ଅକ୍ଷିମୁଠି ଅନୁକୂଳ କଲେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ

ସମ୍ବଲପୁର : ଆଜି ପବିତ୍ର ଅକ୍ଷୟ ତୃତୀୟା । ସାରା ଓଡ଼ିଶାରେ ପାଳିତ ହେଉଛି ଉତ୍ସବ । ସେପଟେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଢ଼ୋରୋପାଣିରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଶତାଧିକ ଲୋକଙ୍କ ଗହଣରେ ପବିତ୍ର ଅକ୍ଷିମୁଠି ଅନୁକୂଳ କରିଥିଲେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ।

ହୁଳହୁଳି, ଶଙ୍ଖଧ୍ୱନିରେ ପ୍ରକମ୍ପିତ ହେଲା ପୂରା ପରିବେଶ

ଏହି ଅବସରରେ ଉପସ୍ଥିତ ଚାଷୀଭାଇମାନଙ୍କୁ ସମ୍ବୋଧନ କରିଥିଲେ ପ୍ରଣବ ପ୍ରକାଶ । ସେ କହିଥିଲେ, ଚାଷୀମାନେ ଲୋକଙ୍କୁ ଆହାର ଯୋଗାଉଛନ୍ତି । ଭଲ ବର୍ଷା ହେଉ, ଭଲ ଫସଲ ହେବା ଲାଗି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ କାମନା କରିଥିଲେ । ଚାଷୀଙ୍କ ଉପକାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା କରିଛନ୍ତି । ମାଗଣା ବିଦ୍ୟୁତ ସମେତ ଅନେକ ଘୋଷଣା କରାଯାଇଛି । ଶପଥ ଗ୍ରହଣ ପରଦିନ ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯିବ । ହୁଳହୁଳି, ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

bjd mp candidate pranab prakash dashpranab prakash das does akhayatrutiya rituals
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami