ମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତି, ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟ

Above Post Content

ମାଷ୍ଟରକାର୍ଡ୍ ଉପରେ ନିକଟରେ ରିଜର୍ଭ ବ୍ୟାଙ୍କ ପ୍ରତିବନ୍ଧକ ଲଗାଇଛି ମାଷ୍ଚରକାର୍ଡ୍ ଓ ଭିଜା ହେଉଛନ୍ତି ଭାରତରେ ଦେଣନେଣର ମୁଖ୍ୟ ସ୍ରୋତ । ଆପଣ ନିଜ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍ ଦେଖନ୍ତୁ, ସେଥିରେ ଭିଜା କିମ୍ବା ମାଷ୍ଚରକାର୍ଡ୍ ଲେଖା ହୋଇଥିବା ଦେଖିବେ । ଏହାକୁ ଦେଖି ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ପ୍ରାୟ ସବୁ ବ୍ୟାଙ୍କର କାର୍ଡରେ ଏହି ଦୁଇ କମ୍ପାନୀଙ୍କ ଲୋଗୋ କାହିଁକି ଦେଖିବାକୁ ମିଳେ ଓ ଏହି ଦୁଇ କମ୍ପାନୀ କେମିତି ଆୟ କରିଥାନ୍ତି ?

ଏହା ଜାଣିବା ଜରୁରୀ ଯେ, ଦୁଇ କାର୍ଡ୍ କମ୍ପାନୀ ସିଧା ସଳଖ ଗ୍ରାହକଙ୍କୁ କାର୍ଡ୍ ଜାରି କରିନଥାନ୍ତି । ଦୁଇ କମ୍ପାନୀଙ୍କର ବ୍ୟାଙ୍କ ସହିତ ବୁଝାମଣା ହୋଇଥାଏ । ଏହି ଚୁକ୍ତି ଅନୁସାରେ ଉଭୟ କମ୍ପାନୀ ଗ୍ରାହକଙ୍କୁ କାର୍ଡ୍ ଜାରି କରିଥାନ୍ତି । ଏଇଥିରେ ଗ୍ରାହକଙ୍କୁ ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ୍ ଜାରି କରାଯାଇଥାଏ ।

After 2nd paragraph post ads

ଏହି କାର୍ଡ୍ ସବୁ କେମିତି କାମ କରନ୍ତି ?

ମାଷ୍ଟରକାର୍ଡ୍ ଓ ଭିଜାର କାମ ଏକାଭଳି । ଉଭୟ ଏଟିଏମ୍ କାର୍ଡ୍ ଭଳି କାମ କରନ୍ତି । ଏଥିରେ କାର୍ଡ୍ ହୋଲ୍ଡର, କମ୍ପାନୀ କିମ୍ବା ବ୍ୟବସାୟିକ ସଂଗଠନ, ବ୍ୟାଙ୍କ ଓ କାର୍ଡ ଜାରି କରିଥିବା କମ୍ପାନୀ (ମାଷ୍ଟର କିମ୍ବା ଭିଜା)ଙ୍କର ଭାଗିଦାରୀ ଥାଏ । କାର୍ଡ୍ କମ୍ପାନୀ ବ୍ୟାଙ୍କଗୁଡିଙ୍କୁ ନିଜ ସେବା ଦେଇଥାନ୍ତି । ପରେ ବ୍ୟାଙ୍କ ଏହି କାର୍ଡକୁ ଗ୍ରାହକଙ୍କୁ ଜାରି କରିଥାନ୍ତି । ଗ୍ରାହକ ଯେତେବେଳେ କୌଣସି ଟ୍ରାଞ୍ଜାକ୍ସନ କରିଥାନ୍ତି ତେବେ ପେମେଣ୍ଟ୍ ପ୍ରଥମେ ସେହି କମ୍ପାନିକୁ ଯାଇଥାଏ ଯାହା ଆଧାରରେ ପେମେଣ୍ଟକୁ ଅଥଣ୍ଟିକେଟ୍ କରାଯାଏ । ମର୍ଚାଣ୍ଟ୍ ପଏଣ୍ଟ୍ ଅଫ୍ ସେଲ ସିଷ୍ଟମ କଷ୍ଟମର ଆକାଉଣ୍ଟର ସବୁ ତଥ୍ୟ ନେଇଥାଏ ଓ ପେମେଣ୍ଟକୁ ସେହି ବିଜନେସ୍ କିମ୍ବା ମର୍ଚାଣ୍ଟକୁ ଦେଇଥାଏ, ଯାହାକୁ ପେମେଣ୍ଟ କରିବା ପାଇଁ କାର୍ଡ୍ ସ୍ୱାପ୍ ହୋଇଥାଏ ।

Middle post content

କମ୍ପାନୀ ପାଖକୁ ଯାଏ ସମ୍ପୂର୍ଣ୍ଣ ତଥ୍ୟ

କାର୍ଡ ଜାରି କରିଥିବା ବ୍ୟାଙ୍କ ଟ୍ରାଞ୍ଜାକ୍ସନକୁ ଅଥରାଇଜ୍ କରିଥାଏ ଓ ତାହାର ରେସପନ୍ସ ମର୍ଚାଣ୍ଟ୍ ପାଖକୁ ଯାଏ । ଏହାପରେ ସେହି ମର୍ଚ୍ଚାଣ୍ଟ ବା ବିଜନେସ ଖାତାକୁ ଅର୍ଥ ଟ୍ରାନ୍ସଫର ହୋଇଥାଏ । ଯେଉଁ ବ୍ୟାଙ୍କରେ ଗ୍ରାହକଙ୍କ ଖାତା ଥାଏ କିମ୍ବା ଯେଉଁ ବ୍ୟାଙ୍କର ମାଷ୍ଟର କିମ୍ବା ଭିଜା କାର୍ଡ୍ ହୋଇଥାଏ, ସେହି ବ୍ୟାଙ୍କର ଖାତାରୁ ମର୍ଚ୍ଚାଣ୍ଟକୁ ଟଙ୍କା ଟ୍ରାନ୍ସଫର ହୁଏ । ଯେତେବେଳେ ବି ଜଣେ ଗ୍ରାହକ ଏହି କାର୍ଡ୍ ବ୍ୟବହାର କରନ୍ତି ସେତେବେଳେ କାର୍ଡର ପୁରା ତଥ୍ୟ କାର୍ଡ୍ ଜାରି କରିଥିବା କମ୍ପାନୀର ସର୍ଭରକୁ ଯାଇଥାଏ । ଏହି କମ୍ପାନୀଙ୍କ ସର୍ଭର ଭାରତ ବାହାରେ ଥାଏ । ଯେଉଁଠାରେ ସୂଚନାର ଭେରିଫିକେସନ୍ ଓ ପ୍ରୋସେସିଂ ହୋଇଥାଏ । ଯେଉଁ ବ୍ୟାଙ୍କ ଏହି ଦୁଇ ବ୍ରାଣ୍ଡ୍ ବ୍ୟବହାର କରନ୍ତି ସେମାନେ ପ୍ରତି ତିନି ମାସରେ ଫି’ ଦେଇଥାନ୍ତି ।

କାର୍ଡ୍ କମ୍ପାନୀ କେମିତି ଆୟ କରନ୍ତି ?

କାର୍ଡ ଦ୍ୱାରା କରାଯାଇଥିବା ପ୍ରତି ଟ୍ରାଞ୍ଜାକ୍ସନ ଉପରେ ଇଣ୍ଟରଚେଞ୍ଜ ଭାବେ ଫି’ ନିଆଯାଏ । ଏହି ଟଙ୍କା ଟ୍ରାଞ୍ଜାକ୍ସନ ଆମାଉଣ୍ଟର ବହୁତ କମ ଅଂଶ ହୋଇଥାଏ । ପ୍ରତି ଟ୍ରାଞ୍ଜାକ୍ସନ ଉପରେ ୦.୫ରୁ ୩.୫ ପ୍ରତିଶତ ଫି’କମ୍ପାନୀ ନେଇଥାଏ । କାର୍ଡ୍ ଜାରି ହେବା ବେଳେ ହିଁ ଏହି ଫି’ ନିଶ୍ଚିତ ହୋଇଥାଏ । ତେଣୁ ଯେତେବେଳେ ବି କୌଣସି ଟ୍ରାଞ୍ଜାକ୍ସନ ହୁଏ ସେଥିରୁ ବ୍ୟାଙ୍କ ଓ ମାଷ୍ଟରକାର୍ଡ୍ କିମ୍ବା ଭିଜାକୁ ଟଙ୍କା ମିଳେ । କାର୍ଡ୍ କମ୍ପାନୀ ଏହି ଭଳି ଭାବେ ଆୟ କରିଥାନ୍ତି ।

ଏହା ସହିତ କାର୍ଡ୍ କମ୍ପାନୀ ବ୍ୟାଙ୍କଠାରୁ ବାର୍ଷିକ ଲାଇସେନ୍ସ ଫି’ ମଧ୍ୟ ନେଇଥାନ୍ତି । ଯଦି ବ୍ୟାଙ୍କ କାର୍ଡ୍ ଉପରେ ନିଜ ନାମ ଓ ଲୋଗୋ ଛାପିବାକୁ ଚାହେଁ ତେବେ ସେଥିପାଇଁ ଅଲଗା ଟଙ୍କା ଦେବାକୁ ପଡେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami