ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ

Above Post Content

ବିଶ୍ୱର କୋଣ ଅନୁକୋଣରେ ଅଲିମ୍ପିକ୍ସ ମହାକୁମ୍ଭର ମାହୋଲ । ଟୋକିଓରେ ଆୟୋଜିତ ଏହି ମେଗା କ୍ରୀଡ଼ା ଇଭେଂଟକୁ ନେଇ ଚାରିଆଡେ ଚର୍ଚ୍ଚା । ତେବେ ଏହି ଚର୍ଚ୍ଚାରେ ଆଉ ଟିକେ ଘୃତ ଢ଼ାଳି ତେଜିୟାନ କରିଛନ୍ତି ଶାଶ୍ୱତପୁରୀର କୁମ୍ଭାରପଡ଼ାରେ ରହୁଥିବା ଶାଶ୍ୱତ ରଞ୍ଜନ ସାହୁ ଏକ ସ୍ୱତନ୍ତ୍ର ଉପାୟରେ ତିଆରି କରିଛନ୍ତି ଅଲିମ୍ପିକ୍ସ ଲୋଗୋ । ଟୋକିଓରେ ଅଲିମ୍ପିକ୍ସର ବିଗ୍‌ଫାଇଟ୍ ଆରମ୍ଭ ପୂର୍ବରୁ ଦିଆସିଲି କାଠିରେ ସୁନ୍ଦର ଅଲିମ୍ପିକ୍ସ ଲୋଗୋ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସେ । ୯୩୦ଟି କାଠିରେ ଏହି ଲୋଗୋ ତିଆରି କରିବାକୁ ତାଙ୍କୁ ଗୋଟିଏ ଦିନ ସମୟ ଲାଗିଥିଲା । ଏହି ଲୋଗୋ ମାଧ୍ୟମରେ ସେ ଭାରତୀୟ ଆଥଲେଟଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହିକ୍ରମରେ ସେ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘ଚିୟର ୪ ଇଣ୍ଡିଆ’ ଅଭିଯାନକୁ ସମର୍ଥନ କରିଛନ୍ତି । ପାଂଟି ରଙ୍ଗର ରିଙ୍ଗ୍‌କୁ ନେଇ ଅଲିମ୍ପିକ୍ସ ସିମ୍ବଲ ଅବା ଲୋଗୋ ତିଆରି ହୋଇଛି । ନୀଳ, ହଳଦିଆ, କଳା, ସବୁଜ ଓ ନାଲି ରଙ୍ଗର ରିଙ୍ଗ୍ ବାମରୁ ଡାହାଣ ଆଡକୁ ରହିଛି । ବିଶ୍ୱର ୫ଟି ମହାଦେଶର ଆଥଲେଟ୍ ଅଲିମ୍ପିକ୍ସ ମାଧ୍ୟମରେ ଏକାଠି ହୋଇଥାନ୍ତି ଓ ଏହାକୁ ସୂଚାଇବା ପାଇଁ ଅଲିମ୍ପିକ୍ସ ଲୋଗୋର ବ୍ୟବହାର ହୋଇଥାଏ । ଅତି ନିଖୁଣ ଭାବେ ନିଜର କଳା ସୃଜନଶୀଳତାକୁ ପ୍ରକାଶ କରିଛନ୍ତି ଶାଶ୍ୱତ । ତାଙ୍କ ଏହି କଳାକୃତିକୁ କ୍ରୀଡ଼ାପ୍ରେମୀ ବେଶ ପସନ୍ଦ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami