ଲୋକସଭାରେ କିଏ କେଉଁଠି ବସିବେ, କେମିତି ହୋଇଥାଏ ନିର୍ଧାରିତ ?

Above Post Content

କିଛି ସମୟର ଅନ୍ତରାଳରେ ସଂସଦ ଅଧିବେଶନ ଆହୂତ ହୋଇଥାଏ । ଏହି ସବୁ ଅଧିବେଶନରେ ସଂସଦରେ ଅନେକ ବିଧେୟକ ଓ ପ୍ରସଙ୍ଗ ଉପରେ ଆଲୋଚନା ହୁଏ । ଏହି କ୍ରମରେ ସୋମବାରଠାରୁ ଆରମ୍ଭ ହୋଇଛି ସଂସଦର ମୌସୂମୀ ଅଧିବେଶନମୋଦି ମନ୍ତ୍ରିମଣ୍ଡଳର ବିସ୍ତାର ପରେ ଏହା ହେଉଛି ପ୍ରଥମ ଅଧିବେଶନ । ତେବେ କ’ଣ ଆପଣ ଜାଣିଛନ୍ତି କି କେମିତି ସଂସଦ ଅଧିବେଶନକୁ ନେଇ ପ୍ରସ୍ତୁତି ହୁଏ ଓ କିଏ ଏହାର ସମୟ ନିର୍ଦ୍ଧାରିତ କରନ୍ତି ? ଆସନ୍ତୁ ଜାଣିବା କେମିତି ସଂସଦ ଅଧିବେଶନ ଆହୂତ ହୋଇଥାଏ ଓ ଏହାର ପ୍ରକ୍ରିୟା ସବୁ କ’ଣ

କେବେ ଆରମ୍ଭ ହେବ ଅଧିବେଶନ, କେମିତି ହୁଏ ନିର୍ଧାରିତ ?

After 2nd paragraph post ads

ଏମିତିରେ ସାଧାରଣତଃ ମୌସୂମୀ ଅଧିବେଶନ ଜୁଲାଇ ୧୫ରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିଥାଏ । ଏଥିପାଇଁ ସଂସଦୀୟ ବ୍ୟପାର କ୍ୟାବିନେଟ୍ ସମିତି ଏକ କ୍ୟାଲେଣ୍ଡର ତିଆରି କରିଥାଏ । ଏହି କ୍ୟାଲେଣ୍ଡରକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଏ । ଏହା ପରେ ଅଧିବେଶନକୁ ନେଇ ରାଷ୍ଟ୍ରପତି ନିଷ୍ପତ୍ତି ନେଇଥାନ୍ତି । ରାଷ୍ଟ୍ରପତି ନିଷ୍ପତ୍ତି ନେବା ପରେ ସାଂସଦଙ୍କ ପାଖକୁ ଅଧିବେଶନ ପାଇଁ ସମନ ପଠାଯାଏ ।

ରାଷ୍ଟ୍ରପତି ସମ୍ବିଧାନର ଧାରା ୮୫ ଅନ୍ତର୍ଗତରେ ସଂସଦ ଅଧିବେଶନ ପାଇଁ ନିଷ୍ପତ୍ତି ନେଇଥାନ୍ତି । ରାଷ୍ଟ୍ରପତିଙ୍କ ତରଫରୁ ମଝିରେ ମଝିରେ ସାଂସଦଙ୍କୁ ସଂସଦରେ ଏକାଠି ହେବାକୁ କୁହାଯାଇଥାଏ । ବିଶେଷ କଥା ହେଉଛି ଯେ, ଦୁଇଟି ଅଧିବେଶନ ମଧ୍ୟରେ ସମୟ ବ୍ୟବଧାନ ୬ ମାସରୁ ଅଧିକ ରୁହେନାହିଁ । ଏମିତିରେ ବର୍ଷକୁ ଦୁଇଟି ଅଧିବେଶନ ହେବା କଥା । କିନ୍ତୁ ସାଧାରଣତଃ ବର୍ଷକୁ ତିନୋଟି ଅଧିବେଶନ ହୋଇଥାଏ । ଶିତ, ମୌସୁମୀ ଓ ଗ୍ରୀଷ୍ମକାଳୀନ ଅଧିବେଶନ, ଏମିତି ତିନିଥର ସଂସଦର ଅଧିବେଶନ ବସିଥାଏ ।

ସମ୍ବିଧାନରେ ଅଧିବେଶନର ନାମ କରଣ ହୋଇଛି କି ?

ନା, ସମ୍ବିଧାନରେ ସଂସଦର କୌଣସି ଅଧିବେଶନର ନାମ କରଣ ହୋଇନାହିଁ । ଏହା ସହିତ ବର୍ଷକୁ କେତେଥର ସଂସଦ ଅଧିବେଶନ ବସିବ ତାକୁ ନେଇ ମଧ୍ୟ ସମ୍ବିଧାନରେ କିଛି କୁହାଯାଇ ନାହିଁ । ଅଧିବେଶନ ସଂଖ୍ୟା ବାବଦରେ କିଛି କୁହାଯାଇ ନଥିଲେ ମଧ୍ୟ ନିୟମ ଅନୁସାରେ ରାଷ୍ଟ୍ରପତି ବର୍ଷକୁ ଦୁଇଥ ଅଧିବେଶନ ଡାକିବାର ବ୍ୟବସ୍ଥା ରହିଛି । କାରଣ ସମ୍ବିଧାନରେ କୁହାଯାଇଛି ଯେ, ଦୁଇଟି ଅଧିବେଶନ ମଧ୍ୟରେ ଅତିକମରେ ୬ ମାସର ବ୍ୟବଧାନ ରହିବ ।

Middle post content

କିଏ କେଉଁଠି ବସେ ?

ଲୋକସଭାରେ ସବୁ ପାର୍ଟିର ସାଂସଦଙ୍କ ସଂଖ୍ୟା ହିସାବରେ ବ୍ଲକ୍ ବିଭାଜନ ହୋଇଥାଏ । ସବୁ ବ୍ଲକରେ ପାର୍ଟି ହିସାବରେ ସଦସ୍ୟ ବସନ୍ତି । ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳର ସଦସ୍ୟ ବାଚସ୍ପତିଙ୍କ ବାମ ପଟରେ ବସନ୍ତି । ଅନ୍ୟପକ୍ଷରେ ଅନ୍ୟଦଳର ସଦସ୍ୟ ବାଚସ୍ପତିଙ୍କ ଡାହାଣ ପଟରେ ବସନ୍ତି ।

ପ୍ରଥମ ଧାଡିରେ କିଏ ବସନ୍ତି ?

ପ୍ରଥମ ଧାଡିରେ ଉପ-ବାଚସ୍ପତି, ବିରୋଧି ଦଳ ନେତାଙ୍କ ସହିତ ବସନ୍ତି । ଅନ୍ୟପକ୍ଷରେ ଯେହେତୁ ବ୍ଲକ୍ ଦଳଙ୍କୁ ଦିଆଯାଇଥାଏ ତେଣୁ କିଏ ଆଗରେ ବସିବ କିଏ ପଛରେ ବସିବ ତା’ର ନିଷ୍ପତ୍ତି ଦଳ ନେଇଥାଏ । ଶାସକ ଦଳର ବ୍ଲକରେ ପ୍ରଥମ ସିଟରେ ପ୍ରଧାନମନ୍ତ୍ରୀଙ୍କ ସହିତ ବରିଷ୍ଠ ନେତା ବସନ୍ତି । ଏହା ସହିତ ପ୍ରଥମ ଲାଇନ୍ ପାଇଁ ମଧ୍ୟ ଶାସକ ଦଳକୁ ସିଟ୍ ମିଳିଥାଏ । ଯାହା ସେମାନଙ୍କ ଦ୍ୱାରା ଜିତା ଯାଇଥିବା ପାର୍ଟି ସିଟ୍ ଆଧାରରେ ଆବଣ୍ଟିତ ହୋଇଥାଏ ।

ପ୍ରତି ସାଂସଦଙ୍କ ପାଇଁ ସିଟ୍ ନିର୍ଦ୍ଧିଷ୍ଟ ରହିଥାଏ କି ?

ସଂସଦରେ ସିଟ୍ ବ୍ଲକ୍ ଆଧାରରେ ଆବଣ୍ଟିତ ହୋଇଥାଏ । ଏହା ସବୁ ପାର୍ଟିର ବିଜୟୀ ସଦସ୍ୟଙ୍କ ସଂଖ୍ୟା ଆଧାରରେ ହୋଇଥାଏ । ନିର୍ବାଚନ ଫଳାଫଳ ଆସିବା ପରେ ପାର୍ଟିଙ୍କୁ ବ୍ଲକ୍ ବାଣ୍ଟି ଦିଆଯାଏ । ତେବେ ସାଧାରଣତଃ ବରିଷ୍ଠତା ଆଧାରରେ ସଦସ୍ୟଙ୍କୁ ଆଗରେ ବସିବାକୁ ଦିଆଯାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami