ ନିଷ୍ପତ୍ତି ନେଇଛନ୍ତି । ଏକ ପ୍ରବେଶ ଶୁଳ୍କ ଚାର୍ଜ କରିବା ପରେ ଯୋଗ ଶିବିରରେ ପ୍ରଦାନ କରାଯାଇଥିବା କାର୍ଯ୍ୟ ହେଉଛି ଏକ ସେବା । ଟ୍ରିବ୍ୟୁନାଲର ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଆମେ ଦେଖୁନାହୁଁ ବୋଲି ବେଞ୍ଚ୍ କହିଛନ୍ତି । ତେଣୁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami