ଲୋକସଭାରେ କିଏ କେଉଁଠି ବସିବେ, କେମିତି ହୋଇଥାଏ ନିର୍ଧାରିତ ?

କିଛି ସମୟର ଅନ୍ତରାଳରେ ସଂସଦ ଅଧିବେଶନ ଆହୂତ ହୋଇଥାଏ । ଏହି ସବୁ ଅଧିବେଶନରେ ସଂସଦରେ ଅନେକ ବିଧେୟକ ଓ ପ୍ରସଙ୍ଗ ଉପରେ ଆଲୋଚନା ହୁଏ । ଏହି କ୍ରମରେ ସୋମବାରଠାରୁ ଆରମ୍ଭ ହୋଇଛି ସଂସଦର ମୌସୂମୀ ଅଧିବେଶନମୋଦି ମନ୍ତ୍ରିମଣ୍ଡଳର ବିସ୍ତାର ପରେ ଏହା ହେଉଛି ପ୍ରଥମ ଅଧିବେଶନ । ତେବେ କ’ଣ ଆପଣ ଜାଣିଛନ୍ତି କି କେମିତି ସଂସଦ ଅଧିବେଶନକୁ ନେଇ ପ୍ରସ୍ତୁତି ହୁଏ ଓ କିଏ ଏହାର ସମୟ ନିର୍ଦ୍ଧାରିତ କରନ୍ତି ? ଆସନ୍ତୁ ଜାଣିବା କେମିତି ସଂସଦ ଅଧିବେଶନ ଆହୂତ ହୋଇଥାଏ ଓ ଏହାର ପ୍ରକ୍ରିୟା ସବୁ କ’ଣ

କେବେ ଆରମ୍ଭ ହେବ ଅଧିବେଶନ, କେମିତି ହୁଏ ନିର୍ଧାରିତ ?

ଏମିତିରେ ସାଧାରଣତଃ ମୌସୂମୀ ଅଧିବେଶନ ଜୁଲାଇ ୧୫ରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିଥାଏ । ଏଥିପାଇଁ ସଂସଦୀୟ ବ୍ୟପାର କ୍ୟାବିନେଟ୍ ସମିତି ଏକ କ୍ୟାଲେଣ୍ଡର ତିଆରି କରିଥାଏ । ଏହି କ୍ୟାଲେଣ୍ଡରକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଏ । ଏହା ପରେ ଅଧିବେଶନକୁ ନେଇ ରାଷ୍ଟ୍ରପତି ନିଷ୍ପତ୍ତି ନେଇଥାନ୍ତି । ରାଷ୍ଟ୍ରପତି ନିଷ୍ପତ୍ତି ନେବା ପରେ ସାଂସଦଙ୍କ ପାଖକୁ ଅଧିବେଶନ ପାଇଁ ସମନ ପଠାଯାଏ ।

ରାଷ୍ଟ୍ରପତି ସମ୍ବିଧାନର ଧାରା ୮୫ ଅନ୍ତର୍ଗତରେ ସଂସଦ ଅଧିବେଶନ ପାଇଁ ନିଷ୍ପତ୍ତି ନେଇଥାନ୍ତି । ରାଷ୍ଟ୍ରପତିଙ୍କ ତରଫରୁ ମଝିରେ ମଝିରେ ସାଂସଦଙ୍କୁ ସଂସଦରେ ଏକାଠି ହେବାକୁ କୁହାଯାଇଥାଏ । ବିଶେଷ କଥା ହେଉଛି ଯେ, ଦୁଇଟି ଅଧିବେଶନ ମଧ୍ୟରେ ସମୟ ବ୍ୟବଧାନ ୬ ମାସରୁ ଅଧିକ ରୁହେନାହିଁ । ଏମିତିରେ ବର୍ଷକୁ ଦୁଇଟି ଅଧିବେଶନ ହେବା କଥା । କିନ୍ତୁ ସାଧାରଣତଃ ବର୍ଷକୁ ତିନୋଟି ଅଧିବେଶନ ହୋଇଥାଏ । ଶିତ, ମୌସୁମୀ ଓ ଗ୍ରୀଷ୍ମକାଳୀନ ଅଧିବେଶନ, ଏମିତି ତିନିଥର ସଂସଦର ଅଧିବେଶନ ବସିଥାଏ ।

ସମ୍ବିଧାନରେ ଅଧିବେଶନର ନାମ କରଣ ହୋଇଛି କି ?

ନା, ସମ୍ବିଧାନରେ ସଂସଦର କୌଣସି ଅଧିବେଶନର ନାମ କରଣ ହୋଇନାହିଁ । ଏହା ସହିତ ବର୍ଷକୁ କେତେଥର ସଂସଦ ଅଧିବେଶନ ବସିବ ତାକୁ ନେଇ ମଧ୍ୟ ସମ୍ବିଧାନରେ କିଛି କୁହାଯାଇ ନାହିଁ । ଅଧିବେଶନ ସଂଖ୍ୟା ବାବଦରେ କିଛି କୁହାଯାଇ ନଥିଲେ ମଧ୍ୟ ନିୟମ ଅନୁସାରେ ରାଷ୍ଟ୍ରପତି ବର୍ଷକୁ ଦୁଇଥ ଅଧିବେଶନ ଡାକିବାର ବ୍ୟବସ୍ଥା ରହିଛି । କାରଣ ସମ୍ବିଧାନରେ କୁହାଯାଇଛି ଯେ, ଦୁଇଟି ଅଧିବେଶନ ମଧ୍ୟରେ ଅତିକମରେ ୬ ମାସର ବ୍ୟବଧାନ ରହିବ ।

କିଏ କେଉଁଠି ବସେ ?

ଲୋକସଭାରେ ସବୁ ପାର୍ଟିର ସାଂସଦଙ୍କ ସଂଖ୍ୟା ହିସାବରେ ବ୍ଲକ୍ ବିଭାଜନ ହୋଇଥାଏ । ସବୁ ବ୍ଲକରେ ପାର୍ଟି ହିସାବରେ ସଦସ୍ୟ ବସନ୍ତି । ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳର ସଦସ୍ୟ ବାଚସ୍ପତିଙ୍କ ବାମ ପଟରେ ବସନ୍ତି । ଅନ୍ୟପକ୍ଷରେ ଅନ୍ୟଦଳର ସଦସ୍ୟ ବାଚସ୍ପତିଙ୍କ ଡାହାଣ ପଟରେ ବସନ୍ତି ।

ପ୍ରଥମ ଧାଡିରେ କିଏ ବସନ୍ତି ?

ପ୍ରଥମ ଧାଡିରେ ଉପ-ବାଚସ୍ପତି, ବିରୋଧି ଦଳ ନେତାଙ୍କ ସହିତ ବସନ୍ତି । ଅନ୍ୟପକ୍ଷରେ ଯେହେତୁ ବ୍ଲକ୍ ଦଳଙ୍କୁ ଦିଆଯାଇଥାଏ ତେଣୁ କିଏ ଆଗରେ ବସିବ କିଏ ପଛରେ ବସିବ ତା’ର ନିଷ୍ପତ୍ତି ଦଳ ନେଇଥାଏ । ଶାସକ ଦଳର ବ୍ଲକରେ ପ୍ରଥମ ସିଟରେ ପ୍ରଧାନମନ୍ତ୍ରୀଙ୍କ ସହିତ ବରିଷ୍ଠ ନେତା ବସନ୍ତି । ଏହା ସହିତ ପ୍ରଥମ ଲାଇନ୍ ପାଇଁ ମଧ୍ୟ ଶାସକ ଦଳକୁ ସିଟ୍ ମିଳିଥାଏ । ଯାହା ସେମାନଙ୍କ ଦ୍ୱାରା ଜିତା ଯାଇଥିବା ପାର୍ଟି ସିଟ୍ ଆଧାରରେ ଆବଣ୍ଟିତ ହୋଇଥାଏ ।

ପ୍ରତି ସାଂସଦଙ୍କ ପାଇଁ ସିଟ୍ ନିର୍ଦ୍ଧିଷ୍ଟ ରହିଥାଏ କି ?

ସଂସଦରେ ସିଟ୍ ବ୍ଲକ୍ ଆଧାରରେ ଆବଣ୍ଟିତ ହୋଇଥାଏ । ଏହା ସବୁ ପାର୍ଟିର ବିଜୟୀ ସଦସ୍ୟଙ୍କ ସଂଖ୍ୟା ଆଧାରରେ ହୋଇଥାଏ । ନିର୍ବାଚନ ଫଳାଫଳ ଆସିବା ପରେ ପାର୍ଟିଙ୍କୁ ବ୍ଲକ୍ ବାଣ୍ଟି ଦିଆଯାଏ । ତେବେ ସାଧାରଣତଃ ବରିଷ୍ଠତା ଆଧାରରେ ସଦସ୍ୟଙ୍କୁ ଆଗରେ ବସିବାକୁ ଦିଆଯାଏ ।

6 months gap between two parliament sessionsArticle 85 of the Constitutionblock divisioncabinet committee on parliamentary affairselection resultslok sabhalok sabha deputy speaker and opposition leader in first rowloksabhaloksabha sitting arrangementNarendra Modinumber of mp in a partyopposition parties sits on rightparliament monsoon sessionparliament sessionparliament session procedurespresident of IndiaPrime minister of IndiaRamnath kovindruling party sits on leftଅନ୍ୟଦଳର ସଦସ୍ୟ ବାଚସ୍ପତିଙ୍କ ଡାହାଣ ପଟରେ ବସନ୍ତିଦଳର ସଦସ୍ୟ ବାଚସ୍ପତିଙ୍କ ବାମ ପଟରେ ବସନ୍ତିଦୁଇଟି ଅଧିବେଶନ ମଧ୍ୟରେ ସମୟ ବ୍ୟବଧାନ ୬ ମାସନିର୍ବାଚନ ଫଳାଫଳପାର୍ଟିର ସାଂସଦଙ୍କ ସଂଖ୍ୟାପ୍ରଥମ ଧାଡିରେ ଉପ-ବାଚସ୍ପତିପ୍ରଧାନମନ୍ତ୍ରୀବ୍ଲକ୍ ବିଭାଜନରାଷ୍ଟ୍ରପତିରାଷ୍ଟ୍ରପତି ସମ୍ବିଧାନର ଧାରା ୮୫ ଅନ୍ତର୍ଗତଲୋକସଭାସଂସଦ ଅଧିବେଶନସଂସଦ ଅଧିବେଶନ ଆହୂତସଂସଦର ମୌସୂମୀ ଅଧିବେଶନସଂସଦୀୟ ବ୍ୟପାର କ୍ୟାବିନେଟ୍ ସମିତି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami