ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

Above Post Content

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନର ପ୍ରାର୍ଥୀ ଘୋଷଣା ହେବା ପରେ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ଆରମ୍ଭ କରିଦେଲେଣି । ଭୋଟରଙ୍କୁ କିପରି ନିଜ ଆଡ଼କୁ ଆକୃଷ୍ଟ କରିବେ ସେଥିଲାଗି ଅଣ୍ଟା ଭିଡ଼ି ଦେଇଛନ୍ତି । ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍ ନେତାଙ୍କୁ ନେଇ ନିଜ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି । ତେବେ ରାୟଗଡ଼ା ଜିଲାରେ ବିଜେଡିର ପ୍ରଚାର ପାଇଁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବା ନେଇ ସୂଚନା ମିଳିଛି । ୨ ପର୍ଯ୍ୟାୟରେ ଜିଲାର ୩ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ଆସନ୍ତା ୨୫ ତାରିଖ ଦିନ ବିଷମକଟକ ଓ ଗୁଣପୁର ନିର୍ବାଚନମଣ୍ଡଳୀରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

Middle post content

୪ରେ ରାୟଗଡ଼ାରେ ମୁଖ୍ୟମନ୍ତ୍ରୀ କରିବେ ପ୍ରଚାର

After 2nd paragraph post ads

ସେହିଭଳି ମେ’ ୪ରେ ମୁଖ୍ୟମନ୍ତ୍ରୀ ରାୟଗଡ଼ା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ । ଶନିବାର ଏହି ସୂଚନା ମିଳିବା ପରେ ଦଳୀୟ ନେତା କସରତ ଆରମ୍ଭ କରି ଦେଇଛନ୍ତି । ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ । ବିଷମକଟକ ଓ ଗୁଣପୁରରେ ପ୍ରଚାର ପାଇଁ ସ୍ଥାନ ନିରୂପଣ ହେବ ବୋଲି ବିଜେଡି ଜିଲା ସଭାପତି ଏନ୍‌. ଭାସ୍କରରାଓ ସୂଚନା ଦେଇଛନ୍ତି । ଏହାପରେ ରାୟଗଡ଼ା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ପ୍ରଚାର ପାଇଁ ସ୍ଥାନ ସ୍ଥିର ହେବ ବୋଲି ସେ କହିଛନ୍ତି । ଏଥର ନିର୍ବାଚନରେ ନବୀନ ମ୍ୟାଜିକ୍ ଦଳ ପାଇଁ ବେଶ୍ ସହାୟକ ହେବ ବୋଲି ପ୍ରାର୍ଥୀମାନେ ଆଲୋଚନା କରିବା ସହ ଉତ୍ସାହିତ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami