ଫଟୋ ମନସ୍କ ମାନସ

Above Post Content

ଭୁବନେଶ୍ୱର ଓୟୁଏଟି କଲୋନିରେ ରହନ୍ତି ୨୬ ବର୍ଷୀୟ ମାନସ ରଞ୍ଜନ ସାହୁ । କୃଷି ବିଭାଗରେ କାମ କରିବା ସହ ଜୀବଜନ୍ତୁଙ୍କ ଫଟୋ ଉତୋଳନ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା । ସେଥିପାଇଁ ତାଙ୍କ ପାଖରେ ସବୁବେଳେ ଥାଏ ଗୋଟିଏ କ୍ୟାମେରା । ଶନିବାର ଓ ରବିବାର ଛୁଟିଥିବାରୁ ସେଦିନ ତାଙ୍କର ଅଧିକାଂଶ ସମୟ ଜୀବଜନ୍ତୁଙ୍କ ଫଟୋ ଉଠଇବାରେ ଚାଲିଯାଏ । ଏପରିକି ତାଙ୍କର ଗୋଟିଏ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ଗ୍ରୁପ୍ ବି ଅଛି । ୨୦୧୯ ଡିସେମ୍ବରରେ ସେ ଏଦିଗରେ ଆଗକୁ ବଢ଼ିଲେ । ଏ କ୍ଷେତ୍ରରେ ତାଙ୍କୁ ଫଟୋଗ୍ରାଫର ବିଜୟ କୁମାର ରଥ ବେଶ୍ ସାହାଯ୍ୟ କରିଛନ୍ତି । ତାଙ୍କ ସହ ଜଙ୍ଗଲ ଆଦି ବୁଲାବୁଲି କରିବା ପରେ ମାନସ ଜୀବଜନ୍ତୁଙ୍କ ଫଟୋ ଉଠାଇବାକୁ ଇଚ୍ଛା କଲେ । ସେ ବିଶେଷକରି ପକ୍ଷୀମାନଙ୍କ ଫଟୋ ଉଠାଇବାକୁ ଭଲ ପାଆନ୍ତି । ଏବେ ସୁଦ୍ଧା ୧୫ରୁ ୨୦ ପ୍ରଜାତି ପକ୍ଷୀଙ୍କ ଫଟୋ ଉଠାଇଥିବା କହିଛନ୍ତି ମାନସ । ଏ ନିଶା ହିଁ ତାଙ୍କୁ କ୍ୟାମେରା କିଣିବାକୁ ବାଧ୍ୟ କଲା । ତା’ ପରେ କାନନ୍‌ର ୨୫୦ ଏମ୍‌ଏମ୍‌ର କ୍ୟାମେରା କିଣି ଇଗଲ, କିଙ୍ଗ୍‌ଫିସର ଆଦି ପକ୍ଷୀଙ୍କ ଫଟୋ ଉତୋଳନ କଲେ । ତାଙ୍କ ଫଟୋକୁ ଲୋକମାନେ ପସନ୍ଦ କରିବାରୁ ସେ ପ୍ରଫେସନାଲ ଲେନ୍ସ କିଣିଲେ

Middle post content

ଏ ଦିଗରେ ତାଙ୍କୁ ଘରଲୋକ ମଧ୍ୟ ସମର୍ଥନ କରନ୍ତି । ଫଟୋ ଉଠାଇବା ଲାଗି ସେ ଡମପଡ଼ା, ଚନ୍ଦକା ତଥା ବିଭିନ୍ନ ସ୍ଥାନ ଆଦି ବୁଲାବୁଲି କରନ୍ତି । ଯଦିଓ ଅନେକ ପ୍ରଦର୍ଶନୀ ଲାଗି ସେ ଆମନ୍ତ୍ରିତ ହୋଇଛନ୍ତି, କିନ୍ତୁ ସମୟ ଅଭାବରୁ ସବୁଥିରେ ସେ ସାମିଲ ହୋଇପାରିନାହାନ୍ତି । ତାଙ୍କ ମତରେ ଫଟୋଗ୍ରାଫି ଏକ ସୃଜନାତ୍ମକ କାର୍ଯ୍ୟ । ଅନ୍ୟ ଫଟୋ ତୁଳନାରେ ଜୀବଜନ୍ତୁଙ୍କ ଫଟୋକୁ କ୍ୟାମେରାରେ କଏଦ କରିବା ଖୁବ୍‌କଷ୍ଟକର । କାରଣ ସାଧାରଣ ଲୋକଙ୍କ ଫଟୋ ଉଠାଇବା ବେଳେ କିଛି ଗୋଟେ ଖାପ୍‌ଛଡ଼ା ଲାଗିଲେ, ପୁଣି ଥରେ କହି ସେହିଭଳି ଭଙ୍ଗୀରେ ଫଟୋ ଉଠାଇ ହୁଏ । କିନ୍ତୁ ଜୀବଜନ୍ତୁଙ୍କର ପ୍ରତିଟି ଦୃଶ୍ୟକୁ ଲେନ୍ସରେ କଏଦ କରିବା ଆଦୌ ସହଜ ହୋଇ ନଥାଏ । ଏଇ ଯେପରି ପକ୍ଷୀ ଖାଉଥିବାବେଳେର ହେଉ କି ଶିକାର କରିବା ସମୟର ଦୃଶ୍ୟ, ଥରେ ଏହା ହାତଛଡ଼ା ହୋଇଗଲେ ପୁଣି ଥରେ ଏଇ ଦୃଶ୍ୟକୁ କଏଦ କରିବାର ମଉକା ସହଜରେ ଜୁଟି ନଥାଏ । ଏ ସବୁ ଦୃଷ୍ଟିରୁ ଏମାନଙ୍କ ଫଟୋ ଉଠାଇବାରେ ଅଲଗା ମଜା ଥାଏ ବୋଲି ସେ କହନ୍ତି । ଆଗକୁ କୃଷି କାମ ସହ ଉକ୍ତ କାମ ଜାରି ରଖିବେ ବୋଲି ସେ ମତ ରଖନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami