୩୬ କୋଟି ଟଙ୍କାର ମାଲିକ ଅମିତ୍ ଶାହା

Above Post Content

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗୁଜରାଟର ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ôଥପତ୍ର ଦାଖଲ କରିଛନ୍ତି । ଏହି ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ । ପ୍ରାର୍ôଥପତ୍ର ଦାଖଲ କରିବା ପରେ ଅମିତ ଶାହା କହିଥିଲେ ଯେ, ‘ମୁଁ ଗାନ୍ଧିନଗର ଆସନରୁ ନାମାଙ୍କନପତ୍ର ଦାଖଲ କରିଛି ଏବଂ ଗାନ୍ଧିନଗରକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ । ଏହି ନିର୍ବାଚନ ହେଉଛି ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା । ମୋଦି ଜି ଦେଶକୁ ସୁରକ୍ଷିତ କରିଛନ୍ତି ଏବଂ ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶ ହେବ । ଏହାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ନିଜ ନିର୍ବାଚନମଣ୍ଡଳୀରେ ଗୋଟିଏ ପରେ ଗୋଟିଏ ରୋଡ ଶୋ’ କରିଥିଲେ ଏବଂ ପ୍ରାୟ ୨୦ କିଲୋମିଟର ଦୂରତା ଅତିକ୍ରମ କରିଥିଲେ ।

Middle post content

ଶାହାଙ୍କ ପାଖରେ ରହିଛି ୭୨ ଲକ୍ଷ ଟଙ୍କାର ଅଳଙ୍କାର

After 2nd paragraph post ads

ଶାହା ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ସମୁଦାୟ ୩୬ କୋଟି ଟଙ୍କାର ସମ୍ପତ୍ତି ରହିଛି । ଶାହାଙ୍କର ୨୦ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବାବେଳେ ୧୬ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ସେହିପରି ତାଙ୍କ ପାଖରେ ନଗଦ ୨୪ ହଜାର ୧୧୪ ଟଙ୍କା ଓ ୭୨ ଲକ୍ଷ ଟଙ୍କାର ଅଳଙ୍କାର ରହିଛି । ୨୦୨୨-୨୩ ଆର୍ôଥକ ବର୍ଷରେ ଶାହାଙ୍କ ବାର୍ଷିକ ଆୟ ୭୫.୦୯ ଲକ୍ଷ ଟଙ୍କା ରହିଥିଲା । ଏମ୍‌ପି ଭାବେ ପାଉଥିବା ଦରମା, ଘର ଓ ଜମି ଭଡା ଏବଂ ଚାଷ କାର୍ଯ୍ୟ ଆଦି ତାଙ୍କ ଆୟର ଉତ୍ସ ହୋଇଥିବା ଶାହା ନିଜ ସତ୍ୟପାଠରେ ଦର୍ଶାଇଛନ୍ତି । ତେବେ ତାଙ୍କର କୌଣସି କାର ଖଣ୍ଡେ ନାହିଁ ବୋଲି ଏହି ସତ୍ୟପାଠରେ ଶାହା ଦର୍ଶାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami